ବାପାଙ୍କ ମୃତ୍ୟୁ ପରେ ଯମଜ ସନ୍ତାନଙ୍କୁ ହରାଇଥିଲେ ଫର୍ଦ୍ଦିନ; ଏବେ ବଖାଣିଲେ ଦୁଃଖ

ବମ୍ବେ: ଦୀର୍ଘ ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଅଭିନେତା ଫର୍ଦ୍ଦିନ ଖାନ୍‌। ଚଳଚ୍ଚିତ୍ର ‘ବିସ୍ଫୋଟ’ରେ ନଜର ଆସିବେ ସେ। ଫିଲ୍ମରେ ତାଙ୍କ ସହ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଅଛନ୍ତି। ଏହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଫର୍ଦ୍ଦିନ। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନ ସହ ବଲିଉଡ୍‌ରୁ ଦୂରେଇ ଯିବାର କାରଣ ବିଷୟରେ ବଡ଼ ଖୁଲାସା କରିଛନ୍ତି ସେ।

ଫର୍ଦ୍ଦିନ ସ୍ତ୍ରୀ ନତାଶାଙ୍କ ସହ ଲଣ୍ଡନ ଚାଲିଯାଇଥିଲେ। ଏପରିକି ଝିଅ ଜନ୍ମ ପରେ ମଧ୍ୟ ମୁମ୍ବାଇକୁ ଫେରି ନ ଥିଲେ। ଏହା ପଛରେ କି କାରଣ ଥିଲା କହିଛନ୍ତି ଅଭିନେତା। ସେଇଟି ହେଲା ବାପାଙ୍କ ମୃତ୍ୟୁ ପରେ ଫର୍ଦ୍ଦିନ ଭାଙ୍ଗି ପଡ଼ିଥିଲେ। ୨୦୦୯ରେ ସନ୍ତାନଟିଏ ଚାହିଁଥିଲେ। ହେଲେ ଅସୁବିଧା କାରଣରୁ ଆଇଭିଏଫ୍‌ ଜରିଆରେ ସନ୍ତାନ ପ୍ରାପ୍ତ ବିଷୟରେ ଚିନ୍ତା କରିଥିଲେ।

୨୦୧୧ରେ ନତାଶାଙ୍କ ପେଟରେ ଯମଜ ସନ୍ତାନ ରହିଥିବା ଜଣାପଡ଼ିଥିଲା। ହେଲେ ୬ ମାସରେ ହିଁ ଉଭୟ ତାଙ୍କୁ ହରାଇଥିଲେ। ଏହା ତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା। ପରେ ଉଭୟଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ହୋଇଥିଲା ବୋଲି ଫର୍ଦ୍ଦିନ କହିଛନ୍ତି। ଏବେ ଅନେକ ବର୍ଷ ପରେ ସେ ମୁଖ୍ୟ ଭୂମିକାରେ ଫେରୁଥିବାରୁ ପ୍ରଶଂସକମାନେ ବହୁତ କିଛି ଆଶା କରୁଛନ୍ତି। ତେବେ ଫିଲ୍ମ ରିଲିଜ ପରେ ସବୁକିଛି ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର...

କରଣଙ୍କ ଗୋଲ୍‌ଡେନ୍‌ ଲୁକ୍‌

ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଫ୍ୟାଶନ ଇନ୍ସ...

ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା...

ଭାଇରାଲ ହେଉଛି ଶୈଫିନାଙ୍କ ବିବାହ ବାର୍ଷିକୀର ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଓ ଶୈଫ ଅଲ୍ଲି ଖାଁଙ୍କ ବିବାହକୁ ୭ ବର୍ଷ ପୂରଣ ହୋଇଛି। ଅକ୍ଟୋବର ୧୬ରେ ଦୁହେଁ ଏହି ଦିନକୁ...

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା...

ଲୁଚିଛପି ବିବାହ ପରେ ଏବେ ହନିମୁନ୍‌ରେ ଶାହିର

ବମ୍ବେ: ଟେଲିପରଦାର ହ୍ୟାଣ୍ଡସମ ହଙ୍କ ଶାହିର ସେଖ ବିବାହ ପରେ ଏବେ ହନିମୁନ୍‌ରେ। ପ୍ରେମିକା ରୁଚିକା କପୁରଙ୍କୁ ଲୁଚିଛପି ବିବାହ କରିବା ପରେ ଏବେ ଭୁଟାନରେ...

ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି ଭୂମି

ମୁମ୍ବାଇ: ବଡ ପରଦାରେ ନିଜ ଅଭିନୟର ଜଲୱା ଦେଖାଇ ସାରିଥିବା ଭୂମି ପେଡନେକର ସବୁବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି । ଅନେକ...

କ୍ୟାଟ୍ରିନାଙ୍କ ଡ୍ରେସ୍‌କୁ ନେଇ ହେଉଛି ଚର୍ଚ୍ଚା: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସ୍ବାମୀ ତଥା ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଖ୍ରୀଷ୍ଟମାସ ପାଳନ କରିଛନ୍ତି।...

Advertisement
Archives

Model This Week