ଲିଖିତ ପ୍ରତିଶ୍ରୁତି ପରେ ଅଳିଆ ଉଠାଇଲା ବିଏମ୍‌ସି

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ରାଜଧାନୀରେ ଅଳିଆ ଖିଲାପକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବିଏମ୍‌ସି। ଓଦା ଓ ଶୁଖିଲା ଅଳିଆକୁ ପୃଥକ କରି ବିଏମ୍‌ସି ସଫେଇ ଗାଡ଼ିରେ ଦେବା ପାଇଁ ବାରମ୍ବାର ସଚେତନ କରିବା ସତ୍ତ୍ୱେ ଏହାକୁ କେତେଜଣ ବ୍ୟକ୍ତି ପାଳନ କରୁନାହାନ୍ତି। ଫଳରେ ଏବେ ଆଉ ସଚେତନ ନୁହେଁ, ବରଂ ଆକ୍ସନ ମୋଡ୍‌କୁ ଆସିଛି ବିଏମ୍‌ସି। ଯାହାର ଉଦାହରଣ ଓ୍ବାର୍ଡ ନଂ ୬୦ରେ ଦେଖିବାକୁ ମିଳିଥିଲା। ବାହାରେ ଅଳିଆ ପକାଉଥିବା କୈଳାସ ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟର ଅଳିଆକୁ ସେହି ଆପାର୍ଟମେଣ୍ଟ ସାମ୍ନାରେ ପକାଇଥିଲା ବିଏମ୍‌ସି। ସମ୍ପୃକ୍ତ ଆପାର୍ଟମେଣ୍ଟ ବାସିନ୍ଦା ନିୟମ ଖିଲାପ କରି ପାଖରେ ଥିବା ଏକ ଖୋଲା ସ୍ଥାନରେ ମନଇଚ୍ଛା ଅଳିଆ ପକାଇ ଆସୁଥିଲେ। ଏ ନେଇ ଅଭିଯୋଗ ହେବା ପରେ ବିଏମ୍‌ସି ସୋମବାର ଜେସିବି ସାହାଯ୍ୟରେ ଆପାର୍ଟମେଣ୍ଟ ଫାଟକ ସମ୍ମୁଖରେ ଆବର୍ଜନା ଗଦାଇ ଦେଇଥିଲା। ତେବେ ଆପାର୍ଟମେଣ୍ଟବାସୀ ଆଉ ବାହାରେ ଅଳିଆ ପକାଇବେ ନାହିଁ ବୋଲି ମଙ୍ଗଳବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଏମ୍‌ସି ସେଠାରୁ ଅଳିଆ ଉଠାଇ ନେଇଥିଲା। ଏଭଳି ପଦକ୍ଷେପ ନେଇ ବିଏମ୍‌ସି ଚେତାଇ ଦେଇଛି ଯେ, ସହରକୁ ଅଳିଆ କଲେ ନିଜ ଘର ଅଳିଆ ହେବ। ପୂର୍ବରୁ ମେୟର ସୁଲୋଚନା ଦାସ ‘ବାହାରେ ଗଦାକଲେ ଘରେ ଅଳିଆ ପୂରାଇ ଦେବି’ ବୋଲି ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଥିଲେ। କେବଳ କଥାରେ ନୁହେଁ ବରଂ କାମରେ ମଧ୍ୟ ବିଏମ୍‌ସି କଡ଼ା ପଦକ୍ଷେପ ନେଇପାରେ ବୋଲି ଏଥିରୁ ପ୍ରମାଣିତ ହେଉଛି। ସ୍ବଚ୍ଛତା କେବଳ ବିଏମ୍‌ସିର ନୁହେଁ, ବରଂ ଆମ ସମସ୍ତଙ୍କର ଦାୟିତ୍ୱ। ତେଣୁ ସମସ୍ତେ ମିଳିମିଶି ଏହି ନିୟମ ପାଳନ କରିବା ଆବଶ୍ୟକ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri