Posted inଜାତୀୟ

କାମକୁ ନୁହେଁ ବୈଠକ

ନୂଆଦିଲ୍ଲୀ, ୨୩।୧: ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଚାଷୀଙ୍କ ଆୟ ବୃଦ୍ଧିର ପ୍ରତିଶ୍ରୁତି ଦେଇ ୩ କୃଷି ଆଇନ ଆଣିଥିଲେ। ଏହାକୁ ବିରୋଧ କରି କୃଷକମାନେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ଅକ୍ଟୋବର ୧୪ରେ ଏନେଇ କେନ୍ଦ୍ର ସରକାର ଓ ୪୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନର ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଇତିମଧ୍ୟରେ ଗୋଟିଏ ପରେ ଗୋଟିଏ ୧୧ ଥର ବୈଠକ ବସିଲାଣି। ହେଲେ ଅଚଳାବସ୍ଥା ଦୂର ହୋଇନାହିଁ। ସରକାର ଆଇନରେ ସଂଶୋଧନ ପାଇଁ ରାଜି ହୋଇଥିବାବେଳେ କୃଷକମାନେ ସମ୍ପୂର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କେବଳ ଔପଚାରିକତାରେ ସୀମିତ ରହିଛି। ଏହାକୁ ଦେଖି ଅନେକେ କହିଲେଣି ‘ଏଭଳି ବୈଠକ କୌଣସି କାମକୁ ନୁହେଁ’।
ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଦୁଇମାସରେ ପହଞ୍ଚତ୍ଥିବାବେଳେ ଅଚଳାବସ୍ଥା ଦୂର ହେବାର ନାଁ ନେଉନାହିଁ। କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ଏକାଦଶ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ୩ କୃଷି ଆଇନ ସ୍ଥଗିତ ରଖିବା ପ୍ରସ୍ତାବର ପୁନର୍ବିଚାର ଲାଗି ସରକାର କୃଷକ ନେତାମାନଙ୍କୁ ଅନୁରୋଧ କରିଥିଲେ। ତେବେ ଚାଷୀ ସଂଗଠନଗୁଡ଼ିକ ବିବାଦୀୟ ଆଇନ ପ୍ରତ୍ୟାହାର ଏବଂ ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି ଦାବିରେ ଅଟଳ ରହିବାରୁ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଏପରିକି ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ତାରିଖ ମଧ୍ୟ ସ୍ଥିର ହୋଇପାରି ନାହିଁ। ଫଳରେ ୨୬ ତାରିଖରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ହେବା ସହ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଚାଷୀନେତାମାନେ କହିଛନ୍ତି।
ଅନ୍ୟପକ୍ଷରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆନ୍ଦୋଳନର ପବିତ୍ରତା ନଷ୍ଟ ହୋଇଥିବାବେଳେ କେତେକ ଶକ୍ତି ସେମାନଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଉଦ୍ଦେଶ୍ୟ ପାଇଁ ଅନ୍ଦୋଳନ ଜାରି ରହିବା ଚାହୁଁଛନ୍ତି। ବଲ୍‌ ଏବେ ଚାଷୀଙ୍କ କୋର୍ଟରେ ବୋଲି ତୋମାର କହିଥିଲେ।
ଆଲୋଚନାବେଳେ କୃଷିମନ୍ତ୍ରୀ କହିଥିଲେ, ୧୮ ମାସ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖିବା ଲାଗି ସରକାର ପ୍ରସ୍ତୁତ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଯଦି ଚାଷୀଙ୍କ ପାଖରେ ଆଉ କିଛି ଭଲ ପ୍ରସ୍ତାବ ଅଛି ତେବେ ସେମାନେ ତାହା ଉପସ୍ଥାପନ କରିପାରିବେ। ଆଇନରେ କୌଣସି ସମସ୍ୟା ନାହିଁ। ତଥାପି କୃଷକମାନଙ୍କୁ ସମ୍ମାନ ଜଣାଇ ସରକାର ତାହାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ବୁଧବାର ଦଶମ ପର୍ଯ୍ୟାୟ ଆଲୋଚନାରେ ସରକାର ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲାବେଳେ ଗୁରୁବାର କୃଷକ ସଂଗଠନଗୁଡ଼ିକର ବୈଠକରେ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ଶନିବାର ସୁଦ୍ଧା ଯଦି କୃଷକ ସଂଗଠନଗୁଡ଼ିକ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ତାରିଖ ସ୍ଥିର ହେବ ବୋଲି କେନ୍ଦ୍ର କହିଥିବା ଭାରତୀୟ କିଷାନ ସଂଘ ମୁଖପାତ୍ର ରାକେଶ ଟିକାୟତ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଦୀର୍ଘ ୫ ଘଣ୍ଟା ବୈଠକ ହୋଇଥିଲେ ହେଁ ଉଭୟ ପକ୍ଷ ୩୦ ମିନିଟ୍‌ରୁ କମ୍‌ ସମୟ ପାଇଁ ମୁହାଁମୁହିଁ ବସିଥିଲେ। ଆଇନ ସ୍ଥଗିତ ରଖିବା ଲାଗି ସରକାରଙ୍କ ପ୍ରସ୍ତାବକୁ ସେମାନେ ଅଗ୍ରାହ୍ୟ କରିବାକୁ ନିଷ୍ପତ୍ତି ନେଇଥିବା କୃଷକ ପ୍ରତିନିଧିମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?