Posted inଜାତୀୟ

ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୯।୧୧: ବିଦାୟ ନେଇଛନ୍ତି ଡି.ୱାଇ.ଚନ୍ଦ୍ରଚୂଡ଼। ଭାରତର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶୁକ୍ରବାର ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି। ସେ ନଭେମ୍ବର ୧୦ ତାରିଖରେ ଅବସର ନେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଶୁକ୍ରବାର ଏକ ସେରେମୋନିୟଲ ବେଞ୍ଚ ବସିଥିଲା। ଏହି ବେଞ୍ଚର ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ସିଜେଆଇଙ୍କ ବିଦାୟ ସମ୍ବର୍ଦ୍ଧନାରେ ଅନେକ ଜଜ୍‌ ଏବଂ ଓକିଲ ଚନ୍ଦ୍ରଚୂଡ଼ଙ୍କ ପ୍ରଶଂସା କରିଛନ୍ତି।

ଏହି ଅବସରରେ ନାନୀ ପାଲକୀୱାଲା ଲ କ୍ଲବର ଜନୈକ ସଦସ୍ୟ ଓକିଲ ଚନ୍ଦ୍ରଚୂଡ଼ଙ୍କୁ ରିଟାୟରମେଣ୍ଟ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ରେ ପଦବୀ ସମ୍ଭାଳିବାକୁ ଯାଉଥିବାରୁ ଅଭିନନ୍ଦନ ଜଣାଇଥିଲେ। ଏହା ଶୁଣି ନିଜେ ସିଜେଆଇ ଚନ୍ଦ୍ରଚୂଡ଼ ଆବାକ ହୋଇ ଯାଇଥିଲେ। ତେବେ ବିଭିନ୍ନ ଚର୍ଚ୍ଚା ହେଉଛି କି ସେ ରିଟାୟରମେଣ୍ଟ ପରେ ବଡ଼ ପଦବୀ ସମ୍ଭାଳି ପାରନ୍ତି। ଚନ୍ଦ୍ରଚୂଡ଼ଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ କରାଯିବାର ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଜୁନ ୨୦୨୪ରୁ ଏହି ପଦବୀ ଖାଲି ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅକ୍ବାନ: ଝିପିଝିପି ବର୍ଷା ଆରମ୍ଭ, ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି

ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ…

ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ: ଅନ୍ତରୀଣ ରହିତାଦେଶ ହଟାଇବାକୁ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୮।୧୧: ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ନିର୍ବାଚନ ଉପରେ ପୂର୍ବରୁ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ…

ସାନ ନଦୀରେ ବଢ଼ିଛି ଜଳସ୍ତର, ଗାଧୋଇବାକୁ ଯାଇ ନିଖୋଜ ସନ୍ତୋଷ

ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ…

ମାଡ଼ି ଆସୁଛି ବାତ୍ୟା: ହାଇ ଆଲର୍ଟରେ ରାଜ୍ୟ ପ୍ରଶାସନ,୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି…

ମାଡ଼ିଆସୁଛି ବାତ୍ୟା, କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ

ଭଞ୍ଜନଗର,୧୮।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୁରୁବାରଠାରୁ କଳିଙ୍ଗା ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି…

୨୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ୨ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ୩ ଗିରଫ

ବାଲେଶ୍ୱର,୧୮।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସିଆର୍‌ଏଫ୍‌ଏମ୍ ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲାର ଦୁଇ…

ପଡିଆରେ ରକ୍ତାକ୍ତ ହେଲେ ଏହି ଖେଳାଳି, ମ୍ୟାଚ୍‌ରୁ ପଡିଲେ ବାଦ୍‌

ନୂଆଦିଲ୍ଲୀ, ୧୮।୧୧: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘଟିଛି ଅଘଟଣ । ଇଂଲଣ୍ଡର ଦ୍ରୁତ ବୋଲର ଗସ୍‌ ଆଟକିନସନ୍‌ଙ୍କ ଏକ ଭୟଙ୍କର…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ, ପୁଣି ଜେଲ୍‌ ଗଲେ

ପାରଳାଖେମୁଣ୍ଡି,୧୮।୧୧(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଛି । ତାଙ୍କ ପକ୍ଷରୁ ଦାଖଲ ନିୟମିତ ଜାମିନ ଆବେଦନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?