ଅରୂପଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର, ୧୮ା୨(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଆଇଆଇସିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ମନ୍ତ୍ରୀ ନବ ଦାସଙ୍କୁ ସର୍ବସମ୍ମୁଖରେ ଜଣେ ଏଏସ୍‌ଆଇ ହତ୍ୟା କରିବା ଘଟଣାକୁ ନେଇ ଭାଜପା ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବା ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ଏହି ଘଟଣାରେ ବିଜେଡି ପକ୍ଷରୁ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସମୟରେ ଶାସକ ଦଳ ନେତା ଅରୂପ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଭାଜପା ପାଲଟା ଟାର୍ଗେଟ କରିିଛି।
ଭାଜପା ବିଧାୟକମାନେ ବିରୋଧୀ ଦଳ ନେତାଙ୍କ ପାଇଁ ଏକାଠି ହୋଇଛନ୍ତି। ସେମାନେ ଅରୂପ ପଟ୍ଟନାୟକଙ୍କ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜଭବନଠାରୁ ପଦଯାତ୍ରା କରି କ୍ୟାପିଟାଲ ଥାନାରେ ଅରୂପଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏଥିସହ ବିରୋଧୀ ଦଳ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସଠାରୁ ସୁରକ୍ଷା ମଧ୍ୟ ଲୋଡ଼ିଛନ୍ତି। ତେବେ ନବ ଦାସଙ୍କ ହତ୍ୟା ଘଟଣାରୁ ନଜର ଏଡ଼ାଇବା ଲାଗି ବିଜେଡି ଜୟନାରାୟଣଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରିଥିବା ଭାଜପା ଅଭିଯୋଗ କରିଛି। ଅରୂପଙ୍କ ବୟାନରୁ ଜୟନାରାୟଣଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଇନ ଅନୁଯାୟୀ ବିଧାୟକମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବିରୋଧୀ ଦଳ ନେତାଙ୍କ ବିରୋଧରେ ଯେପରି ଷଡ଼ଯନ୍ତ୍ର କରି ତାଙ୍କୁ ଆକ୍ରମଣ କରାଗଲା ତାକୁ ମଧ୍ୟ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ସାମ୍ବିଧାନିକ ପଦବୀରେ ରହିଥିବା ବିରୋଧୀ ଦଳ ନେତାଙ୍କୁ ଜଣେ ଆଇଆଇସି ମାଡ଼ ମାରୁଛନ୍ତି। ଅନ୍ୟପଟେ ଜୟନାରାୟଣଙ୍କୁ ବାଡ଼େଇବା ଏବଂ ମାରିଦେବା ପାଇଁ ଅରୂପ ଯେଉଁ ଧମକ ଦେଇଛନ୍ତି ତାଙ୍କୁ ଗିରଫ କରାଯାଉ ବୋଲି ସେ କହିଛନ୍ତି। ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଗିରଫ କରା ନ ଗଲେ ଭାଜପା ରାଜରାସ୍ତାକୁ ଓହ୍ଲାଇବା ସହିତ ବିଧାନସଭାରେ ଲଢ଼େଇ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚାଉଳ ପ୍ରସଙ୍ଗକୁ ନେଇ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ଗୁରୁବାର କରାଯାଉଥିବା ପ୍ରତିବାଦ ସଭାରେ ଅରୂପ କହିଥିଲେ, ସେ କ’ଣ ଷଣ୍ଢପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୋଲିସ ଭାଇଙ୍କୁ ଟିକେ ମଉକା ଦେଇଦିଅ, ସେମାନେ ହଟାଇଦେବେ ବୋଲି ଅରୂପ କହିଥିଲେ।
ଏ ପ୍ରସଙ୍ଗରେ ବିଜେଡି ମଧ୍ୟ ଭାଜପା ଅଭିଯୋଗକୁ କାଉଣ୍ଟର କରିଛି। ବିଜେଡି ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ କହିଛନ୍ତି, ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ବିରୋଧରେ ହତ୍ୟା ସମେତ ୧୬ଟି ଆପରାଧିକ ମାମଲା ରହିଛି। ଏଭଳି ଅପରାଧୀ କେବଳ ଜଣେ ବିଧାୟକ ଏବଂ ଭାଜପା ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ମିଳିଥିଲା। ସେ ନିଜେ ତାଙ୍କର ପୋଲିସ ସୁରକ୍ଷା ଫେରାଇ ଦେଇଥିଲେ। ଭାଜପା ବିଧାୟକମାନେ ରାଜ୍ୟପାଳଙ୍କ ନିକଟକୁ ଯାଇ ଜୟନାରାୟଣଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି ସୁଲତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?