ଜବରଦଖଲ ଉଚ୍ଛେଦ ପରେ ମହିମାଗାଦି ଖାଁ ଖାଁ

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଜିଲାରେ ଥିବା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ମଙ୍ଗଳବାର ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ ଚିହ୍ନଟ ଜବରଦଖଲ ଜମିରେ ନିର୍ମିତ ବତୀ ମନ୍ଦିର, ଧୂନୀମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ କରାଯାଇଛି। ୪ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୩ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ୧୪୪ଧାରା ଜାରି ରହିଛି। ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି କୌପୀନଧାରୀ ମହିମା ସମାଜ। ବୁଧବାର ଘଟଣାସ୍ଥଳରେ ବତୀ ମନ୍ଦିର ଓ ଧୂନୀ ମନ୍ଦିରର ଭଙ୍ଗାରୁଜା ପଥରଗୁଡିକ ପଡିିଥିବା ଦେଖାଯାଇଛି। ଏ ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ବୁଧବାର ଦୁଃଖ ପ୍ରକାଶ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପ୍ରଥମେ ସାଧୁସନ୍ଥମାନଙ୍କ ସହିତ ଆଲୋଚନା କରି ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ ହୋଇଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ମହିମାଗାଦି ଯୋରନ୍ଦାରେ ଥିବା ୯୫ବର୍ଷର ପୁରାତନ ମନ୍ଦିର ଗୁଡିକ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା। ଏହି ଘଟଣା ଦେଶର ମହିମା ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁତ ଆଘାତ ଦେଇଛି। ଏ ସମ୍ପର୍କରେ ଜିଲାପାଳଙ୍କ ସହିତ କଥା ହୋଇଛି। ଉଭୟ ପକ୍ଷର ପରମପୂଜ୍ୟ ସାଧୁସନ୍ଥ ମାନେ ନିଜ ନିଜ ଭିତରେ ଆଲୋଚନା କରି ସମସ୍ୟାର ସମାଧାନ ରାସ୍ତା ବାହାର କଲେ ସମାଜକୁ ଠିକ୍‌ ମାର୍ଗଦର୍ଶନ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ରେ ଆଶାବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ବୁଧବାର ମଧ୍ୟ ଜବରଦଖଲ ଉଚ୍ଛେଦ ସ୍ଥାନରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ଏ ସମ୍ପର୍କରେ ବକଳଧାରୀ ମହିମା ସମାଜ ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ କହିଛନ୍ତି, ଆମେ ଚାହୁଁଛୁ ସମସ୍ତେ ମିଳିମିଶି ରୁହନ୍ତୁ। ମକଦ୍ଦମା ଉଠାଇ ଦିଅନ୍ତୁ। ସେମାନେ ବତୀ ମନ୍ଦିର କି ଅନ୍ୟା ଯାହା କରିବେ, ସେଥିପାଇଁ ଆମେ ଜାଗା ଛାଡିଦେବୁ। ଏ ସଂକ୍ରାନ୍ତରେ କୌପୀନଧାରୀ ମହିମା ସମାଜ ମୁଖ୍ୟ ଶ୍ରୀମଦ ରଘୁନାଥ ବାବା କହିଛନ୍ତି, ସମସ୍ତଙ୍କ ବିବେକ ଓ ଜ୍ଞାନ ରହିଛି। ଯାହା ହେଇଗଲା ଜନସାଧାରଣ କହିବେ ଭଲ କି ଖରାପ ହୋଇଛି। ଜନସାଧାରଣ ଯାହା ରାୟ ଦେବେ ଆମେ ତାକୁ ମାନିନେବୁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଢେଙ୍କାନାଳ ଉପଜିଲାପାଳ ସିଗ୍ଧାରାଣୀ ଧଳ କହିଛନ୍ତି, ବୁଧବାର ଘଟଣାସ୍ଥଳରେ ପରିବେଶ ଶାନ୍ତ ଥିଲା। କୌଣସି ଅସୁବିଧା ବା ସମସ୍ୟା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri