ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ

ଭଞ୍ଜନଗର,୧।୧୦(ଡି.ଏନ.ଏ): ବେଲଗୁଣ୍ଠା ଓ ଭଞ୍ଜନଗର ଆମ ପୋଲିସ ସମିତିର ସଚେତନତା ବୈଠକ ପୃଥକ ଭାବେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ପୋଲିସ ପକ୍ଷରୁ ଇଙ୍ଗିନାଠିରେ ହୋଇଥିବା ବୈଠକରେ ଥାନା ଅଧିକାରୀ ପି.କେ.ସାହୁ ଅଧ୍ୟକ୍ଷତା କରିଥିଲେ । ସେହିପରି ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ଏନଏସି ସମ୍ମିଳନୀ କକ୍ଷରେ ସଚେତନତା ବୈଠକ ହୋଇଥିଲା। ଏଥିରେ ଏସ୍‌ଡ଼ିପିଓ ଶୁଭ୍ରାଂଶୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଥାନା ଅଧିକାରୀ ଧିରେଶ ଦାସ, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବକର, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି, ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମି ତ୍ରିପାଠୀ, ରବି ନାରାୟଣ ମହାନ୍ତି, ମୃତ୍ୟୁଞ୍ଜୟ ସୁବୁଦ୍ଧି, ସୁଶାନ୍ତ ମହାପାତ୍ର, ବିଷ୍ଣୁପ୍ରିୟା ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଦୁର୍ଗାପୂଜାରେ କିଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ, ଟ୍ରାଫିକ ସମସ୍ୟା ନ ରହିବ ସେ ଉପରେ ଆଲୋଚନା ହୋଇଥିଲା। ଦୂର୍ଗା ପୂଜା ସମୟରେ ଭଞ୍ଜନଗର ସହରରେ ଭିଡ ହେବ। ଏହି ସମୟରେ ଚୋରି ହୋଇପାରେ। ତେଣୁ ଯେଉଁମାନେ ଅଳଙ୍କାର ପିନ୍ଧି ଆସିବେ ସେମାନେ ସତର୍କତା ଅବଲମ୍ବନ କରନ୍ତୁ। ଏଥିପ୍ରତି ମହିଳା ମାନେ ଦୃଷ୍ଟି ଦେବା ପାଇଁ ବୈଠକରେ ବକ୍ତାମାନେ ଅନୁରୋଧ କରିଥିଲେ। ଚୋରା ନିଶାଦ୍ରବ୍ୟ କାରବାର କେତେକ ଅଞ୍ଚଳରେ ବଢୁଛି। ଭଞ୍ଜନଗର ରେ ଏହା କମଏ । ତଥାପି ଏଥିପ୍ରତି ଦୃଷ୍ଟି ଦିଆଯିବ। ଭଞ୍ଜନଗର ସହର ଏକ ସୁରକ୍ଷିତ ସହର। ଅନ୍ୟ ଅଞ୍ଚଳ ଅପେକ୍ଷା ଏଠାରେ ଅପରାଧ କମ ଅଛି। ଲୋକଙ୍କ ସୁରକ୍ଷା ହେଉଛି ଆମର କର୍ତ୍ତବ୍ୟ। ଏଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଏସଡିପିଓ ଶୁଭ୍ରାଂଶୁ ମିଶ୍ର କହିଥିଲେ। ଅତିରିକ୍ତ ଥାନା ଅଧିକାରିଣୀ ବିଦ୍ୟା ଭାରତୀ ନାୟକ, ସଭ୍ୟା ଗୀତା ସୁବୁଦ୍ଧି, ଲାବଣ୍ୟ ବେହେରା, ଯନ୍ତ୍ରୀ ସୁଶାନ୍ତ ସାହୁ, ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଶୋକ ମହାପାତ୍ର ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। ରବି ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏନେଇ ସୋମବାର ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଥିବା…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri