ଶିଶୁ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ନାବାଳିକା ମା’ଙ୍କ ଜୀବନ

ଜି.ଉଦୟଗିରି,୭ା୧୦(ଡି.ଏନ୍‌.ଏ.): ଜି.ଉଦୟଗିରି ସେବା ସଦନରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ନାବାଳିକା ବୁଧବାର ରାତିରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ନାବାଳିକା ମା’ଙ୍କ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରାତିରେ ମୃତ୍ୟୁ ଘଟିଛି। ଏନେଇ ଜି.ଉଦୟଗିରି ପୋଲିସ ଏକ ମାମଲା(ନଂ.୮/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷେ ଶିଶୁ ସୁରକ୍ଷା ସମିତି ଓ ପ୍ରଶାସନ ଶିଶୁ ମୃତ୍ୟୁ ପରେ ନାବାଳିକାଙ୍କୁ ଜିଲା ହସ୍ପିଟାଲକୁ ନ ଆଣି ଜି.ଉଦୟଗିରି ହସ୍ପିଟାଲରେ ଚିକିତ୍ସାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ଦାବି ହୋଇଛି।

ମିଳିଥିବା ସୂଚନା ମୁତାବକ, ବେଲଘର ଥାନା ଅଞ୍ଚଳ ତୁମୁଡିବନ୍ଧ ବ୍ଲକର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ନାବାଳିକା ଜଣକ ସପ୍ତମ ଶ୍ରେଣୀରେ ପଢୁଥିଲେ। ଛାତ୍ରୀ ଜଣକ ଗର୍ଭବତୀ ଥି ବା ଜାଣି ବିଦ୍ୟାଳୟ କର୍ତ୍ତୃପକ୍ଷ ବେଲଘର ଥାନାକୁ ଜଣାଇଥିଲେ। ବେଲଘର ପୋଲିସ ତଦନ୍ତ କରି ଜଣେ ନାବାଳକ ଦ୍ୱାରା ବଳାତ୍କାରର ଶିକାର ହୋଇ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ଏନେଇ ବେଲଘର ପୋଲିସ ଏକ ମାମଲା(ନଂ.୪୩/୨୨) ରୁଜୁ କରି ଅଭିଯୁକ୍ତ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ନାବାଳିକାଙ୍କୁ ଜି.ଉଦୟଗିରିର ଏକ ସେବା ସଦନରେ ରଖିଥିଲେ।
ଅନ୍ୟପକ୍ଷେ ନାବାଳିକାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ତହସିଲଦାର ଓ ବିଡିଓ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମାଜିଷ୍ଟ୍ରେଟ ଓ ବେଲଘର ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ବୋଲି ଜି.ଉଦୟଗିରି ଆଇଆଇସି ଅଜିତ କୁମାର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ସରଗରମ: ୨୩୦ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ

ଝାରସୁଗୁଡ଼ା ଅଫିସ,୧୫ା୩: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର, ଝାରସୁଗୁଡା ଓ ବେଲପାହାଡ଼ ପୌର ପରିଷଦରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପଦ ପାଇଁ ସମୁଦାୟ ୨୫୪ଜଣ ନାମାଙ୍କନପତ୍ର ଦାଖଲ...

ହ୍ରାସ କରିବ ହାତୀ ଉପଦ୍ରବ

ବଇଣ୍ଡା,୧୦।୬ (ଡି.ଏନ.ଏ.) ଗାଁ ମୁହଁା ହାତୀଙ୍କୁ ଘଉଡ଼ାଇବାକୁ ପ୍ରବେଶ ପଥରେ ଲଗାଯାଇଛି ମହୁମାଛି ବାକ୍ସ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)...

ଥାନା ଭିତରେ ନାବାଳିକାଙ୍କୁ ବଳାତ୍କାର ପରେ ଗର୍ଭପାତ ଘଟଣା: ଥାନା ଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼, ୨୬।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ରଖି ଜଣେ ନାବାଳିକାଙ୍କୁ କ୍ରମାଗତ ବଳାତ୍କାର କରିବା ଏବଂ ସମ୍ପୃକ୍ତ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ଥାନା...

‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା

ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍‌ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ...

ଜିଲାପାଳଙ୍କ ସ୍ବଚ୍ଛତା ତଦାରଖ; ଡଷ୍ଟବିନ୍‌ ନ ଥିବାରୁ ଦୋକାନୀଙ୍କୁ ଜରିମାନା: ଶାୈଚାଳୟରେ ପାଣି ଜମିଥିବା ସ୍ଥାନ ନିଜେ ସଫା କଲେ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାତି ପ୍ରାୟ ୧୦ରେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗସ୍ତକରି ସହରର ସ୍ବଚ୍ଛତା ତଦାରଖ କରିଥିଲେ। ମୁଖ୍ୟ...

ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ...

ରାପ୍‌ ସଙ୍ଗ୍‌ ମାଧ୍ୟମରେ ସଚେତନ କରୁଛନ୍ତି ସାର୍ଥକ

ଜୟପୁର,୨୭ା୩(ନି.ପ୍ର.) : ରାପ୍‌ ସଙ୍ଗ୍‌ ମାଧ୍ୟମରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା କୋରାପୁଟ ଜିଲା ଜୟପୁର ସହରର ସାର୍ଥକ ସାହୁ ଏବେ...

ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ, ତୁରନ୍ତ ମରାମତି ଦାବି

କୋଟଗଡ,୧୦ା୯(ଡି.ଏନ.ଏ.)- କୋଟଗଡ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କନାଝୁରୁ ନାଳ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଲଗାଣ...

Advertisement
Archives

Model This Week