କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ହଁ, ପ୍ରଶଂସକମାନେ ଧୋନୀଙ୍କୁ ବଡ଼ ପରଦାରେ ଦେଖିପାରିବେ । ଖବର ଅନୁଯାୟୀ ମହେନ୍ଦ୍ର ସିଂ ଧୋନୀ ର୍ନିମାତା ଭାବରେ ତାଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ସେ ତାଙ୍କ ଫିଲ୍ମରେ ବଲିଉଡ ଅଭିନେତାଙ୍କ ବଦଳରେ ଦକ୍ଷିଣ କଳାକାରଙ୍କୁ ନେବାକୁ ଯାଉଛନ୍ତି।

ଧୋନୀ ତାଙ୍କ ଚଳଚ୍ଚିତ୍ର ସାଉଥ ଇଣ୍ଡଷ୍ଟ୍ରିରୁ ଡେବ୍ୟୁ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଭାରତୀୟ ସିନେମାର ଦୁଇ ବଡ ତାରକାଙ୍କ ସହ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ପ୍ରଥମ ପ୍ରୋଜେକ୍ଟରେ ଦକ୍ଷିଣର ସୁପରଷ୍ଟାର ଅଭିନେତା ଥାଲାପତି ବିଜୟ ଏବଂ ମହେଶ ବାବୁଙ୍କୁ କାଷ୍ଟ କରିବାକୁ ଯୋଜନା କରିଛନ୍ତି। ଧୋନୀ ଜଣେ ନିର୍ମାତା ଭାବରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଭିନେତା ପ୍ରୀତିରାଜ ସୁକୁମାରନ ଏବଂ ତାଙ୍କ ଚଳଚ୍ଚିତ୍ରରେ କନ୍ନଡ ଇଣ୍ଡଷ୍ଟ୍ରିର କିଚା ସୁଦୀପଙ୍କୁ କାଷ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି।

ପୂର୍ବରୁ ଧୋନୀ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଦକ୍ଷିଣ ଅଭିନେତ୍ରୀ ନୟନତାରାଙ୍କୁ ମଧ୍ୟ କାଷ୍ଟ କରିବେ ବୋଲି ଖବର ଆସିଥିଲ। ଧୋନୀଙ୍କ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ ମାହି ନିଜେ ମଧ୍ୟ ଥାଲାପତି ବିଜୟଙ୍କ ଫିଲ୍ମରେ କେମିୟୋ କରୁଥିବା ଦେଖିବାକୁ ମିଳିବ। ଧୋନିଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକଙ୍କ ପାଇଁ ଏକ ସ୍ବପ୍ନ ଭଳି ହେବ!

ଧୋନୀଙ୍କର ଏକ ପ୍ରଡକ୍ସନ ହାଉସ ଅଛି, ଯାହାର ନାମ ଏମଏସ ଧୋନୀ ଏଣ୍ଟରଟେନମେଣ୍ଟ । ତାଙ୍କ ସହିତ ଏହି ପ୍ରଡକ୍ସନ ହାଉସ ତାଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ପରିଚାଳନା କରନ୍ତି। ସୂଚନା ଅନୁଯାୟୀ ଚେନ୍ନାଇରେ ଏହାର ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ଏହି ପ୍ରଡକ୍ସନ ହାଉସରୁ ରୋର ଅଫ୍‌ ଲାୟନ, ଦ ହିଡେନ ହିନ୍ଦୁ ଏବଂ ବ୍ଲେଜ ଟୁ ଗ୍ଲୋରୀ ଭଳି ତିନୋଟି ଛୋଟ ବଜେଟ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ ବଞ୍ଚିବା ଶିଖାଏ, ଏହା ଶ୍ରେଷ୍ଠ: ଗେଲ୍‌

ନୂଆଦିଲ୍ଲୀ,୨୩।୬(ପି.ଟି.): ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ବିବେଚିତ ହେଉଥିବା ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କିନ୍ତୁ ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି।...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

ଆଇପିଏଲ୍‌ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡର: କହିଲେ ‘ତାଙ୍କ ଠାରୁ ଶିଖିବି..’

ନୂଆଦିଲ୍ଲୀ,୧।୩: ଆଇପିଏଲ୍‌ ୨୦୨୦ରେ ପଞ୍ଜାବ କିଙ୍ଗ୍ସରେ ସାମିଲ ଥିଲେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ୍‌। ହେଲେ ଆସନ୍ତା ଆଇପିଏଲ୍‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ...

ରେସ୍‌ଲର ସୁଶୀଲ କୁମାର ଗିରଫକୁ ନେଇ ମିଶ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୪।୫(ପି.ଟି.): ରେସ୍‌ଲର ସାଗର ଧନକର ହତ୍ୟା ମାମଲାରେ ସୁଶୀଲ କୁମାର ଓ ତାଙ୍କ ସାଥୀ ଗିରଫ ହୋଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଅଲିମ୍ପିଆନରୁ ଜଣେ ହତ୍ୟା ଅଭିଯୁକ୍ତ...

ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ...

ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ, ୧୫।୯: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସଦାଶିବ ରାଓଜୀ ପାଟିଲଙ୍କ ମଙ୍ଗଳବାର ପରଲୋକ ଘଟିଛି। କୋହ୍ଲାପୁରସ୍ଥିତ ନିଜ ବାସଭବନରେ ୮୬ ବର୍ଷ ବୟସରେ...

ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିଲା। ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ଫିଲ୍ମରେ ମୁଖ୍ୟ ଭୂମିକାରେ...

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି।...

Advertisement
Archives

Model This Week