ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍‌ଏସ୍‌ଙ୍କ ବଦଳି ବାତିଲ

କର୍ଲାମୁଣ୍ଡା,୨୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କୁ ବ୍ଲକର ଅନ୍ୟ ପଞ୍ଚାୟତକୁ ବଦଳି ବିଜ୍ଞପ୍ତି ପ୍ରକାଶ ପରେ କେତେକ ପଞ୍ଚାୟତରେ ସରପଞ୍ଚ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ବଦଳିକୁ ବାତିଲ ଦାବି କରିଥିଲେ। ଜିଆର୍‌ଏସ୍‌ଙ୍କ ବଦଳିକୁ ନେଇ ଥିବା ସରକାରଙ୍କ ନିୟମକୁ ଜିଲା ପ୍ରଶାସନର ଦୃଷ୍ଟି ଆର୍କଷଣ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍‌ଏସ୍‌ଙ୍କ ବଦଳି ବାତିଲ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ,ଏହି ବ୍ଲକର ୧୨ଟି ପଞ୍ଚାୟତ ଥିବା ବେଳେ ୧୧ ଜଣ ଜିଆର୍‌ଏସ୍‌ ଅଛନ୍ତି। ରାଜପୁର, ରିଷିଡ଼ା, ଗଜବାହାଲ, ରେଗଡ଼ା ପଞ୍ଚାୟତ ଜିଆର୍‌ଏସ୍‌ଙ୍କୁ ବଦଳି କରାଯାଇନଥିବା ବେଳେ କର୍ଲାମୁଣ୍ଡା ଜିଆର୍‌ଏସ୍‌ ଶିବ କୁମାର ଭୋଇଙ୍କୁ ରିଞ୍ଜା ପଞ୍ଚାୟତ, ବୋରପଦର ପଞ୍ଚାୟତ ଜିଆର୍‌ଏସ୍‌ କ୍ଷମାନିଧି ସାହୁଙ୍କୁ ଯୋରାଡବ୍ରା ପଞ୍ଚାୟତ, ପୌରକେଲା ପଞ୍ଚାୟତ ଜିଆର୍‌ଏସ୍‌ ଗଜାନନ ଗହିରଙ୍କୁ ବୋରପଦର ପଞ୍ଚାୟତ, ତେରେସିଂହା ପଞ୍ଚାୟତ ଜିଆର୍‌ଏସ୍‌ ରାଷ୍ଟ୍ରପତି ସାହୁଙ୍କୁ ସ.ମାଲପଡ଼ା ପଞ୍ଚାୟତ, ରିଞ୍ଜା ପଞ୍ଚାୟତ ଜିଆର୍‌ଏସ୍‌ ଉମେଶ ସୁନାଙ୍କୁ କର୍ଲାମୁଣ୍ଡା ପଞ୍ଚାୟତ, ଯୋରାଡ଼ବ୍ରା ପଞ୍ଚାୟତ ଜିଆର୍‌ଏସ୍‌ ଗୁଣନିଧି କୁମାରଙ୍କୁ ସାପଲହରା ପଞ୍ଚାୟତକୁ ବଦଳି କରାଯାଇଥିଲା। ରିଷିଡ଼ା ଜିଆର୍‌ଏସ୍‌ଙ୍କୁ ପୌରକେଲା ପଞ୍ଚାୟତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଡିଓଙ୍କ ସ୍ବାକ୍ଷରିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରପଞ୍ଚ ଓ ଜନସାଧାରଣ ବଦଳି ପ୍ରକ୍ରିୟାକୁ ବିରୋଧ କରି ସୋମବାର ପୌରକେଲା ସରପଞ୍ଚ ଯଶୋସ୍ବିନୀ ଧରୁଆ, ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ, ସମିତିସଭ୍ୟ ଆନନ୍ଦ ନାଗଙ୍କ ସମେତ କର୍ଲାମୁଣ୍ଡା ପଞ୍ଚାୟତ ଓ ସାପଲହରା ପଞ୍ଚାୟତ ପ୍ରତିନିଧି ବଦଳିକୁ ବାତିଲ କରିବା ପାଇଁ ବିଡିଓଙ୍କ ସାକ୍ଷାତ ପାଇଁ ଅପେକ୍ଷା କରିଥିଲେ ହେଁ ସାକ୍ଷାତ ହୋଇପାରି ନଥିଲା। ପଞ୍ଚାନନ ବାଗ ବିଡିଓଙ୍କୁ ଫୋନ କରିବାରୁ ଜିଆର୍‌ଏସ୍‌ ବଦଳି ବାତିଲ ବିଷୟକୁ ଛାଡ଼ି ଅନ୍ୟ କିଛି କହିବାର ଅଛି କୁହ ବୋଲି କହିଥିଲେ। ଅନ୍ୟପଟେ ପୌରକେଲା ପଞ୍ଚାୟତରେ ସ୍ଥାୟୀ ପିଇଓ ନଥିବା ବେଳେ ଜିଆରଏସଙ୍କୁ ବଦଳୀ କରାଯାଇ ରିଷିଡ଼ା ଜିଆର୍‌ଏସ୍‌ ଶିଶିର ଗହୀରଙ୍କୁ ପୌରକେଲା ପଞ୍ଚାୟତ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବିଷୟକୁ ନେଇ ସରପଞ୍ଚ ଅସନ୍ତୋଷ ପ୍ରକାଶ କରିବା ସହ ଲିଖିତଭାବେ ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏନେଇ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଯଦି କୌଣସି ଜିଆର୍‌ଏସ୍‌ଙ୍କ ବଦଳି କରାଯିବ ତେବେ ବିଡିଓ ଏବଂ ଜିଲାପାଳଙ୍କୁ ଜଣାଇବାକୁ ହେବ। ଜିଲାପାଳ ଜିଆରଏସଙ୍କ ବଦଳି କରିବାର କ୍ଷମତା ରହିଥିଲେ ହେଁ ଏହି ବ୍ଲକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?