ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍‌ଏସ୍‌ଙ୍କ ବଦଳି ବାତିଲ

କର୍ଲାମୁଣ୍ଡା,୨୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କୁ ବ୍ଲକର ଅନ୍ୟ ପଞ୍ଚାୟତକୁ ବଦଳି ବିଜ୍ଞପ୍ତି ପ୍ରକାଶ ପରେ କେତେକ ପଞ୍ଚାୟତରେ ସରପଞ୍ଚ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ବଦଳିକୁ ବାତିଲ ଦାବି କରିଥିଲେ। ଜିଆର୍‌ଏସ୍‌ଙ୍କ ବଦଳିକୁ ନେଇ ଥିବା ସରକାରଙ୍କ ନିୟମକୁ ଜିଲା ପ୍ରଶାସନର ଦୃଷ୍ଟି ଆର୍କଷଣ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍‌ଏସ୍‌ଙ୍କ ବଦଳି ବାତିଲ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ,ଏହି ବ୍ଲକର ୧୨ଟି ପଞ୍ଚାୟତ ଥିବା ବେଳେ ୧୧ ଜଣ ଜିଆର୍‌ଏସ୍‌ ଅଛନ୍ତି। ରାଜପୁର, ରିଷିଡ଼ା, ଗଜବାହାଲ, ରେଗଡ଼ା ପଞ୍ଚାୟତ ଜିଆର୍‌ଏସ୍‌ଙ୍କୁ ବଦଳି କରାଯାଇନଥିବା ବେଳେ କର୍ଲାମୁଣ୍ଡା ଜିଆର୍‌ଏସ୍‌ ଶିବ କୁମାର ଭୋଇଙ୍କୁ ରିଞ୍ଜା ପଞ୍ଚାୟତ, ବୋରପଦର ପଞ୍ଚାୟତ ଜିଆର୍‌ଏସ୍‌ କ୍ଷମାନିଧି ସାହୁଙ୍କୁ ଯୋରାଡବ୍ରା ପଞ୍ଚାୟତ, ପୌରକେଲା ପଞ୍ଚାୟତ ଜିଆର୍‌ଏସ୍‌ ଗଜାନନ ଗହିରଙ୍କୁ ବୋରପଦର ପଞ୍ଚାୟତ, ତେରେସିଂହା ପଞ୍ଚାୟତ ଜିଆର୍‌ଏସ୍‌ ରାଷ୍ଟ୍ରପତି ସାହୁଙ୍କୁ ସ.ମାଲପଡ଼ା ପଞ୍ଚାୟତ, ରିଞ୍ଜା ପଞ୍ଚାୟତ ଜିଆର୍‌ଏସ୍‌ ଉମେଶ ସୁନାଙ୍କୁ କର୍ଲାମୁଣ୍ଡା ପଞ୍ଚାୟତ, ଯୋରାଡ଼ବ୍ରା ପଞ୍ଚାୟତ ଜିଆର୍‌ଏସ୍‌ ଗୁଣନିଧି କୁମାରଙ୍କୁ ସାପଲହରା ପଞ୍ଚାୟତକୁ ବଦଳି କରାଯାଇଥିଲା। ରିଷିଡ଼ା ଜିଆର୍‌ଏସ୍‌ଙ୍କୁ ପୌରକେଲା ପଞ୍ଚାୟତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଡିଓଙ୍କ ସ୍ବାକ୍ଷରିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରପଞ୍ଚ ଓ ଜନସାଧାରଣ ବଦଳି ପ୍ରକ୍ରିୟାକୁ ବିରୋଧ କରି ସୋମବାର ପୌରକେଲା ସରପଞ୍ଚ ଯଶୋସ୍ବିନୀ ଧରୁଆ, ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ, ସମିତିସଭ୍ୟ ଆନନ୍ଦ ନାଗଙ୍କ ସମେତ କର୍ଲାମୁଣ୍ଡା ପଞ୍ଚାୟତ ଓ ସାପଲହରା ପଞ୍ଚାୟତ ପ୍ରତିନିଧି ବଦଳିକୁ ବାତିଲ କରିବା ପାଇଁ ବିଡିଓଙ୍କ ସାକ୍ଷାତ ପାଇଁ ଅପେକ୍ଷା କରିଥିଲେ ହେଁ ସାକ୍ଷାତ ହୋଇପାରି ନଥିଲା। ପଞ୍ଚାନନ ବାଗ ବିଡିଓଙ୍କୁ ଫୋନ କରିବାରୁ ଜିଆର୍‌ଏସ୍‌ ବଦଳି ବାତିଲ ବିଷୟକୁ ଛାଡ଼ି ଅନ୍ୟ କିଛି କହିବାର ଅଛି କୁହ ବୋଲି କହିଥିଲେ। ଅନ୍ୟପଟେ ପୌରକେଲା ପଞ୍ଚାୟତରେ ସ୍ଥାୟୀ ପିଇଓ ନଥିବା ବେଳେ ଜିଆରଏସଙ୍କୁ ବଦଳୀ କରାଯାଇ ରିଷିଡ଼ା ଜିଆର୍‌ଏସ୍‌ ଶିଶିର ଗହୀରଙ୍କୁ ପୌରକେଲା ପଞ୍ଚାୟତ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବିଷୟକୁ ନେଇ ସରପଞ୍ଚ ଅସନ୍ତୋଷ ପ୍ରକାଶ କରିବା ସହ ଲିଖିତଭାବେ ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏନେଇ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଯଦି କୌଣସି ଜିଆର୍‌ଏସ୍‌ଙ୍କ ବଦଳି କରାଯିବ ତେବେ ବିଡିଓ ଏବଂ ଜିଲାପାଳଙ୍କୁ ଜଣାଇବାକୁ ହେବ। ଜିଲାପାଳ ଜିଆରଏସଙ୍କ ବଦଳି କରିବାର କ୍ଷମତା ରହିଥିଲେ ହେଁ ଏହି ବ୍ଲକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri