Posted inଖେଳ

ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ

ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ। କାରଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଆହତ ଜନିତ ସମସ୍ୟା ଯୋଗୁ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତି ଯୋଗୁ ବଢ଼ିଯାଇଛି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ସୂର୍ଯ୍ୟଙ୍କ ଖେଳିବାର ସମ୍ଭାବନା। ବିଜୟ ସହ ସିରିଜ୍‌ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ମୁକାବିଲକୁ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ରହିଛି।

ତେବେ ପ୍ରଥମ ମ୍ୟାଚ୍‌ରେ ଆଘାତ ପାଇଥିବା ବରିଷ୍ଠ ଓପନର ରୋହିତ ଶର୍ମା ସମୟରେ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି। କିନ୍ତୁ ଯଦି ମ୍ୟାନେଜମେଣ୍ଟ ରୋହିତଙ୍କୁ ବିଶ୍ରାମ ଦେବାକୁ ଚାହେଁ, ତେବେ ଶିଖର ଧାଓ୍ବନଙ୍କ ସହ ଶୁବମାନ ଗିଲ କିମ୍ବା ଲୋକେଶ ରାହୁଲଙ୍କୁ ଓପନିଂ କରିବାକୁ ପଡ଼ିବ। ରିଷଭ ପନ୍ତଙ୍କୁ ଦଳରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଯାଗା ମିଳିପାରେ। ବୋଲରଙ୍କ ମଧ୍ୟରେ ଚାଇନାମ୍ୟାନ ସ୍ପିନର କୁଲଦ୍ୱୀପ ଯାଦବଙ୍କୁ ଦଳରୁ ବାଦ୍‌ ଦିଆଯିବାର ବିଶେଷ ସମ୍ଭାବନା ରହିଛି। ଗତ ମ୍ୟାଚ୍‌ରେ ସେ ୯ ଓଭରରେ ୭୦ ରନ୍‌ ଖର୍ଚ୍ଚ କରିଥିଲେ ମଧ୍ୟ ହାତେଇ ପାରି ନ ଥିଲେ ଗୋଟିଏ ହେଲେ ଉଇକେଟ। ତାଙ୍କ ବଦଳରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଖେଳିପାରନ୍ତି। ଏହାବାଦ୍‌ ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର ଗତ ମ୍ୟାଚ୍‌ରେ ୧୦ ରୁ ୯ଟି ଉଇକେଟ ହାତେଇଥିଲେ। ଏଣୁ ଏହି ବିଭାଗରେ କୌଣସି ପରିବର୍ତ୍ତନର ଆଶା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ: ସେପ୍ଟେମ୍ବରରୁ ଘରୋଇ କ୍ରିକେଟ ସିଜନ

ନୂଆଦିଲ୍ଲୀ, ୧୮ା୪ (ପି.ଟି.)- ସେପ୍ଟେମ୍ବରରେ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ସହ ୨୦୨୧-୨୨ ଘରୋଇ ସିଜନ ଆରମ୍ଭ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ପ୍ରଥମେ ବ୍ୟାଟିଂ ବାଛିଲେ ଓ୍ବାର୍ନର ; ସିଏସ୍‌କେ ଦଳରେ ଦୁଇ ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୪ : ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସନରାଇର୍ସ ହାଇଦ୍ରାବାଦ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ନର। ଏଠାକାର ପିଚ୍‌ ଦ୍ୱିତୀୟ ଇନିଂସ ବେଳକୁ ଧିମା...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ

ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ...

ଚେତନ ଚୌହାନ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ,୧୨।୭(ପି.ଟି.): ଭାରତୀୟ ପୂର୍ବତନ ଓପନର ତଥା ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ପୂର୍ବତନ ଭାରତୀୟ କ୍ରିକେଟର...

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ମୁମ୍ବାଇ,୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ...

ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍‌: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍‌ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ...

ଏନ୍‌ବିଏ ଖେଳାଳି ପୂରା ଦରମା ପାଇବେ

ଓ୍ବାଶିଂଟନ,୧୦।୪ (ଏଏଫପି): କୋଭିଡ-୧୯ ମହାମାରୀ ସତ୍ତ୍ୱେ ଏନ୍‌ବିଏ ଖେଳାଳିମାନେ ଏପ୍ରିଲ ୧୫ ତାରିଖରେ ପୂରା ପାଉଣା ପାଇବେ ବୋଲି ଆମେରିକୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ତେବେ...

ଇତିହାସ ରଚିଲା ଓ୍ବେଷ୍ଟଇଣ୍ଡିଜ୍‌

ଢାକା,୭।୨: ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୩୯୫ ରନ୍‌ର ଲକ୍ଷ୍ୟ ହାସଲ କରି...

Advertisement
Archives

Model This Week