ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ

ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି?
ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ ମଧ୍ୟ ଗ୍ରାମୋଦ୍ୟୋଗର ଚାହିଦା ଓଡ଼ିଶା ସମେତ ସାରା ଭାରତରେ ସର୍ବାଧିକ ରହିଛି। ଗ୍ରାମୋଦ୍ୟୋଗ ଯୋଗୁ ଲୋକମାନେ ରୋଜଗାର ସହ ଆତ୍ମନିର୍ଭର ହୋଇପାରୁଛନ୍ତି। କେଭିଆଇସିର ବିଭିନ୍ନ ସାମଗ୍ରୀ ବିଦେଶରେ ମଧ୍ୟ ବହୁଳ ଭାବେ ବ୍ୟବହାର ହେଉଛି।
ପ୍ରଶ୍ନ- ଖଦି ସାମଗ୍ରୀ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ
କରୁଛି କି?
ଉତ୍ତର- ଯୁବପିଢ଼ି ଟ୍ରେଣ୍ଡିଂ ସାମଗ୍ରୀ ଓ ପୋଷାକ ଅଧିକ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ‘ଖଦି ଫର ନେଶନ-ଖଦି ଫର ଫ୍ୟାଶନ’ରେ ଯୁବବର୍ଗ ଅନୁପ୍ରାଣିତ। ଯୁବବର୍ଗଙ୍କଠାରୁ ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ ଖଦି ପୋଷାକ ଏବଂ ଖଦିରୁ ପ୍ରସ୍ତୁତ ଅନ୍ୟ ସାମଗ୍ରୀ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ଏକ ଶୁଭ ସଙ୍କେତ। ସମସ୍ତ ଅଂଶୀଦାର ଏହାଦ୍ୱାରା ବେଶ୍‌ ଉପକୃତ ହୋଇପାରୁଛନ୍ତି। ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତ ପୋଷାକ, ଉତ୍ତର ଓଡ଼ିଶାର ବନଜାତ ଘରୋଇ ସାମଗ୍ରୀ, ଉପକୂଳ ଓଡ଼ିଶାର କଳାକୃତି ପ୍ରଡକ୍ଟ ଏବଂ ଦକ୍ଷିଣ ଓଡ଼ିଶାର ପ୍ରକ୍ରିୟାକୃତ ଖାଦ୍ୟ ବିଦେଶରେ ମଧ୍ୟ ଆଦର ଲାଭ କରିଛି।
ପ୍ରଶ୍ନ- ଗ୍ରାମୀଣ ବିକାଶରେ ଖଦି ଓ ଗ୍ରାମୋଦ୍ୟୋଗ ଶିଳ୍ପ କେତେ ସକ୍ଷମ ହୋଇଛି?
ଉତ୍ତର-କମିଶନ ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରୁଛି। ନୂଆ ନିଯୁକ୍ତି ସୃଷ୍ଟି ସାଙ୍ଗକୁ ନିଶ୍ଚିତ ରୋଜଗାର ବଢ଼ିଛି। ଖଦି ଏବଂ ଗ୍ରାମୋଦ୍ୟୋଗ ପ୍ରଡକ୍ଟ ପ୍ରତି ସବୁ ବର୍ଗଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଉତ୍ପାଦିତ ଗ୍ରାମୀଣ ସାମଗ୍ରୀ ବଜାରରେ ଭଲ ବିକ୍ରି ହେଉଥିବାରୁ ଲୋକଙ୍କୁ ରୋଜଗାର ବଢ଼ାଇବାରେ ଏହା ଯୋଗଦାନ ରଖୁଛି।
ପ୍ରଶ୍ନ- କେଉଁ ସବୁ ଯୋଜନା ହିତାଧିକାରୀଙ୍କ ପାଇଁ ବେଶ୍‌ ଫଳପ୍ରଦ ହୋଇଛି?
ଉତ୍ତର-ପିଏମ୍‌ଇଜିପି, ଏମ୍‌ଡିଏ, ଆଇଏସ୍‌ଇସି, ସ୍ଫୃତି, ରିବେଟ ଏବଂ ମହୁ ମିଶନ ଭଳି ଯୋଜନା ଦ୍ୱାରା ହିତାଧିକାରୀମାନେ ବିଭିନ୍ନ ସୁବିଧା ପାଉଛନ୍ତି। ରୋଜଗାର ସୃଷ୍ଟି ଦିଗରେ ରହିଥିବା କମିଶନଙ୍କ ମୂଳ ଲକ୍ଷ୍ୟ ହାସଲରେ ଏହା ସହାୟକ ହେଉଛି।
ପ୍ରଶ୍ନ- ପିଏମ୍‌ଇଜିପି ଯୋଜନାକୁ କମିଶନ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ହିତାଧିକାରୀ କ’ଣ ସବୁ ଲାଭ ପାଉଛନ୍ତି?
ଉତ୍ତର-କୋଭିଡ୍‌ ଯୋଗୁ ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ସାରା ଦେଶରେ ଲାଗୁ କରିଛନ୍ତି। ଉଭୟ ଗ୍ରାମୀଣ ଓ ସହରାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳ ହିତାଧିକାରୀଙ୍କୁ ୩୫% ଏବଂ ସହରାଞ୍ଚଳ ହିତାଧିକାରୀଙ୍କୁ ୨୫% ସବ୍‌ସିଡି ଦିଆଯାଉଛି। ସହଜ ପଦ୍ଧତିରେ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇପାରୁଛନ୍ତି। କୌଣସି ସମସ୍ୟା ସାମ୍ନା ନ କରି ଲୋକମାନେ ଯୋଜନାର ଲାଭ ଉଠାଇ ପାରୁଛନ୍ତି। ବ୍ୟାଙ୍କ ଜରିଆରେ ସହାୟତା ପ୍ରଦାନ କରାଯାଉଛି।
ପ୍ରଶ୍ନ- ରାଜ୍ୟରେ ହନି ମିଶନ କିପରି କାର୍ଯ୍ୟ କରୁଛି?
ଉତ୍ତର-ରାଜ୍ୟରେ ‘ହନି ମିଶନ’ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଲୋକଙ୍କ ରୋଜଗାର ଏବଂ ରାଜ୍ୟର ଉପତ୍ାଦନ ବଢ଼ିଛି। ଏହି ମିଶନକୁ ଆହୁରି ସଫଳ କରିବାକୁ ବର୍ତ୍ତମାନ କାର୍ଯ୍ୟପନ୍ଥାର ସମୀକ୍ଷା ହେଉଛି। ଯୋଜନାର ଗୁରୁତ୍ୱ ବଢ଼ିଛି। ହିତାଧିକାରୀଙ୍କୁ ମହୁ ମାଛି ଦଳ (ମହୁ ବାକ୍ସ) ସମେତ ଆବଶ୍ୟକ କିଟ୍‌ ଯୋଗାଇ ଦିଆଯାଉଛି।
ପ୍ରଶ୍ନ- କୋଭିଡ୍‌ର ପ୍ରଭାବ କିପରି ପଡ଼ିଥିଲା?
ଉତ୍ତର- ମହାମାରୀ ଯୋଗୁ କାରବାର ହ୍ରାସ ସହ ମାନ୍ଦାବସ୍ଥା ଜାରି ରହିଛି। ସରକାର ଲୋକଙ୍କ ଲାଗି ବିଭିନ୍ନ ଯୋଜନା ଆଣୁଛନ୍ତି। ସ୍ଥିତି ସ୍ବାଭାବିକ ହେବାକୁ ଅପେକ୍ଷା। କୋଭିଡ୍‌ ନିୟମକୁ ନଜରରେ ରଖି କାର୍ଯ୍ୟକ୍ରମ ହାତକୁ ନିଆଯିବ।
ପ୍ରଶ୍ନ- ଫ୍ରି ଟାଇମ୍‌ରେ କ’ଣ ସବୁ କରିବାକୁ ଭଲପାଆନ୍ତି?
ଉତ୍ତର- କର୍ମମୟ ଜୀବନରେ କାର୍ଯ୍ୟ ଓ ଦାୟିତ୍ୱ ମୁଦ୍ରାର ୨ଟି ପାର୍ଶ୍ୱ। କାର୍ଯ୍ୟର ଅଧିକାଂଶ ସମୟ ଭ୍ରମଣରେ ବିତିଥାଏ। କାର୍ଯ୍ୟାଳୟରୁ ଗଲାପରେ ଅଥିବା ଛୁଟି ଦିନଗୁଡିକରେ ପରିବାର ସହ ପରିଭ୍ରମଣ କରେ। ସାଙ୍ଗଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କରେ ରହୁଛି। ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଭଲ ଲାଗେ।
ପ୍ରଶ୍ନ- ଖଦିକୁ ନେଇ ଆପଣଙ୍କର ମତ କ’ଣ?
ଉତ୍ତର- ଖଦି ପୋଷାକର ଏକ ସ୍ବତନ୍ତ୍ରତା ରହିଛି। ଖଦିକୁ ମୁଁ ବହୁତ ପସନ୍ଦ କରେ। ପ୍ରତିଦିନ ପରିଧାନ କରି ନ ପାରିଲେ ମଧ୍ୟ ପ୍ରାୟ ସମୟ ଖଦି ବସ୍ତ୍ରର ବ୍ୟବହାର କରେ। କାର୍ଯ୍ୟାଳୟରେ ମଧ୍ୟ ସବୁ କର୍ମଚାରୀ ପ୍ରାୟ ଖଦି ପରିଧାନ କରିଥାନ୍ତି। ମନ୍ତ୍ରଣାଳୟ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦେଉଛି।

-ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri