Posted inଜାତୀୟ

ପୁଣି ତେଜିଲା ସିଏଏ ନିଆଁ

ନୂଆଦିଲ୍ଲୀ/ଗୁଆହାଟୀ,୨୩ା୧: ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଆଗକୁ ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଭାଜପା ଜୋର୍‌ ଦେଉଛି ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭଳି ଜାତୀୟତାବାଦୀ କାର୍ଯ୍ୟସୂଚୀ ଉପରେ। ଏହାର ପ୍ରତିବାଦରେ ପୁଣି ଥରେ ତେଜିଛି ସିଏଏ ବିରୋଧୀ ଆନ୍ଦୋଳନର ନିଆଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତର ଅବ୍ୟବହିତ ପୂର୍ବରୁ ନବଗଠିତ ଆସାମ ଜାତୀୟ ପରିଷଦ (ଏଜେପି) ଏବଂ ରାଇଜୋର୍‌ ଦଳ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୧୬ ବିଧାନସଭା ନିର୍ବାଚନ ବେଳେ ଭାଜପା ଦେଇଥିବା ବଡ଼ ବଡ଼ ପ୍ରତିଶ୍ରୁତିକୁ ରକ୍ଷା କରିପାରି ନାହିଁ। ଅଥଚ ବାଂଲାଦେଶୀଙ୍କୁ ରାଜ୍ୟରେ ନାଗରିକତ୍ୱ ପ୍ରଦାନ ପାଇଁ ବିବାଦୀୟ ଆଇନକୁ ଲାଗୁ କରାଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।
ନରେନ୍ଦ୍ର ମୋଦି ଶନିବାର ଆସାମର ଶିବସାଗର ଜିଲା ଗସ୍ତ କରିବେ। ଏହି ଅବସରରେ ମୋଦି ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଲକ୍ଷାଧିକ ଆଦିବାସୀଙ୍କୁ ଜମିପଟ୍ଟା ପ୍ରମାଣପତ୍ର ଦେବେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ରବିବାର ଆସାମ ଗସ୍ତ କରିବେ। ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ବାଂଲାଦେଶୀଙ୍କୁ ସେମାନଙ୍କ ଗଣ୍ଠିଲି ବାନ୍ଧିବାକୁ ପଡ଼ିବ। ଭାଜପା କ୍ଷମତାକୁ ଆସିଲେ ବାଂଲାଦେଶୀମାନଙ୍କୁ ଉଚ୍ଛେଦ କରାଯିବ। କିନ୍ତୁ ଉଭୟ ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାର ଓ କେନ୍ଦ୍ରର ମୋଦି ସରକାର ବାଂଲାଦେଶୀମାନଙ୍କ ପାଇଁ ରେଡ୍‌ କାର୍ପେଟ ବିଛାଇଛନ୍ତି। ଫଳରେ ଆସାମର ଲୋକେ ସେମାନଙ୍କ ରାଜନୈତିକ, ଅର୍ଥନୈତିକ, ଭାଷାଗତ ଓ ସାମ୍ବିଧାନିକ ଅଧିକାରରୁ ବଞ୍ଚତ୍ତ ହୋଇଥିବା ଏଜେପି ଅଧ୍ୟକ୍ଷ ଲୁରିନ୍‌ଜ୍ୟୋତି ଗୋଗୋଇ ଅଭିଯୋଗ ଆଣିଛନ୍ତି। ରାଇଜୋର ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାସ୍କୋ ଡି ସାଇକିଆ କହିଛନ୍ତି, ଗୈରିକ ଦଳ ୨୦୧୬ ଭିଜନ ଡକ୍ୟୁମେଣ୍ଟରେ ୪୭୬ ପ୍ରତିଶ୍ରୁତି ଦେଇଥିବାବେଳେ ସେଥିରୁ ମାତ୍ର ୫ଟି ପାଳନ କରିଛି। ସିଏଏ ବିରୋଧରେ ତେଜପୁର ଓ ଦିବ୍ରୁଗଡ଼ରେ ଅଲ୍‌ ଆସାମ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଏଏସ୍‌ୟୁ) ପକ୍ଷରୁ ବଡ଼ ଧରଣର ବିକ୍ଷୋଭ କରାଯାଇଛି। ଏଏଏସ୍‌ୟୁ ସିଏଏ ବିରୋଧରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରି ବିବାଦୀୟ ଆଇନର କପି ପୋଡ଼ିବାକୁ ଧମକ ଦେଇଛି। ବିକ୍ଷୋଭ ଶୋଭାଯାତ୍ରା ବେଳେ ପୋଲିସ ଛାତ୍ରୀଛାତ୍ରଙ୍କ ଉପରେ ଲାଠିମାଡ଼ କରିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ପ୍ରତ୍ୟର୍ପଣ କରିବାରେ ସରକାର ବିଫଳ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଟାର୍ଗେଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?