Posted inଜାତୀୟ

କୃଷି ବିଧେୟକ ରାଜ୍ୟ ସଭାରେ ଉପସ୍ଥାପିତ: ମଞ୍ଜୁରୀ ପାଇଁ ଛୋଟ ଦଳଙ୍କ ଭରସାରେ ଭାଜପା

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ କୃଷି ବିଧେୟକ ଉପସ୍ଥାପିତ ହୋଇଛି। ଏହାକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଏହି ବିଲ୍‌ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ। ଦେଶର ଯେକୌଣସି ସ୍ଥାନରେ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବାର ସ୍ବାଧୀନତା କୃଷକମାନେ ପାଇପାରିବେ। ଏହା ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କୌଣସି ସମ୍ପର୍କ ରଖେ ନାହିଁ ବୋଲି ତୋମାର କହିଛନ୍ତି। ଏହାକୁ ବିରୋଧ କରି ସିପିଆଇଏମ୍‌ର ଏମ୍‌ପି କେ.କେ. ରାଗେଶ କହିଲେ ଯେ, ସରକାର ଏହ ମାଧ୍ୟମରେ କର୍ପୋରେଟ କ୍ଷେତ୍ରଗୁଡ଼ିକ ପାଇଁ ପ୍ୟାକେଜ ଆଣିଛନ୍ତି। ତେବେ ଏହାଦ୍ୱାରା କୃଷକଙ୍କ କ୍ଷତି ହେବ। କଂଗ୍ରେସ ଏମ୍‌ପି ପ୍ରତାପ ସିଂ ବାଜଓ୍ବା କହିଲେ ଯେ, ଏହି ବିଲ୍‌ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ କରିବ। ଏହା ସହମତି ମୃତ୍ୟ ପରଓ୍ବାନରେ ଦସ୍ତଖତ କରିବା ଭଳି। ବିଲ୍‌କୁ ନେଇ ଭାଜପା ଏମ୍‌ପି ଭୂପେନ୍ଦ୍ର ଯାଦବ କଂଗ୍ରେସକୁ ବିରୋଧ କରି କହିଥିଲେ ଯେ, ଗତ ୬୦ ବର୍ଷ ମଧ୍ୟରେ ଦେଶର କୃଷକଙ୍କ ପାଇଁ କଂଗ୍ରେସ କିଛି ବି କରି ନାହିଁ। କୃଷକ କଂଗ୍ରେସ ପାଇଁ କେବଳ ଭୋଟ ବ୍ୟାଙ୍କ ସାଜିଛନ୍ତି। ଏବେ ଭାଜପା ସରକାରକୁ କଂଗ୍ରେସ କେବଳ ବିରୋଧ କରିବା ଜାରି ରଖିଛି। ଏନେଇ ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ ବାୟନ କହିଲେ ଯେ, ଭାଜପା ସରକାର କେବଳ ପ୍ରତିଶ୍ରୁତି ଦେଇଜାଣେ ମାତ୍ର ଏହାକୁ ପୂରଣ କରି ପାରେନା। ସୂଚନାଯୋଗ୍ୟ, କୃଷି ବିଧେୟକକୁ ଲୋକ ସଭାରେ ମଞ୍ଜୁରୀ ମିଳି ସାରିଛି। ତେବେ ରାଜ୍ୟ ସଭାରେ ଭାଜପାର ସ୍ଥିତି ଦୁର୍ବଳ ରହିଛି। ଏବେ ରାଜ୍ୟସଭାର ମୋଟ ଆସନ ସଂଖ୍ୟା ୨୪୫ ଥିବାବେଳେ ସେଥିମଧ୍ୟରୁ ୨ ଟି ଆସନ ଖାଲି ପଡ଼ିଛି। ଫଳରେ ସଦସ୍ୟଙ୍କ ସଂଖ୍ୟା ୨୪୩ ରହିଛି। କୃଷି ବିଧେୟକକୁ ମଞ୍ଜୁରୀ ମିଳିବା ପାଇଁ ୧୨୨ ଜଣ ସଦସ୍ୟଙ୍କ ସମର୍ଥନ ରହିବା ଆବଶ୍ୟକ। ଏବେ ରାଜ୍ୟ ସଭାରେ ଭାଜପାର ସଦସ୍ୟ ସଂଖ୍ୟା ୮୬ ରହିଛି। ବିଧେୟକ ବିରୋଧରେ ୧୦୦ ଭୋଟ ପଡ଼ିବ ବୋଲି ଭାଜପା ଆଶା ରଖିଛି। ଅପର ପକ୍ଷରେ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ପାଇଁ ଭାଜପା ଛୋଟ ଦଳଙ୍କ ଭରସାରେ ରହିଛି। ଇତିମଧ୍ୟରେ ଭାଜପା ପକ୍ଷରୁ ହ୍ବିପ୍‌ ମଧ୍ୟ ଜାରି ହୋଇ ସାରିଛି। କେତେକ ସଦସ୍ୟ ଭୋଟଦାନରୁ ବିରତ ରହିବା ସହିତ ଅନୁପସ୍ଥିତ ମଧ୍ୟ ରହିବେ। ଫଳରେ ସରକାରଙ୍କ ପାଖରେ ୧୧୫ ପାଖାପାଖି ସଦସ୍ୟଙ୍କ ସମର୍ଥନ ରହିବାର ଆଶା ରହିଛି। ଅପରପକ୍ଷରେ ବିରୋଧୀ ଦଳଙ୍କ ସମର୍ଥନ ୧୦୦ରୁ ଟପିବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri