ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ପପ୍‌ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା ‘ଗୁଡ ଫର ୟୁ’, ‘ସେମ୍‌ ଓଲ୍ଡ ଲଭ୍‌ ’ ଏବଂ ‘ବ୍ୟାକ୍ଟୁ ୟୁ’ ଭଳି ଅନେକ ହିଟ୍‌ ଗୀତ ଗାଇଛନ୍ତି। ୨୦୧୩ରେ, ସେଲିନା ତାଙ୍କର ପ୍ରଥମ ଆଲବମ ଲଞ୍ଚ୍‌ କରିଥିଲେ। ଏହି ଆଲବମ ’କେମ୍‌ ଆଣ୍ଡ ଗେଟ୍‌ ’ ବହୁତ୍‌ ହିଟ୍‌ ହୋଇଥିଲା। ସେଲିନା ପୂର୍ବରୁ ଜଷ୍ଟିନ ବିବରଙ୍କ ସହ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହୁଥିଲେ। ତେବେ ତାଙ୍କର ଏଭଳି କିଛି ଫଟୋ ଯାହା ଆପଣ ଆଗରୁ ଦେଖି ନ ଥିବେ।

ସେଲିନା ବହୁତ କମ୍‌ ବୟସରେ ଅନେକ ସଫଳତା ହାସଲ କରିଛନ୍ତି। ସେ ୨୨ ଜୁଲାଇ ୧୯୯୨ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ପରେ ୧୭ ବର୍ଷ ବୟସରେ ୟୁନିସେଫର ରାଷ୍ଟ୍ରଦୂତ ମଧ୍ୟ ହୋଇଛନ୍ତି।

ସେଲିନା ‘ଜିଆନା ବାର୍ନି ଆଣ୍ଡ ଫ୍ରେଣ୍ଡସ’ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ସେଲିନା ହାନ୍ନା ମୋଣ୍ଟାନାରେ ମଧ୍ୟ କାମ କରିଥିଲେ। ପରେ ସେ ଅନେକ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଯାହା ତାଙ୍କୁ ଅଧିକ ଲୋକପ୍ରିୟ କରିଛି। ସେଲିନା ୨୮ ବର୍ଷ ବୟସରେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି।

ଜଷ୍ଟିନ ବିବରଙ୍କ ସହ ସେଲିନାଙ୍କ ବ୍ରେକଅପ୍‌ ହୋଇଯାଇଛି। ଜଷ୍ଟିନ ବିବର ମଧ୍ୟ ହେଲି ବଲ୍ଡୱିନ୍‌ ବିବାହ କରିଛନ୍ତି। ସେଲିନା ସୋସିଆଲମିଡିଆରେ ତାଙ୍କର ଫଟୋ ଅପଲୋଡ କରିଥା’ନ୍ତି ତାଙ୍କର ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି।
ସେଲିନା କିଛି ବର୍ଷ ପୂର୍ବେ କିଡ୍‌ନୀ ପ୍ରତିରୋପଣ କରିଥିଲେ ଏବଂ ଏହି କାରଣରୁ ତାଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri