ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଚୁକ୍ତି

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଜାତିସଂଘ ପୁଞ୍ଜି ବିକାଶ ପାଣ୍ଠି (ୟୁଏନ୍‌ସିଡିଏଫ୍‌) ମଧ୍ୟରେ ସୋମବାର ଏକ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏହାସହ ମିଶନ ଶକ୍ତି-ଲିଭିଂ ଲାବ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମହିଳାଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବା ଦିଗରେ ରାଜ୍ୟ ସରକାର ଏବଂ ୟୁଏନ୍‌ସିଡିଏଫ୍‌ର ଏହା ଏକ ସମ୍ମିଳିତ ପ୍ରୟାସ। ରାଜ୍ୟର ସହର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଅଧୀନରେ ୬.୦୨ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। ଏହି ଚୁକ୍ତିପତ୍ରରେ ସ୍ବାକ୍ଷର କରିବା ଅବସରରେ ମିଶନ ଶକ୍ତି କମିଶନର ସୁଜାତା ଆର୍‌. କାର୍ତ୍ତିକେୟନ୍‌ କହିଥିଲେ, ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଏକାନ୍ତ ଆବଶ୍ୟକ। ଏହି ଚୁକ୍ତିନାମା ଫଳରେ ମହିଳାମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରିପାରିବେ। ସେମାନେ ଅଧିକ ଉପାର୍ଜନକ୍ଷମ ହୋଇପାରିବେ ବୋଲି ମଧ୍ୟ ଆଶାବାଦୀ। ମହିଳାଙ୍କ ଆୟବୃଦ୍ଧି ସହ ଆର୍ଥିକ ସ୍ବଚ୍ଛଳତାକୁ ସୁନିଶ୍ଚିତ କରିବା ଦିଗରେ ମିଶନ ଶକ୍ତି ଏବଂ ୟୁଏନ୍‌ସିଡିଏଫ୍‌ର ଆର୍ଥିକ ସହଭାଗିତା ସମୟୋଚିତ ଏବଂ ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟୁଏନ୍‌ସିଡିଏଫ୍‌ର ନିର୍ଦ୍ଦେଶକ ହେନେରୀ ଡୋମେଲ କହିଛନ୍ତି, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ମହିଳାଙ୍କ ଆର୍ଥିକ ନିରାପତ୍ତା ଏବଂ ସ୍ବାଧୀନତା ବୃଦ୍ଧି ପାଇଁ ନୂତନ ଜ୍ଞାନକୌଶଳ ଓ ଭିତ୍ତିଭୂମିର ବ୍ୟବହାରରେ ଏହା ସହାୟକ ହେବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଡିଜିଟାଲ ଆର୍ଥିକ ସେବା ପ୍ରଦାନ ଏବଂ ସେମାନଙ୍କ ଉନ୍ନତ ଆର୍ଥିକ ଅବସ୍ଥା ସୃଷ୍ଟି କରିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବ। ମହିଳାମାନଙ୍କ ଦ୍ୱାରା ପରିଚାଳିତ ପ୍ରାୟ ୧୦ ହଜାର କ୍ଷୁଦ୍ର ଉଦ୍ୟୋଗ ନିଜ ସାମର୍ଥ୍ୟ ଅନୁସାରେ ବଜାର ସୁଯୋଗ ପାଇବା, ବ୍ୟବସାୟ ସମ୍ପ୍ରସାରଣ ନିମନ୍ତେ ପୁଞ୍ଜି ପାଇବା ଏବଂ ଅଧିକ ବଜାର ସଂଯୋଗୀକରଣର ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri