ଜବରଦଖଲ ଉଚ୍ଛେଦ ପରେ ମହିମାଗାଦି ଖାଁ ଖାଁ

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଜିଲାରେ ଥିବା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ମଙ୍ଗଳବାର ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ ଚିହ୍ନଟ ଜବରଦଖଲ ଜମିରେ ନିର୍ମିତ ବତୀ ମନ୍ଦିର, ଧୂନୀମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ କରାଯାଇଛି। ୪ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୩ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ୧୪୪ଧାରା ଜାରି ରହିଛି। ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି କୌପୀନଧାରୀ ମହିମା ସମାଜ। ବୁଧବାର ଘଟଣାସ୍ଥଳରେ ବତୀ ମନ୍ଦିର ଓ ଧୂନୀ ମନ୍ଦିରର ଭଙ୍ଗାରୁଜା ପଥରଗୁଡିକ ପଡିିଥିବା ଦେଖାଯାଇଛି। ଏ ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ବୁଧବାର ଦୁଃଖ ପ୍ରକାଶ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପ୍ରଥମେ ସାଧୁସନ୍ଥମାନଙ୍କ ସହିତ ଆଲୋଚନା କରି ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ ହୋଇଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ମହିମାଗାଦି ଯୋରନ୍ଦାରେ ଥିବା ୯୫ବର୍ଷର ପୁରାତନ ମନ୍ଦିର ଗୁଡିକ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା। ଏହି ଘଟଣା ଦେଶର ମହିମା ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁତ ଆଘାତ ଦେଇଛି। ଏ ସମ୍ପର୍କରେ ଜିଲାପାଳଙ୍କ ସହିତ କଥା ହୋଇଛି। ଉଭୟ ପକ୍ଷର ପରମପୂଜ୍ୟ ସାଧୁସନ୍ଥ ମାନେ ନିଜ ନିଜ ଭିତରେ ଆଲୋଚନା କରି ସମସ୍ୟାର ସମାଧାନ ରାସ୍ତା ବାହାର କଲେ ସମାଜକୁ ଠିକ୍‌ ମାର୍ଗଦର୍ଶନ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ରେ ଆଶାବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ବୁଧବାର ମଧ୍ୟ ଜବରଦଖଲ ଉଚ୍ଛେଦ ସ୍ଥାନରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ଏ ସମ୍ପର୍କରେ ବକଳଧାରୀ ମହିମା ସମାଜ ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ କହିଛନ୍ତି, ଆମେ ଚାହୁଁଛୁ ସମସ୍ତେ ମିଳିମିଶି ରୁହନ୍ତୁ। ମକଦ୍ଦମା ଉଠାଇ ଦିଅନ୍ତୁ। ସେମାନେ ବତୀ ମନ୍ଦିର କି ଅନ୍ୟା ଯାହା କରିବେ, ସେଥିପାଇଁ ଆମେ ଜାଗା ଛାଡିଦେବୁ। ଏ ସଂକ୍ରାନ୍ତରେ କୌପୀନଧାରୀ ମହିମା ସମାଜ ମୁଖ୍ୟ ଶ୍ରୀମଦ ରଘୁନାଥ ବାବା କହିଛନ୍ତି, ସମସ୍ତଙ୍କ ବିବେକ ଓ ଜ୍ଞାନ ରହିଛି। ଯାହା ହେଇଗଲା ଜନସାଧାରଣ କହିବେ ଭଲ କି ଖରାପ ହୋଇଛି। ଜନସାଧାରଣ ଯାହା ରାୟ ଦେବେ ଆମେ ତାକୁ ମାନିନେବୁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଢେଙ୍କାନାଳ ଉପଜିଲାପାଳ ସିଗ୍ଧାରାଣୀ ଧଳ କହିଛନ୍ତି, ବୁଧବାର ଘଟଣାସ୍ଥଳରେ ପରିବେଶ ଶାନ୍ତ ଥିଲା। କୌଣସି ଅସୁବିଧା ବା ସମସ୍ୟା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri