Odisha Elections 2024

ଅଗ୍ନିପଥ ଯୋଜନା, ନିୟମିତ କ୍ୟାଡର ନିଯୁକ୍ତି ରାଲି ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ, ଏପ୍ରିଲ ୨୨ରେ ପରୀକ୍ଷା

କଟକ,୧୩ା୨ (କାର୍ତ୍ତିକ ସାହୁ): ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ଆସନ୍ତା ଏପ୍ରିଲ ୨୨ରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି। ଏହି ପଞ୍ଜିକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲାର ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଭାରତୀୟ ସେନାର ୱେବସାଇଟ୍‌ www.joinindianarmy.nic.in ମାଧ୍ୟମରେ ପ୍ରାର୍ଥୀମାନେ ପଞ୍ଜିକରଣ କରିପାରିବେ। ଆବେଦନକାରୀ ୨୫୦ ଟଙ୍କା ପରୀକ୍ଷା ଦେୟ ଦାଖଲ କରିବେ। ନିର୍ଦ୍ଧାରିତ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଆଧାରିତ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ସହ ଆବେଦନକାରୀମାନଙ୍କୁ ପରିଚିତ କରାଇବା ପାଇଁ ୱେବସାଇଟ୍‌ରେ ଏକ ଅଭ୍ୟାସ ପରୀକ୍ଷା ଉପଲବ୍‌ଧ ରହିଛି। ପଞ୍ଜିକରଣ ସମ୍ବନ୍ଧିତ କୌଣସି ଅନୁସନ୍ଧାନ ନିମନ୍ତେ ପ୍ରାର୍ଥୀମାନେ କଟକସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ସରକାରରେ ଓଡ଼ିଶା...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri