ଖଣି ପରେ ବିଜୁଳି ବନ୍ଦ, ଅସୁବିଧାରେ ଲୋକେ

ଯୋଡ଼ା,୩ା୧(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ା ବେଣୁଆପାଣି କ୍ୟାମ୍ପ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିିତ ହୋଇଥିବା ଅଭିେଯୋଗ କରିଛନ୍ତି।
ଉକ୍ତ ଗ୍ରାମରେ ପ୍ରାୟ ୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଗ୍ରାମବାସୀ ଏକ ଖଣି କମ୍ପାନୀ ଅଧୀନରେ କାର୍ଯ୍ୟ କରିବା ସହ ଉକ୍ତ କମ୍ପାନୀ ପକ୍ଷରୁ ନିର୍ମିତ ଘରଗୁଡ଼ିକରେ ରହି ଆସୁଛନ୍ତି। ଖଣି କମ୍ପାନୀର ଲିଜ୍‌ ଅବଧି ଶେଷ ହେବା ପରେ ଉକ୍ତ ଶ୍ରମିକ ଓ କର୍ମଚାରୀମାନେ ନିଜେଘରଗୁଡ଼ିକୁ ମରାମତି କରି ରହୁଛନ୍ତି। ବିଦ୍ୟୁତ୍‌ ସଂଯୋଗ ଥିଲେ ମଧ୍ୟ ଗତ ନଭେମ୍ବର ୨୩ ତାରିଖରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ନୋଟିସ ଜାରି କରାଯାଇ ବିଦ୍ୟୁତ୍‌ କାଟ୍‌ କରାଯାଇଥିବା ଗ୍ରାମର ମୁନାଜିର ଆଲାମ, ହରିହର ନାଏକ, ବିଦ୍ୟାଧର ମହାକୁଡ଼, ଟିଟୁନ କୁଅଁର, ଲବ୍ଲ୍ୟୁ ସିଂ, ରମାକାନ୍ତ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଗ୍ରାମର ମହିଳା କୌଶଲ୍ୟା ମହାନ୍ତ, ସବିତା ଖାୟାର, ଅନୁପମା ନାଏକ ପ୍ରମୁଖ ସେମାନଙ୍କପ୍ରତିକ୍ରିୟାରେ କହିଛନ୍ତିି ଯେ,ବିଦ୍ୟୁତ୍‌କାଟ ଯୋଗୁ ସେମାନେ ଅନ୍ଧାରରେ ରହିବା ସହିତ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ପିଲାମାନେ ରାତି ସମୟରେ ପାଠ ପଢ଼ିପାରୁ ନାହାନ୍ତି। ଗ୍ରାମ ଚାରିପଟେ ଖଣି ଓ ଜଙ୍ଗଲ ରହିଥିବାରୁ ହାତୀଭୟ ରହୁଛି। ଭୟରେ ଗ୍ରାମବାସୀ ନିଅଁା ଜଳାଇ ରାତି ଉଜାଗର ରହୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ। ଚମ୍ପୁଆ ବିଧାୟିକାଙ୍କୁ ମଧ୍ୟ ଏ ନେଇ ସେମାନେ ଜଣାଇଥିବା କହିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଓଡ଼ିଶା ଖଣି ନିଗମ ସିଏସ୍‌ଆର ଅଧିକାରୀ ନୂତନ ରାଉତଙ୍କୁ ପଚାରିବାରୁ ଏ ବାବଦରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri