Odisha Elections 2024
Posted inଖେଳ

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ ନେଇ ଅଧିନାୟକ ଭାବେ ଲୋକେଶ ରାହୁଲଙ୍କ ଭବିଷ୍ୟତକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ମ୍ୟାଚ୍‌ରେ ରାହୁଲଙ୍କ ଅଧିନାୟକତ୍ୱ ପ୍ରଶଂସନୀୟ ନ ଥିଲା। ଏପରିକି ପରାଜିତ ହେବା ପରେ ମାଲିକ ସଞ୍ଜୟ ଗୋଏଙ୍କା ମଧ୍ୟ ତାଙ୍କୁ ଗାଳି କରିଥିଲେ। ଏଣୁ ଲକ୍ଷ୍ନୌରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିଛି।

ଅଧିନାୟକ ନିଜେ ପଦ ଛାଡ଼ି ବାକି ଥିବା ୨ ମ୍ୟାଚ୍‌ରେ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବେ ବୋଲି ଆଶା କରାଯାଉଥିଲା। ହେଲେ ମାତ୍ର ୨ ମ୍ୟାଚ୍‌ ଥିବାରୁ ରାହୁଲଙ୍କ ଟିମ୍‌ ନେତୃତ୍ୱ ନେବାର ଆଶା କରାଯାଉଛି। ଯଦିଓ ରାହୁଲ ନେତୃତ୍ୱ ଛାଡ଼ନ୍ତି ତେବେ ଦଳ ଆଉ କାହାକୁ ଅଧିନାୟକ କରିପାରେ। ଏହି ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ନିକୋଲାସ ପୁରନ୍‌। ତାଙ୍କ ନିକଟରେ ଅନୁଭବ ସହ ସେ ଦଳର ଉପ ଅଧିନାୟକ ଥିବାରୁ ସବୁକିଛି ସହଜ ରହିବ।

ଏବେ ବି ଲକ୍ଷ୍ନୌ ନିକଟରେ ପ୍ଲେ ଅଫ୍‌ରେ ପହଞ୍ଚିବାର ସୁଯୋଗ ରହିଛି। କାରଣ ଦଳ ଆଉ ୨ ମ୍ୟାଚ୍‌ ଖେଲିବ। ଯଦି ଏହି ମ୍ୟାଚ୍‌ ଜିତିଯାଏ ତେବେ ଦଳ ୧୬ ପଏଣ୍ଟ ପାଇବ। ହେଲେ ମାଇନସ୍‌ .୭୬୦ ନେଟ୍‌ ରନ୍‌ରେଟ୍‌ରେ ସୁଧାର କରିପାରିବା ବହୁତ କଷ୍ଟକର ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ...

କ୍ୱାଲିଫାୟର ମ୍ୟାଚ ନ ଖେଳି ଏହିଭଳି ଭାବେ ଫାଇନାଲରେ ପ୍ରବେଶ କରିବ କେକେଆର, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ଟି ମ୍ୟାଚ ଖେଳାଯାଇସାରିଛି। ବର୍ତ୍ତମାନ ପ୍ଲେ ଅଫ୍‌ ମଙ୍ଗଳବାର ମେ ୨୧ରୁ...

ବିଶ୍ୱରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଦୀପ୍ତି

ନୂଆଦିଲ୍ଲୀ,୨୦।୪: ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦...

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri