ଅଗ୍ନିବୀରଙ୍କ ଦୁଃଖ

ଦେଶରେ କ୍ରମାଗତ ବେକାରି ସମସ୍ୟା ବଢ଼ିବାରୁ କେନ୍ଦ୍ର ସରକାରଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ସେଥିପାଇଁ ସରକାର ସମାଲୋଚନାର ରାଜନୈତିକ ସମାଧାନ ଭାବେ ୨୦୨୨ ଜୁନ୍‌ରେ ‘ଅଗ୍ନିପଥ’ ନାମକ ଏକ ସ୍କିମ୍‌ ଆଣିଲେ। ସେନାରେ ସାମୟିକ ଭାବେ ଯେଉଁମାନେ ନିଯୁକ୍ତି ପାଇବେ ବୋଲି ଯୋଜନାରେ କୁହାଗଲା, ସେମାନଙ୍କୁ ‘ଅଗ୍ନିବୀର’ ଆଖ୍ୟା ଦିଆଗଲା। ଏଥିଲାଗି ଭାରତୀୟ ସେନାରେ ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ସକାଶେ ବ୍ୟବସ୍ଥା ମଧ୍ୟ ରହିଲା। କିନ୍ତୁ ସେମାନେ ବିଧିବଦ୍ଧ ସୈନିକଙ୍କ ଭଳି ପେନ୍‌ସନ୍‌ କିମ୍ବା ଅନ୍ୟାନ୍ୟ ସୁବିଧା ପାଇବେ ନାହିଁ ବୋଲି ସ୍କିମ୍‌ରେ ଉଲ୍ଲେଖ ରହିଲା। ସେତେବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା ଓ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିଲା। ଏତେ ସତ୍ତ୍ୱେ କିଛି ବର୍ଷ ପାଇଁ ହେଉ ପଛେ ଖଣ୍ଡେ ଚାକିରି କରିବା ଲାଗି ଯୁବବର୍ଗଙ୍କ ମଧ୍ୟରୁ କିଛି ଅଗ୍ନିବୀର ଭାବେ ସେନାରେ ଯୋଗ ଦେଇଥିଲେ। ଏହାକୁ ଦେଖିଲେ ଅଗ୍ନିବୀର ଭାବେ ଯୋଗ ଦେଇଥିବା ଯୁବକମାନଙ୍କର ବ୍ୟାକୁଳତାରୁ ସେମାନଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ବୁଝିହେଉଛି।
ଏବେ ଖବର ମିଳିଛି ଅଗ୍ନିବୀର ଭାବେ ପଞ୍ଜାବର ମନ୍‌ସା ଅଞ୍ଚଳର ୧୯ ବର୍ଷୀୟ ଅମ୍ରିତ୍‌ପାଲ୍‌ ସିଂଙ୍କର ୧୧ ଅକ୍ଟୋବରରେ ମୃତ୍ୟୁ ଘଟିଛି, ଯାହା ଅଗ୍ନିବୀରଙ୍କ ମଧ୍ୟରେ ପ୍ରଥମ ଘଟଣା। ହ୍ବାଇଟ୍‌ ନାଇଟ୍‌ କର୍‌, ଯେଉଁଥିରେ ଅମ୍ରିତ୍‌ପାଲ୍‌ ସିଂ କଶ୍ମୀରର ଅଶାନ୍ତ ଅଞ୍ଚଳ ରଜୌରୀରେ ସନ୍ତ୍ରୀ ଡ୍ୟୁଟି କରୁଥିଲେ, ତାଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ମୃତ୍ୟୁ ଘଟିଛି। ଯଦି ତାହା ହୋଇଥାଏ, ପ୍ରଥମ ପ୍ରଶ୍ନ ହୋଇପାରେ ଯେ ଅମ୍ରିତ୍‌ପାଲ୍‌ଙ୍କ ଭଳି ଅନ୍ୟ ସବୁ ଅଗ୍ନିବୀରଙ୍କୁ ଉଚିତ୍‌ ମାନର ପ୍ରଶିକ୍ଷଣ ଦିଆଯାଉଛି କି ? ତାଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ଯଦି ତାଙ୍କର ମୃତ୍ୟୁ ଘଟିଛି ବୋଲି ହ୍ବାଇଟ୍‌ ନାଇଟ୍‌ କର୍‌ ତରଫରୁ ଘୋଷଣା କରିଦିଆଗଲାଣି, ତେବେ ଏହି ଅମ୍ରିତ୍‌ପାଲଙ୍କ ଭଳି ଅନ୍ୟ ସବୁ ଅଗ୍ନିବୀରଙ୍କ କୌଣସି ମାନସିକ ସ୍ଥିତି ସମ୍ପର୍କରେ ଡାକ୍ତରୀ ସହାୟତା ମିଳୁଛି କି ନାହିଁ। ଏହି ଘୋଷଣା ପରେ ହ୍ବାଇଟ୍‌ ନାଇଟ୍‌ କର୍‌ ପୁଣି କହୁଛି ଯେ, ଘଟଣାର ତଦନ୍ତ କରାଯାଉଛି। ଯଦି ବିଧିବଦ୍ଧ ଭାବେ ପୂର୍ବରୁ କୁହାଯାଉଥିଲା ଅମ୍ରିତ୍‌ପାଲଙ୍କ ମୃତ୍ୟୁ ତାଙ୍କ ନିଜ ବନ୍ଧୁକ ଫୁଟିଥିବାରୁ ହୋଇଛି ତେବେ ଏହା ପରେ ତଦନ୍ତ କରାଯିବାର ଅର୍ଥ କ’ଣ ରହିଲା। ଅନ୍ୟପଟେ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଧୁକରୁ ଗୁଳି ଫୁଟିବା କିମ୍ବା ନିଜେ ଆତ୍ମହତ୍ୟା କରିବାକୁ ଯାଇ ନିଜ ଉପରେ ସେ ଗୁଳି ଚଳାଇଥିଲେ। ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ଅଗ୍ନିବୀରଙ୍କ ପାଇଁ କୌଣସି ବୀମା ବା ପେନ୍‌ସନ୍‌ର ବ୍ୟବସ୍ଥା ନାହିଁ। ଅନ୍ୟପଟେ ଯଦି ତାଙ୍କର ବ୍ୟକ୍ତିଗତ ବୀମା ଥିବ ତେବେ ଏଭଳି ଘୋଷଣା ଯେଉଁଥିରେ ତାହା ଦ୍ୱାରା ଆତ୍ମହତ୍ୟା ବୋଲି କୁହାଯାଉଛି, ତେବେ ବ୍ୟକ୍ତିଗତ ଇନ୍‌ସ୍ୟୁରାନ୍ସର ସୁବିଧା ତାଙ୍କ ପରିବାରକୁ ମିଳିବା ଏକପ୍ରକାର ଅସମ୍ଭବ ହୋଇପଡ଼ିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ମାସରେ ଚାକିରିରେ ଯୋଗଦେଇଥିବା ଅମ୍ରିତପାଲଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ମଧ୍ୟ ସେନା ଗାଡ଼ିରେ ଅଣାଗଲା ନାହିଁ। ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ାକରି ପରିବାର ଲୋକ ମୃତଦେହକୁ ତାଙ୍କ ଗାଁକୁ ଆଣିଲେ। ଜଣେ ଜୁନିୟର କମିସନ୍‌ଡ ଅଫିସର (ଜେସିଓ) ଓ ଅନ୍ୟ ର଼୍ୟାଙ୍କର ୩ ଜଣ ଯବାନଙ୍କୁ ସାଦା ପୋଷାକରେ ଅମ୍ରିତପାଲଙ୍କ ଗାଁକୁ ପଠାଯାଇଥିଲା ବୋଲି କୁହାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଅଗ୍ନିବୀରଙ୍କ ପାଇଁ ସେନାରେ କୌଣସି ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ନାହିଁ।
ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ସେନାରେ କୌଣସି ସୈନିକଙ୍କର ଯଦି ସିଧାସଳଖ ଡ୍ୟୁଟିରେ ଥିବାବେଳେ ରାସ୍ତା ଦୁର୍ଘଟଣାଭଳି କାରଣ ଯୋଗୁ ମୃତ୍ୟୁ ଘଟୁଛି, ତେବେ ତାଙ୍କୁ ‘ଶହୀଦ’ର ଆଖ୍ୟା ଦିଆଯାଇ ‘ଗାର୍ଡ ଅଫ୍‌ ଅନର’ ପ୍ରଦର୍ଶନ କରାଯାଉଛି। କିନ୍ତୁ ଏହି ସର୍ବନିମ୍ନ ସମ୍ମାନ ଅଗ୍ନିବୀରଙ୍କୁ ଦିଆ ନ ଯିବା ଅତ୍ୟନ୍ତ ଦୁଃଖଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri