ଅରୂପଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର, ୧୮ା୨(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଆଇଆଇସିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ମନ୍ତ୍ରୀ ନବ ଦାସଙ୍କୁ ସର୍ବସମ୍ମୁଖରେ ଜଣେ ଏଏସ୍‌ଆଇ ହତ୍ୟା କରିବା ଘଟଣାକୁ ନେଇ ଭାଜପା ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବା ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ଏହି ଘଟଣାରେ ବିଜେଡି ପକ୍ଷରୁ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସମୟରେ ଶାସକ ଦଳ ନେତା ଅରୂପ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଭାଜପା ପାଲଟା ଟାର୍ଗେଟ କରିିଛି।
ଭାଜପା ବିଧାୟକମାନେ ବିରୋଧୀ ଦଳ ନେତାଙ୍କ ପାଇଁ ଏକାଠି ହୋଇଛନ୍ତି। ସେମାନେ ଅରୂପ ପଟ୍ଟନାୟକଙ୍କ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜଭବନଠାରୁ ପଦଯାତ୍ରା କରି କ୍ୟାପିଟାଲ ଥାନାରେ ଅରୂପଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏଥିସହ ବିରୋଧୀ ଦଳ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସଠାରୁ ସୁରକ୍ଷା ମଧ୍ୟ ଲୋଡ଼ିଛନ୍ତି। ତେବେ ନବ ଦାସଙ୍କ ହତ୍ୟା ଘଟଣାରୁ ନଜର ଏଡ଼ାଇବା ଲାଗି ବିଜେଡି ଜୟନାରାୟଣଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରିଥିବା ଭାଜପା ଅଭିଯୋଗ କରିଛି। ଅରୂପଙ୍କ ବୟାନରୁ ଜୟନାରାୟଣଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଇନ ଅନୁଯାୟୀ ବିଧାୟକମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବିରୋଧୀ ଦଳ ନେତାଙ୍କ ବିରୋଧରେ ଯେପରି ଷଡ଼ଯନ୍ତ୍ର କରି ତାଙ୍କୁ ଆକ୍ରମଣ କରାଗଲା ତାକୁ ମଧ୍ୟ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ସାମ୍ବିଧାନିକ ପଦବୀରେ ରହିଥିବା ବିରୋଧୀ ଦଳ ନେତାଙ୍କୁ ଜଣେ ଆଇଆଇସି ମାଡ଼ ମାରୁଛନ୍ତି। ଅନ୍ୟପଟେ ଜୟନାରାୟଣଙ୍କୁ ବାଡ଼େଇବା ଏବଂ ମାରିଦେବା ପାଇଁ ଅରୂପ ଯେଉଁ ଧମକ ଦେଇଛନ୍ତି ତାଙ୍କୁ ଗିରଫ କରାଯାଉ ବୋଲି ସେ କହିଛନ୍ତି। ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଗିରଫ କରା ନ ଗଲେ ଭାଜପା ରାଜରାସ୍ତାକୁ ଓହ୍ଲାଇବା ସହିତ ବିଧାନସଭାରେ ଲଢ଼େଇ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚାଉଳ ପ୍ରସଙ୍ଗକୁ ନେଇ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ଗୁରୁବାର କରାଯାଉଥିବା ପ୍ରତିବାଦ ସଭାରେ ଅରୂପ କହିଥିଲେ, ସେ କ’ଣ ଷଣ୍ଢପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୋଲିସ ଭାଇଙ୍କୁ ଟିକେ ମଉକା ଦେଇଦିଅ, ସେମାନେ ହଟାଇଦେବେ ବୋଲି ଅରୂପ କହିଥିଲେ।
ଏ ପ୍ରସଙ୍ଗରେ ବିଜେଡି ମଧ୍ୟ ଭାଜପା ଅଭିଯୋଗକୁ କାଉଣ୍ଟର କରିଛି। ବିଜେଡି ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ କହିଛନ୍ତି, ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ବିରୋଧରେ ହତ୍ୟା ସମେତ ୧୬ଟି ଆପରାଧିକ ମାମଲା ରହିଛି। ଏଭଳି ଅପରାଧୀ କେବଳ ଜଣେ ବିଧାୟକ ଏବଂ ଭାଜପା ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ମିଳିଥିଲା। ସେ ନିଜେ ତାଙ୍କର ପୋଲିସ ସୁରକ୍ଷା ଫେରାଇ ଦେଇଥିଲେ। ଭାଜପା ବିଧାୟକମାନେ ରାଜ୍ୟପାଳଙ୍କ ନିକଟକୁ ଯାଇ ଜୟନାରାୟଣଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି ସୁଲତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri