ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ଲଘୁଚାପଜନିତ ବର୍ଷା ପରେ ବୁଣାଯାଇଥିବା ଧାନ ବିହନ ପାଣିରେ ବୁଡ଼ି ରହିଲା। ଯେଉଁ ଚାଷୀମାନେ ଢିପଜମିରେ ବିହନ ବୁଣିଥିଲେ ସେମାନେ ପରେ ତଳି ଆଣି ରୁଆପୋତା କରିଥିଲେ। ମାତ୍ର ଅଗଷ୍ଟ ପ୍ରଥମ ସପ୍ତାହର ଲଗାଣ ବର୍ଷା ଏବେ ସତେ ଯେମିତି ସବୁ ଉଜାଡି ଦେଇଛି। ଚାଷଜମିଗୁଡ଼ିକରେ ୫ରୁ ୬ ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଛି। ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିରେ ବୁଣା ଓ ରୁଆ ପୋତା ହୋଇଥିବା ଧାନ ଫସଲ ନଷ୍ଟ ହୋଇଛି। ବୁଧବାର କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଜିଲାପାଳ ରଘୁରାମ ଆର ଆୟାରଙ୍କୁ ଭେଟି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ସଂଘ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ବ୍ଲକ ଅଧୀନ ଏଣ୍ଡରପାଟ, ନରସିଂହପୁର, ଛଚିଣା, ନୂଆହାଟ, ନୋଳପାଟ, ବିନ୍ଧାପାଟ, କଣ୍ଡାପାଟ, ଚାଟରାପାଟ, ଅଠରପଡ଼ାପାଟ, କାଉପଡ଼ାପାଟ, ଫୋଗଳପାଟ, ମହେଶପୁର ଗହୀର, ଆମ୍ବୁରା, ମନ୍ତ୍ରୀପଡ଼ା ଗହିର, ସେଢ଼ୁଆପଟ, ବାରିମୂଳ ପାଟ ଓ ମଲ୍ଲିକେଶ୍ୱରପୁର ଆଦି ପାଟ ଜମିରେ ରୁଆଯାଇଥିବା ଧାନ ଫସଲ ସହ ତଳିଘେରା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି କରିଛନ୍ତି। କେବଳ ଧାନ ଫସଲ ନୁହେଁ, ବ୍ଲକର ବ୍ୟାପକ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଭୁଜବଳ, କଂସାରିପାଟଣା, ବେଲରାପୁର, ତରଙ୍ଗା, ନେତୁଆ, ନରସିଂହପୁର, ମୁଣ୍ଡିଲୋ, ଗୋବିନ୍ଦପୁର, ମୁକୁନ୍ଦପୁର, ବାଲିଆ, ବଘାଳୋ, ଛଚିଣା, ଗୁଡ଼ୁଗୁଡ଼ି ଓ କାଉପଡ଼ା ଆଦି ଗ୍ରାମରେ ଏକର ଏକର ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାକୁ ବସିଛି ବୋଲି ସଭାପତି ମିଶ୍ର ଜିଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ବିଶେଷ କରି ବ୍ଲକ ଦେଇ ଯାଇଥିବା ୧୬ ନଂ., ୧୯ ନଂ. ଓ ୨୦ ନଂ. ଡ୍ରେନେଜ୍‌ କଟ୍‌ରେ ଜଳ ନିଷ୍କାସନ ପଥ ଅବରୋଧ ହୋଇଥିବାରୁ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇପାରୁ ନ ଥିବା ନେଇ ଚାଷୀ ସଂଘ ସମ୍ପାଦକ କୃତ୍ତିିବାସ ଦାସ କହିଛନ୍ତି। କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଚଳିତ ବର୍ଷ ବ୍ଲକ ଅଞ୍ଚଳର ଚାଷୀଙ୍କୁ ବହୁ ଦୁଃଖ ଭୋଗିବାକୁ ପଡିଛି ବୋଲି କୃତ୍ତିବାସ କହିଛନ୍ତି। ଏହି ପ୍ରତିନିଧି ଦଳରେ ଅକ୍ଷୟ କୁମାର ତ୍ରିପାଠୀ, ଅନନ୍ତ କିଶୋର ଭୂୟାଁ, କମଳ ମହାନ୍ତି, ମଦନ ମୋହନ ମହାନ୍ତି, ଅଞ୍ଜନ କୁମାର ପଲାଇ ଓ ରଞ୍ଜିତ ସାମଲ ପ୍ରମୁଖ ସଂଘର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri