କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ପକ୍ଷରୁ ରାଜ୍ୟର କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଏସ୍‌ଏଫ୍‌ଏସି(ଖୁଦ୍ର ଚାଷୀ ଓ କୃଷି ବ୍ୟାପାର ସଙ୍ଗଠନ ନୂଆଦିଲ୍ଲୀ ସହାୟତାରେ ରାଜ୍ୟର ୧୭ କୃଷକ ଉତ୍ପାଦକ ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ। ସଙ୍ଗଠନଗୁଡ଼ିକର ପରିଚାଳନା କମିଟି ସଦସ୍ୟ, ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଓ ହିସାବ ରାକ୍ଷକମାନେ ଶିବିରରେ ଯୋଗଦେଇଥିଲେ। ଲାଲ ସଂସ୍ଥାର ସମ୍ପାଦକ କ୍ଷେତ୍ରମୋହନ ବେହେରା ଏହାକୁ ପରିଚାଳନା କରିଥିଲେ। ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ବି.ସି. ପାତ୍ର ଏହାକୁ ଉଦ୍‌ଘାଟନ କରି କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି କହିଥିଲେ। ରାଜ୍ୟରେ କୃଷିର ଉନ୍ନତି ନ ହେଲେ କୃଷକଙ୍କ ଜୀବନଶୈଳୀରେ ଉନ୍ନତି ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଶୁକ୍ରବାର ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଜି.ଏକେ. କୁମାର ଓ ଇଫ୍‌କୋର ଷ୍ଟେଟ ମାର୍କେଟଂ ମ୍ୟାନେଜର ଏସ.କେ ଚାଟାର୍ଜୀ ଉପସ୍ଥିତ ଥିଲେ। ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ କୃଷକ ଉତ୍ପାଦକ ସଙ୍ଗଠନ ମିଳିତ ଭାବେ ବିହନ ଉତ୍ପାଦନ କଲେ ଉପଯୁକ୍ତ ସମୟରେ ବିଭିନ୍ନ ପ୍ରକାର ଗୁଣାତ୍ମକ ବିହନ ଚାଷୀମାନେ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି ପ୍ରଧାନ ବୈଜ୍ଞାନିକ କୁମାର ଆଶାବ୍ୟକ୍ତ କରିଥିଲେ। ଲାଲ ସମ୍ପାଦକ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିବିରରେ ଅନ୍ୟାନ୍ୟ ଜିଲା ସମେତ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାସ୍ଥିତ କୃଷି କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଲାଲ ସଂସ୍ଥାର ମ୍ୟାନେଜର ରଞ୍ଜନ କୁମାର ରାଉତ ଓ ଉପଦେଷ୍ଟା ସୁକାନ୍ତ ଜେନା ଶିବିର ପରିଚାଳନା ସହଯୋଗ କରିଥିଳେ। ଶେଷର ସୁଧୀର ରଞ୍ଜନ ବାରିକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?