ବିକାଶର ନାମ ବିଜ୍ଞାପନ

ପେଟ ଚାଖଣ୍ଡକ ପୂରିଗଲେ କଥା ସରିବା କଥା। ହେଲେ ସର୍ବଗ୍ରାସୀ ଲୋଭ, ସବୁକୁ ନିଜର କରିବାର ପ୍ରୟାସରୁ ଅନେକେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଇ ଦେଖୁନାହାନ୍ତି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ବ୍ୟକ୍ତିବିଶେଷ କେତେ ଠକି ନେଲେ ଯେ ତାକୁ ହିସାବ କଲେ ମୁଣ୍ଡବିନ୍ଧାର କାରଣ ହେବ। ଏମାନେ ତ ଧରାପଡ଼ିଲେ। ହେଲେ ଏମିତି ଜୋକସବୁ ଭାରତକୁ ସବୁଦିନ ଧୀରେ ଧୀରେ ମୃତ୍ୟୁର ଶୀତଳ ସ୍ପର୍ଶ ଦେଉଛନ୍ତି, ତା’ର ହିସାବ ନାହଁି। ହେଇ ଦେଖନ୍ତୁ ନା ଏଇ ନିକଟରେ ଶ୍ରୀଲଙ୍କା ପରି ଏକ ସୁନାର ଦେଶର ଅର୍ଥନୀତି କେତେକ ସ୍ବାର୍ଥୀ ଲୋକଙ୍କ ଯୋଗୁ ଶ୍ରୀହୀନ ହୋଇଗଲା। ଖବର ଶୁଣି ବୁଦ୍ଧିଜୀବୀମାନେ ଭବିଷ୍ୟତ ବାଣୀ କଲେ, ଭାରତର ଅବସ୍ଥା ମଧ୍ୟ ସେଇ ଦିଗକୁ ଧୀରେ ଧୀର ଅଗ୍ରସର ହେଉଛି। ଶୁଣି ଭୟ ଲାଗୁଛି। ହୁଏତ ଏମିତି ଅବସ୍ଥା ଆସିବାକୁ ଦଶ ବା ପନ୍ଦରରୁ ଆରମ୍ଭ କରି ଆଉ କିଛି ଅଧିକ ସମୟ ଲାଗିପାରେ। ହେଲେ ପ୍ରଶ୍ନ ଉଠେ କେତେ ଲୋକ ଏଇ କଥାକୁ ବୁଝିଲେ ଓ ତା’ର ନିରାକରଣ ପାଇଁ ଚେଷ୍ଟା କଲେ। ବୋଧହୁଏ ଏମିତି ସଂଖ୍ୟା ଶୂନ ହେବ।
ବିକାଶର ଅର୍ଥ ନୁହଁ ବିଜ୍ଞାପନ। ବିକାଶ ଗୋଟିଏ ଏମିତି ଶବ୍ଦ ଯାହାକୁ ଦେଖିଲେ ଅନୁଭବ କରିହୁଏ। ଏଥିପାଇଁ ପେଁକାଳି, ବାଜା ବଜାଇ ଖବର ପ୍ରସାରଣର ଆବଶ୍ୟକତା ନାହିଁ। ଏହାଦ୍ବାରା କେତେକ ନିର୍ଦ୍ଦିିଷ୍ଟ ଶ୍ରେଣୀର ଲୋକେ ତ ଭ୍ରମିତ ହେବେ ଏଥିରେ ସନ୍ଦେହ ନାହିଁି। ସକାଳୁ ସକାଳୁ ପୋଖରୀ ବା ନଳକୂଅ ପାଖେ କଳାମଚମଚ ଲୋକଟିଏ ମୁହଁରେ କ୍ରିମ୍‌ ମାରି ଧଳା ହେବାର ପ୍ରୟାସରେ ମାତିଥାଏ। କାରଣ ଖୋଜିଲେ ଲାଗେ କୌଣସି ବିଜ୍ଞାପନର କମାଲ ନୁହେଁ ତ। ଯାହା ବି ହେଉ କବିସୂର୍ଯ୍ୟଙ୍କ ମତ ମନେପଡ଼େ ”ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକରୀ କି ହୋଇବ ଗାଈ।“ ହେଲେ ବି ଚେଷ୍ଟା କରି ବିଫଳ ହେବା ମଧ୍ୟ ଏକ ଉତ୍ତମ ଗୁଣ, ଏଥିରେ ସନ୍ଦେହର ଅବକାଶ ନାହିଁ। ଏମିତି କେତେଦିନ ଚାଲିବ।
ମଣିଷ ସୁଖ ସୁବିଧା ପଛରେ ଏମିତି ପଡିଛି ଯେ, ସେ ବୁଝି ପାରୁନି ସୁଖର ବାସ୍ତବିକ ସ୍ବରୂପକୁ। ରାତିର ନିଦ ପାଇଁ ନିଦ ବଟିକା ଦରକାର, ଡାଇବେଟିସ୍‌ ଯୋଗୁ ସ୍ବାଦ ଯୁକ୍ତ ଖାଦ୍ୟ ବାରଣ, ଗଦିରେ ଶୋଇ ଅଣ୍ଟା ବ୍ୟଥା…ଏମିତି ହିସାବ ନାହିଁ। କ’ଣ ଏହା ସବୁ ସୁଖର ସଂଜ୍ଞା ? ବାସ୍ତବରେ ସୁଖ ହଜିଯିବା ପରି ପ୍ରତୀତ ହେଉଛି। ଆଜିକାଲି ସବୁ ତ ସରକାର ଯୋଗାଇ ଦେଉଛନ୍ତି। ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଆହାର, ଇନ୍ଦିରା ଆବାସ, ଉଜ୍ଜଳା ଗ୍ୟାସ୍‌ ଏମିତି ଅନେକ କିଛି ଯୋଗୁ ବିକାଶ ତ ଖୁବ୍‌ ଜୋରରେ ଆଗେଇ ଯାଉଛି ବୋଲି ବିଜ୍ଞାପନ କହି ବୁଲୁଛି। ତଥାପି ହା ହତାଶାର ସ୍ବର ପୁରପଲ୍ଲୀରେ ଶୁଣାଯାଉଛି। ବାସ୍ତବରେ ଦୂର ପାହାଡ଼ ସିନା ସୁନ୍ଦର, କିନ୍ତୁ ପାଖରୁ ଦେଖିଲେ ଟାଙ୍ଗର ଭୂଇଁ ଛଡ଼ା ଆଉ କିଛି ନୁହେଁ। ମାଗଣାର ମୋହ କେତେଲୋକଙ୍କୁ ଝିଣ୍ଟିକା ପରି ଅଳସୁଆ କରିପକାଇଲାଣି, ତା’ର ହିସାବ ନାହିଁ। ଖାଲି କେଉଁଠି କ’ଣ ମିଳିବ ତା’ର ଠିକଣା ଖୋଜା ଚାଲିଛି। ଭାରତ ଏକ ଗଣତାନ୍ତ୍ରିକ ଦେଶ। ସବୁଠାରୁ ଭଲ ବ୍ୟବସ୍ଥାର ଦେଶ। କାରଣ ଏଠି ଗଣ ହେଉଛନ୍ତି ଦେବତା। ଏମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଶାସନ ବ୍ୟବସ୍ଥାକୁ ଚଳାଇବା କଥା। ବାସ୍ତବରେ କିନ୍ତୁ ଏମିତି କିଛି ହେଉନାହିଁ । ଭୋଟ ସମୟ ଆସିଗଲେ କୋଉଠୁ ବେଶି ନୋଟ, ମଦ ଓ ମାଂସ ମିଳିବ ତା’ର ଅନ୍ବେଷଣରେ ଗଣ ବ୍ୟସ୍ତ ରହୁଛି। ଆଉ ଏଇ ଗଣମାନଙ୍କୁ ଭ୍ରମିତ କରିବା ପାଇଁ କିଛି ବିଜ୍ଞାପନ ଓ କିଛି ଅର୍ଥର ବ୍ୟବସ୍ଥା କରିପାରିଲେ କଥା ଶେଷ। ପାଞ୍ଚବର୍ଷ ପାଇଁ ଆଉ ଚିନ୍ତା ନାହିଁ। ପୁଣି ପାଞ୍ଚବର୍ଷ ପରେ ସେଇ ଚିରାଚରିତ ଢଙ୍ଗରେ ମଞ୍ଚ ଉପରେ ପ୍ରଦର୍ଶନ କରିବାର କଥା।
ଖାଲି ଖର୍ଚ୍ଚ ଓ ବ୍ୟୟ ବରାଦର ସୁବନ୍ଦୋବସ୍ତ ଚାଲିଛି। ଏମିତି ଅବସ୍ଥା ଯୋଗୁ ମୁଣ୍ଡପିଛା ଋଣ ଭାର ବଢ଼ିଚାଲିଛି। କିନ୍ତୁ କେତେକ ସ୍ବାର୍ଥନ୍ବେଷୀ ମୁଷ୍ଟିମେୟ ଶ୍ରେଣୀର ଲୋକ ନିଜର ପକେଟ ଭରିବା ସହିତ ସୁଇସ ବ୍ୟାଙ୍କର ପୁଞ୍ଜି ବୃଦ୍ଧିରେ ସହାୟକ ହେଉଛନ୍ତି। ଏମିତି ଅବସ୍ଥା ଅବଶ୍ୟ ଅଧିକ ଦିନ ରହିବ ନାହିଁ। ଅର୍ଥନୀତି ବିଗିଡିବାର ପ୍ରତିକ୍ରିୟା ତ ପ୍ରତ୍ୟହ ସାମାଜିକ ଅବସ୍ଥା ଭିତରେ ପ୍ରତିଫଳିତ ହେଉଛି। ବେକାରି ସମସ୍ୟା ତନ୍ମଧ୍ୟରୁ ଅଧିକ ଭୟଙ୍କର। ବେକାରି ସମସ୍ୟା ମନୁଷ୍ୟକୃତ ପରି ବେଳେ ବେଳେ ଲାଗେ। ସାଧାରଣ କଥା ଚାଷୀ, ତା ବିଲରେ ବାଳୁଙ୍ଗା ଦେଖିଲେ ଉପାଡି ଦିଏ। କିନ୍ତୁ ସବୁଠାରୁ ଶ୍ରେଷ୍ଠ ବ୍ୟବସ୍ଥା ଅର୍ଥାତ୍‌ ଶିକ୍ଷା ବ୍ୟବସ୍ଥା ଭିତରେ ଏମିତି ହୁଏ ନାହିଁ। ନବମ ଶ୍ରେଣୀ ଯାଏ ତ ପାସ୍‌ ଫେଲ୍‌ ବ୍ୟବସ୍ଥା ନାହିଁ । ସମସ୍ତେ ପାସ୍‌ ହୋଇ ଆଗକୁ ଯିବେ। ଏପରି କି ଦଶମ ଶ୍ରେଣୀରେ ଇ ଗ୍ରେଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପଛର କାରଣ ଅସ୍ପଷ୍ଟ। ଆଗେ ଦଶମ ପାସ୍‌ ବ୍ୟକ୍ତି ମାଜିଷ୍ଟ୍ରେଟ ହେବାର କ୍ଷମତା ରଖୁଥିବା ବେଳେ ଏବର ବିଏ ପାସ୍‌ ଦରଖାସ୍ତ ମଧ୍ୟ ଲେଖିବାକୁ ଅସମର୍ଥ। ଏମିତି ହେଲେ ତ ଲାଗୁଛି ବେକାରି ସମସ୍ୟା ବଢ଼ିବ। ଶିକ୍ଷାର ଅର୍ଥ ନୁହଁ ଖଣ୍ଡେ ପ୍ରମାଣପତ୍ର। ଏହା ଏକ ରାସ୍ତା ବା ସୁଚିନ୍ତିତ ଯୋଜନା ଜୀବନକୁ ଜିଇବା ପାଇଁ। ଏହା ଆଗକୁ ବଢ଼ିବା ପାଇଁ ଏକ ମାଧ୍ୟମ। ଏହା ବିଷୟରେ ସଚେତନତା ଆବଶ୍ୟକ। ଏଥିପାଇଁ ଯୋଜନାର ଆବଶ୍ୟକତା ରହିଛି। ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କ ଆଗ୍ରହ ଅନୁଯାୟୀ ପାଠ୍ୟକ୍ରମ ରଖିଲେ, ହୁଏତ କିଛି ଅଗ୍ରଗତି ଦେଖିବାକୁ ମିଳିପାରେ। ପୁନଶ୍ଚ ଏତିକି କହିବି ବିଜ୍ଞାପନରେ ବିକାଶକୁ ସୀମିତ ନ ରଖି, ବାସ୍ତବରେ ପ୍ରଗତିମୂଳକ କାର୍ଯ୍ୟ କରି ମୁଣ୍ଡ ପିଛା ଋଣ ଭାରକୁ କମାଇବାକୁ ଚେଷ୍ଟା କଲେ ଅନ୍ତତଃ ଭାରତ ଶ୍ରୀଲଙ୍କା ପରି ଦିନ ନ ଦେଖନ୍ତା। ସମସ୍ୟା ଏତେ ଗୁରୁତର ଯେ ଭାବିଲେ ଭବିଷ୍ୟତ ଅନ୍ଧକାର ସଦୃଶ ଦୃଶ୍ୟମାନ ହୁଏ।

ଡ. ମାନସ ରଞ୍ଜନ ରଥ
ଅଧ୍ୟାପକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲାଞ୍ଜିଗଡ଼, କଳାହାଣ୍ଡି
ମୋ: ୯୦୪୦୧୦୦୨୭୯


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?