ରୋଗୀଙ୍କୁ ଛାଡ଼ି ପଳାଇଲେ

ଢେଙ୍କାନାଳ ଅଫିସ୍‌/ଭୁବନ(ଡି.ଏନ୍‌.ଏ.), ୩ା୧: ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଅଟୋରିକ୍ସାକୁ ଧକ୍କା ଦେଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଡ଼ିରେ ଛଟପଟ ହେଉଥିବା ରୋଗୀଙ୍କୁ ଛାଡ଼ି ଫେରାର ହୋଇଗଲେ ଆମ୍ବୁଲାନ୍ସ ଚାଳକ ଏବଂ ତାଙ୍କ ସହଯୋଗୀ। ଏଭଳି ସମୟରେ ଈଶ୍ୱରଙ୍କ ଦୂତ ଭାବେ ପହଞ୍ଚତ୍ଲେ ସ୍ଥାନୀୟ ବାସିନ୍ଦା। ପୋଲିସ ସହାୟତାରେ ସେମାନେ ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଡକାଇ ଜିଲା ଚିକିତ୍ସାଳୟକୁ ପଠାଇଲେ। ରବିବାର ରାତି ପ୍ରାୟ ୮ଟାରେ ଏଭଳି ଘଟଣା ଘଟିଛି ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ୱରପୁର ନିକଟରେ।
ସୂଚନାଯୋଗ୍ୟ, ଭୁବନ ବଜାରରୁ କାମସାରି ବାଲିଝାଟି ଗ୍ରାମର ବିଶ୍ୱଜିତ୍‌ ନାୟକ (୨୯) ଏବଂ ଚିତ୍ତରଞ୍ଜନ ଭୂୟଁା (୩୨) ବାଇକ୍‌ରେ ଘରକୁ ଫେରୁଥିଲେ। ୫୩ନଂ. ଜାତୀୟ ରାଜପଥର ଶ୍ୟାମଳ ଛକ ନିକଟରେ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚତ୍ ଉଭୟଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ଆଣିଥିଲେ। ଅଧିକ ଚିକିତ୍ସା ଲାଗି ବିଶ୍ୱଜିତ୍‌ଙ୍କୁ ୧୦୮ ଆମ୍ବୁଲାନ୍ସ (ନଂ. ଓଡ଼ି ୦୨ ବିଜେ ୫୯୩୫)ରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାମେଶ୍ୱରପୁର ନିକଟରେ ଆମ୍ବୁଲାନ୍ସ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଏହି ସମୟରେ ରାସ୍ତାରେ ଆସୁଥିବା ଅନ୍ୟ ଜଣେ ସ୍କୁଟି ଆରୋହୀ ଆମ୍ବୁଲାନ୍ସରେ ପିଟି ହୋଇ ଗାଡ଼ିରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର, ସହାୟକ ଏବଂ ଅଟୋରିକ୍ସା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚତ୍ ତାଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିଥିଲେ। ପୋଲିସ ସହାୟତାରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଏବଂ ଅଟୋରିକ୍ସାକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ଘଟଣା ପରେ ବିପଦସଙ୍କୁଳ ଅବସ୍ଥାରେ ରୋଗୀଙ୍କୁ ଛାଡ଼ି ଫେରାର ହୋଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ବାପାଙ୍କୁ ଗୋଡ଼ାଇ ହାଣିଲେ ପୁଅ

ରେଢାଖୋଲ,୧୧ା୯(ଡି.ଏନ.ଏ.): ଶନିବାର ସମଗ୍ର ପଶ୍ଚିମ ଓଡ଼ିଶାରେ ଆନନ୍ଦ ଉଲ୍ଲାସରେ ନୂଆଁଖାଇ ପର୍ବ ପାଳିତ ହେଉଥିବା ବେଳେ ସାମାନ୍ୟ କଳିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବାପାଙ୍କୁ...

ଓଜେଇଇ ଆରମ୍ଭ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବରେ ହୋଇଛି। ତେବେ ପ୍ରଥମ ଦିନରେ...

ଜଳିଗଲା କିରୋସିନି ବୋଝେଇ ଅଟୋ

ଭଦ୍ରକ ଅଫିସ, ୨୪।୧୦: ଭଦ୍ରକ ଜିଲା ଧାମନଗର-ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକ ନିକଟରେ ରବିବାର ଏକ କିରୋସିନ ବୋଝେଇ ଅଟୋ (ନଂ. ଓଡି ୨୨ ଡି...

କଟକ-ଭୁବନେଶ୍ୱର ରୋଡର ୩ ବାର୍‌ ସିଲ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍‌। ରଙ୍ଗିନ୍‌ ହେଉଥିଲା ରାତି।...

ପୋଖରୀରେ ଫିଙ୍ଗିଲେ ଭୋଟ ବାକ୍ସ

ଯାଜପୁର ଅଫିସ/ଦଶରଥପୁର (ଡି.ଏନ.ଏ.),୧୯ା୨: ଯାଜପୁର ଜିଲା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନରେ ପୁଣି ବୋମାମାଡ, ବାଲଟ ପେପର ଲୁଟ୍‌ ଓ ମାଡପିଟ ଘଟଣାର ପୁନରାବୃତ୍ତି...

ବରଗଡ଼ରେ ଲଜ୍ଜା: ଲୁଚକାଳି ଖେଳିବାକୁ ଡାକି ନାବାଳିକାଙ୍କୁ ବଳାତ୍କାର

ବରଗଡ଼ ଅଫିସ,୧୭।୯: ବରଗଡ଼ ଜିଲା ପାଇକମାଲ ଥାନା ଅଧୀନ ଏକ ଗ୍ରାମରେ ସୋମବାର ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା...

ଭିତରକନିକା ଇକୋ-ଟୁରିଜମ୍‌ : ୩ ବର୍ଷରେ ୧ କୋଟି ୯୪ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ଥିବା ଭିତରକନିକା ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ଡରେ ଜଙ୍ଗଲ ଓ ପରିବେଶ ବିଭାଗର ମୋଟ ୩ଟି ପରିବେଶ ପର୍ଯ୍ୟଟନସ୍ଥଳ ରହିଛି। ସେଗୁଡ଼ିକ ହେଲା...

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି...

Advertisement
Archives

Model This Week