ଜାନିବିଲି ଯନ୍ତ୍ରଣାରେ ବ୍ରହ୍ମପୁରବାସୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୪। ୧୧: ରେଶମ ସହର ବ୍ରହ୍ମପୁରରେ ବହୁ ବର୍ଷରୁ ଲାଗି ରହିଥିବା ଜଳ ସଙ୍କଟର ସ୍ଥାୟୀ ସମାଧାନ ଏବଂ ପ୍ରତିଦିନ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ଜାନିବିଲି ବୃହତ୍ତର ପ୍ରକଳ୍ପ ନିମନ୍ତେ ପଦକ୍ଷେପ ନିଆଗଲା। ୨୦୧୬ ନଭେମ୍ବର ୩୦ରେ ଏହାର ଶିଳାନ୍ୟାସ ବା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ବାବଦରେ ପ୍ରାୟ ୫ ଶହ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି। ଦୁଇବର୍ଷ ଅର୍ଥାତ୍‌ ୨୦୧୮ ନଭେମ୍ବର ୩୦ ସୁଦ୍ଧା ପ୍ରକଳ୍ପ ନିର୍ମାଣ ସରିବାର ନବୀନ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୬ ବର୍ଷ ପୂରିବାକୁ ଯାଉଛି କିନ୍ତୁ ଏହି ଯୋଜନା ଏବେ ଅସମ୍ପୂର୍ଣ୍ଣ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ ଭୋଟ ରାଜନୀତି ପାଇଁ ସେହି ବର୍ଷ ମାର୍ଚ୍ଚରେ ଦରଖଣ୍ଡିଆ ଯୋଜନାକୁ ନବୀନ ଲୋକାର୍ପିତ କରିଥିଲେ। ରାଜ୍ୟ ସରକାରଙ୍କ ଏହା ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ଆୟୋଜିତ ଜନ ସମାବେଶରେ ଦର୍ଶାଇଥିଲେ। ଏହାର ମଧ୍ୟ ସାଢ଼େ ୩ ବର୍ଷ ବିତିଛି ଏବଂ ସାହିବସ୍ତି ଗୁଡିକରେ ପାଇପ୍‌ ବିଛା ଚାଲିଛି। ଏକ ନାମୀଦାମୀ ଘରୋଇ ଉଦ୍ୟୋଗକୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ସେହି ଉଦ୍ୟୋଗ ମନଇଚ୍ଛା କାର୍ଯ୍ୟ କରୁଛି। କେବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତ ହୋଇଯାଇଛି। ଗତ କିଛି ମାସ ହେବ ମହାନଗରର ବିଭିନ୍ନ ସ୍ଥାନ ଓ ଗଳିକନ୍ଦିରେ ପାଇପ୍‌ ବିଛାଇବା ନିମନ୍ତେ ରାସ୍ତାଗୁଡ଼ିକ ଖୋଳି ତାଡ଼ି ନଷ୍ଟ କରି ଦିଆଯାଇଛି। ଫଳରେ ଯାନବାହନ ଓ ଲୋକଙ୍କ ଚଳପ୍ରଚଳ ବିପଜ୍ଜନକ ହୋଇଛି। ସହରର ପ୍ରମୁଖ ସ୍ଥାନ ଗିରିରୋଡ ଏବଂ ଗୋଷାଣୀନୂଆଗଁା ୨୬ନଂ ୱାର୍ଡର ଶାସ୍ତ୍ରୀନଗର ସବୁ ସରଣୀ ଓ ଅନ୍ୟ ସାହିରେ ସ୍ଥିତି ସଂଗୀନ ହୋଇଯାଇଛି। ଖୋଳିତାଡ଼ି ଦିଆଯାଇଥିବା ରାସ୍ତାଗୁଡ଼ିକ ମାଟି ପକାଇ ପୋତା ଯାଉନଥିବାରୁ ଦୁର୍ଘଟଣା ନିତିଦିନିଆ ହୋଇଛି। ଜାନିବିଲିକୁ ଆୟୁଧ କରି ଗତ ସାଧାରଣ ଓ ପୌର ନିର୍ବାଚନ ଶାସକ ବିଜେଡି ଫାଇଦା ହାସଲ କରିଛି। ଅପରପକ୍ଷରେ ଜାନିବିଲି ଯନ୍ତ୍ରଣାରେ ମହାନଗରବାସୀ ହନ୍ତସନ୍ତ ହେଉଛନ୍ତି।

ବ୍ରିଟିଶ ଶାସନରେ ଶତାଧିକ ବର୍ଷ ତଳେ ନିର୍ମିତ ଧରାକୋଟ ବ୍ଲକ ଜାନିବିଲି ଡ୍ୟାମ୍‌ରୁ ପାଣି ଅଣାଯାଉଥିବାରୁ ପ୍ରକଳ୍ପର ନାମ ଜାନିବିଲି ରଖାଯାଇଛି। ଏହି ଯୋଜନାରେ କେବଳ ବ୍ରହ୍ମପୁର ନୁହେଁ ଡ୍ୟାମ୍‌ ନିକଟରୁ ବ୍ରହ୍ମପୁର ମଧ୍ୟରେ ୫୦ ଖଣ୍ଡ ଗ୍ରାମବାସୀଙ୍କୁ ମଧ୍ୟ ନିୟମିତ ପିଇବା ପାଣି ଯୋଗାଣ ଲାଗି ଲକ୍ଷ୍ୟ ଥିବା ଉଦ୍‌ଘାଟନ ଅବସରରେ କୁହାଯାଇଥିଲା। ତେବେ ସେହି ଗ୍ରାମଗୁଡ଼ିକ ତେଣେ ଥାଉ ବ୍ରହ୍ମପୁର ମହାନଗରବାସୀଙ୍କୁ ଏଯାବତ୍‌ ପୂର୍ଣ୍ଣାଙ୍ଗ ଜଳଯୋଗାଣ ହୋଇନାହିଁ। ନିର୍ମାଣ ଦାୟିତ୍ୱ ନେଇଥିବା ସମ୍ପୃକ୍ତ ଠିକା ସଂସ୍ଥା ବା ଉଦ୍ୟୋଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତୁରନ୍ତ ସମ୍ପୂର୍ଣ୍ଣ କରିବା ଏବଂ କଦର୍ଯ୍ୟ ହୋଇଥିବା ରାସ୍ତାଗୁଡ଼ିକୁ ପୁନଃ ନିର୍ମାଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri