Odisha Elections 2024

ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ

ଭଞ୍ଜନଗର,୧।୧୦(ଡି.ଏନ.ଏ): ବେଲଗୁଣ୍ଠା ଓ ଭଞ୍ଜନଗର ଆମ ପୋଲିସ ସମିତିର ସଚେତନତା ବୈଠକ ପୃଥକ ଭାବେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ପୋଲିସ ପକ୍ଷରୁ ଇଙ୍ଗିନାଠିରେ ହୋଇଥିବା ବୈଠକରେ ଥାନା ଅଧିକାରୀ ପି.କେ.ସାହୁ ଅଧ୍ୟକ୍ଷତା କରିଥିଲେ । ସେହିପରି ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ଏନଏସି ସମ୍ମିଳନୀ କକ୍ଷରେ ସଚେତନତା ବୈଠକ ହୋଇଥିଲା। ଏଥିରେ ଏସ୍‌ଡ଼ିପିଓ ଶୁଭ୍ରାଂଶୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଥାନା ଅଧିକାରୀ ଧିରେଶ ଦାସ, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବକର, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି, ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମି ତ୍ରିପାଠୀ, ରବି ନାରାୟଣ ମହାନ୍ତି, ମୃତ୍ୟୁଞ୍ଜୟ ସୁବୁଦ୍ଧି, ସୁଶାନ୍ତ ମହାପାତ୍ର, ବିଷ୍ଣୁପ୍ରିୟା ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଦୁର୍ଗାପୂଜାରେ କିଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ, ଟ୍ରାଫିକ ସମସ୍ୟା ନ ରହିବ ସେ ଉପରେ ଆଲୋଚନା ହୋଇଥିଲା। ଦୂର୍ଗା ପୂଜା ସମୟରେ ଭଞ୍ଜନଗର ସହରରେ ଭିଡ ହେବ। ଏହି ସମୟରେ ଚୋରି ହୋଇପାରେ। ତେଣୁ ଯେଉଁମାନେ ଅଳଙ୍କାର ପିନ୍ଧି ଆସିବେ ସେମାନେ ସତର୍କତା ଅବଲମ୍ବନ କରନ୍ତୁ। ଏଥିପ୍ରତି ମହିଳା ମାନେ ଦୃଷ୍ଟି ଦେବା ପାଇଁ ବୈଠକରେ ବକ୍ତାମାନେ ଅନୁରୋଧ କରିଥିଲେ। ଚୋରା ନିଶାଦ୍ରବ୍ୟ କାରବାର କେତେକ ଅଞ୍ଚଳରେ ବଢୁଛି। ଭଞ୍ଜନଗର ରେ ଏହା କମଏ । ତଥାପି ଏଥିପ୍ରତି ଦୃଷ୍ଟି ଦିଆଯିବ। ଭଞ୍ଜନଗର ସହର ଏକ ସୁରକ୍ଷିତ ସହର। ଅନ୍ୟ ଅଞ୍ଚଳ ଅପେକ୍ଷା ଏଠାରେ ଅପରାଧ କମ ଅଛି। ଲୋକଙ୍କ ସୁରକ୍ଷା ହେଉଛି ଆମର କର୍ତ୍ତବ୍ୟ। ଏଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଏସଡିପିଓ ଶୁଭ୍ରାଂଶୁ ମିଶ୍ର କହିଥିଲେ। ଅତିରିକ୍ତ ଥାନା ଅଧିକାରିଣୀ ବିଦ୍ୟା ଭାରତୀ ନାୟକ, ସଭ୍ୟା ଗୀତା ସୁବୁଦ୍ଧି, ଲାବଣ୍ୟ ବେହେରା, ଯନ୍ତ୍ରୀ ସୁଶାନ୍ତ ସାହୁ, ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଶୋକ ମହାପାତ୍ର ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। ରବି ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri