ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଆନ୍ଦୋଳନ: ଭାଜପା

ଭୁବନେଶ୍ବର, ୧୬ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏଠାରେ ବାଜିମାତ୍‌ କରିବାକୁ ବିଜେଡି ଏବଂ ଭାଜପା ଚାଷୀ ପ୍ରସଙ୍ଗକୁ ଢାଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପାଇ ନ ଥିବା ବୀମା ରାଶିକୁ ନେଇ ଉଭୟ ଦଳ ପରସ୍ପର ବିରୋଧରେ ଦୋଷ ଦେବାରେ ଲାଗିଛନ୍ତି। ଭାଜପା ଏନେଇ ବିଜେଡିକୁ ଦୋଷ ଦେଉଥିବା ବେଳେ ବିଜେଡି ଏହାକୁ ନାଟକବାଜି ବୋଲି କହିଛି। ପଦ୍ମପୁରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଭାଜପା ରାଜ୍ୟରେ ଚାଷୀଙ୍କ ହକ୍‌ ପାଇଁ ସବୁବେଳେ ରାଜନୈତିକ ଲଢ଼େଇ କରିଆସିଛି। ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ବିଷୟରେ ଆଦୌ କର୍ଣ୍ଣପାତ କରନ୍ତିନାହିଁ। ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା, ଇନ୍‌ପୁଟ୍‌ ସବ୍‌ସିଡିରୁ ଚାଷୀ ବଞ୍ଚିତ ହେବା, ଫସଲବୀମାରେ ଚାଷୀ କ୍ଷତିପୂରଣ ନ ପାଇବା, ଅଭାବୀ ବିକ୍ରିରୁ ନେଇ ଜଳସେଚନର ଅଭାବ ଏସବୁ ପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟ ସରକାରଙ୍କ ଏହି ଚାଷୀମାରଣ ନୀତି ବିରୋଧରେ ଭାଜପା ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି ଭାଜପା ରାଜ୍ୟ ସଭାପତି ସମୀର କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କ୍ରିୟାନ୍ବୟନ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି। ରାଜ୍ୟ ସରକାର ବୀମା କମ୍ପାନୀ ନିଯୁକ୍ତି କରନ୍ତି। କାହିଁକି ୬ଟି ସରକାରୀ ବୀମା କମ୍ପାନୀ ଥାଇ ମଧ୍ୟ ରାଜ୍ୟ ସରକାର ଏଚ୍‌ଡିଏଫ୍‌ସିକୁ ନିଯୁକ୍ତି କରିଥିଲେ। ସେହିପରି ୨୦୧୭ରେ ଗଙ୍ଗାଧର ମେହେର ଲିଫ୍ଟ ଇରିଗେଶନ ପ୍ରକଳ୍ପ ବିଷୟରେ ଘୋଷଣା କରାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପକୁ ୫ ବର୍ଷ ବିତିସାରିଥିଲେ ମଧ୍ୟ ଏଯାଏଁ ପ୍ରକଳ୍ପ କାମ ସରିଲା ନାହିଁ। ସେହିପରି ୨୦୧୬ରେ ମୁଖ୍ୟମନ୍ତ୍ରୀ ସୋହେଲାଠାରେ ଆୟୋଜିତ ଏକ ଜନସଭାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବାର ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ ନ କରି ଚାଷୀଙ୍କୁ ପ୍ରତାରଣା କରିଛନ୍ତି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟାର ସମାଧାନ କରିନାହାନ୍ତି ଭାଜପା ଚୁପ୍‌ ବସିବ ନାହିଁ ବୋଲି ସମୀର କହିଛନ୍ତି।
ଓଡ଼ିଶା ଚାଷୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ଭାଜପାର ନାଟକବାଜି, ମିଥ୍ୟା ପ୍ରଚାର ଏବଂ ନକଲି କାରବାରକୁ ଦେଖୁଥିବା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି । ଭାଜପା ଖବରଦାତା ସମ୍ମିଳନୀରେ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଶ୍ରୀମୟୀ କହିଛନ୍ତି, ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ଏଚ୍‌ଡିଏଫ୍‌ସିକୁ ମନୋନୀତ କରିଛନ୍ତି। ବୋଧହୁଏ ସେ ଜାଣିନାହାନ୍ତି ଯେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ନାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ଭାଜପା ଶାସିତ ରାଜ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବେ ଏଚ୍‌ଡିଏଫ୍‌ସିକୁ ବାଛିଛନ୍ତି । ଏହି ଭାଜପା ଶାସିତ ରାଜ୍ୟଗୁଡିକ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି। ପିଏମ୍‌ଏଫ୍‌ବିୱାଇ ପାଇଁ ବୀମା ଏଜେନ୍ସିଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । ଚାଷୀ ପ୍ରସଙ୍ଗରେ ଭାଜପା ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡ଼ିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀମୟୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri