ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଏକ ଏପରି ପରିବାରରୁ ଥିଲେ ଯିଏ ସିନେମା ଇତିହାସରେ ତାଙ୍କର ଅବଦାନ ପାଇଁ ସର୍ବଦା ଜଣାଶୁଣା। ଜାଣନ୍ତୁ ରିଷିଙ୍କ ସହ ଜଡିତ କିଛି ବିଶେଷ କଥା। ଥରେ ତାଙ୍କୁ ଚକୋଲେଟ୍‌ ଦେଇ ଶୁଟିଂ କରିବାକୁ ପ୍ରବର୍ତ୍ତାଯାଇଥିଲା।

ଅଧିକାଂଶ ଲୋକ ଭାବନ୍ତି ରିଷିଙ୍କ ପ୍ରଥମ ଫିଲ୍ମ ‘ମେରା ନାମ ଜୋକର’ ମାତ୍ର ତାହା ନୁହେଁ ‘ଶ୍ରୀ ୪୨୦’ଫିଲ୍ମରେ ସେ ଶିଶୁ କଳାକାର ଭାବରେ କାମ କରିଥିଲେ ।ଏହି ଫିଲ୍ମର ଗୀତ ‘ପ୍ୟାର୍‌ ହୁଆ ଇକ୍‌ ରାର୍‌ ହୁଆ’, ଯେଉଁଥିରେ ରାଜ କପୁର ଏବଂ ନର୍ଗିସଙ୍କ ମଧ୍ୟରେ ରୋମାନ୍ସ ଶୁଟିଂ ଚାଲିଥିଲା। ଏହି ଗୀତର ମଝିରେ ତିନି ପିଲା ପରସ୍ପରର ହାତ ଧରିଥିବାର ଦେଖାଯାଏ ଏବଂ ସେଥିରୁ ସବୁଠୁ ସାନ ଥିଲେ ରିଷି। ଦୃଶ୍ୟରେ ଦେଖାଯାଇଥିବା ଅନ୍ୟ ପିଲାମାନେ ତାଙ୍କ ଭଉଣୀ ଭାଇ ।

ଏହି ସିନ୍‌ ପାଇଁ ନର୍ଗିସ ତାଙ୍କୁ ଚକୋଲେଟ୍‌ ଦେଇଥିଲେ ପରେ ସେ ବର୍ଷାରେ ଭିଜୁଥିବା ଏହି ଦୃଶ୍ୟ କରିବାକୁ ପ୍ରସ୍ତୁତ ହେଲେ। ଏକଦା ସେ ଦୃଶ୍ୟର ଶୁଟିଂ ପଛରେ ମଜାଳିଆ କାହାଣୀ କହିଥିଲେ।

ରିଷି କହିଥିଲେ, ଏହି ଦୃଶ୍ୟ ଦେଖିବା ସହଜ ଥିଲା କିନ୍ତୁ ଶୁଟିଂ କଷ୍ଟକର । ଏହି ଦୃଶ୍ୟ ବର୍ଷାରେ ଶୁଟ ହୋଇଥିଲା, ଯେତେବେଳେ ମୁଁ ଚାଲିବା ଆରମ୍ଭ କଲି, ମୋ ମୁହଁରେ ପାଣି ପଡ଼ିଲା। ସେତେବେଳେ ମୁଁ କାନ୍ଦିବାକୁ ଲାଗିଲି ଏବଂ ଆଖି ବନ୍ଦ କରିଦେଲି। ତା’ପରେ ପୁରା ଶୁଟିଂ ବନ୍ଦ ହୋଇଗଲା ଏବଂ ନର୍ଗିସ ଜି ମୋ ପାଖକୁ ଆସିଲେ। ସେ କହିଥିଲେ ମୁଁ ତୁମକୁ ଚକୋଲେଟ୍‌ ଦେବି। ସେହି ସମୟରେ, ଚକୋଲେଟ୍‌ ବଦଳରେ ମୁଁ ମୋ ଜୀବନର ପ୍ରଥମ ଶଟ୍‌ ଦେଇ ବର୍ଷାରେ ଶୁଟିଂ କଲି। ଏହି ସିନ୍‌ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା କାରଣ ପାପାଙ୍କ ଫିଲ୍ମରେ ଏହା ମୋର ପ୍ରଥମ ସିନ୍‌ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଟେଲି ଜଗତର ବୋଲ୍ଡ ଶାଶୁମା’: ଯିଏ ୪୯ ବର୍ଷରେ ବି ରହୁଛନ୍ତି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଅଚ୍ଚିତ କୌର। ଟେଲିଭିଜନ ଜଗତର ଜଣେ ବୋଲ୍ଡ ଶାଶୁ ମା’ ହିସାବରେ ସେ ଘରେ ଘରେ ପରିଚିତ। ଏବେ ଅର୍ଚ୍ଚିତଙ୍କୁ ୪୯ ବର୍ଷ।...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

ଦେଶ ପାଇଁ ଆସିଛୁ, କିଛି ଏଭଳି କହି ପ୍ରତିକ୍ରିୟା ରଖିଲେ ଅଭିନେତା

ମୁମ୍ବାଇ: ୯୫ ତମ ଓସ୍କାର ସମାରୋହରେ ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ...

ସନି ଲିଓନିଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌, ବଙ୍ଗଳା ଦେଖିଲେ ଲାଖିଯିବ ଆଖି

ମୁମ୍ବାଇ: ବଲିଉଡ୍‌ର ବେବି ଡଲ୍‌ ସନି ଲିଓନି ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। କିନ୍ତୁ ସନି ଏହିସବୁ ଏକାଥରକେ କମାଇ ନାହାନ୍ତି। ବହୁ କଷ୍ଟ...

‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’

ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ...

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ।...

ମୁମ୍ବାଇ ଫେରିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତ ଫେରିଛନ୍ତି। ଶନିବାର ରାତିରେ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟାଙ୍କ ସହ...

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୪: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ...

Advertisement
Archives

Model This Week