ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଏକ ଏପରି ପରିବାରରୁ ଥିଲେ ଯିଏ ସିନେମା ଇତିହାସରେ ତାଙ୍କର ଅବଦାନ ପାଇଁ ସର୍ବଦା ଜଣାଶୁଣା। ଜାଣନ୍ତୁ ରିଷିଙ୍କ ସହ ଜଡିତ କିଛି ବିଶେଷ କଥା। ଥରେ ତାଙ୍କୁ ଚକୋଲେଟ୍‌ ଦେଇ ଶୁଟିଂ କରିବାକୁ ପ୍ରବର୍ତ୍ତାଯାଇଥିଲା।

ଅଧିକାଂଶ ଲୋକ ଭାବନ୍ତି ରିଷିଙ୍କ ପ୍ରଥମ ଫିଲ୍ମ ‘ମେରା ନାମ ଜୋକର’ ମାତ୍ର ତାହା ନୁହେଁ ‘ଶ୍ରୀ ୪୨୦’ଫିଲ୍ମରେ ସେ ଶିଶୁ କଳାକାର ଭାବରେ କାମ କରିଥିଲେ ।ଏହି ଫିଲ୍ମର ଗୀତ ‘ପ୍ୟାର୍‌ ହୁଆ ଇକ୍‌ ରାର୍‌ ହୁଆ’, ଯେଉଁଥିରେ ରାଜ କପୁର ଏବଂ ନର୍ଗିସଙ୍କ ମଧ୍ୟରେ ରୋମାନ୍ସ ଶୁଟିଂ ଚାଲିଥିଲା। ଏହି ଗୀତର ମଝିରେ ତିନି ପିଲା ପରସ୍ପରର ହାତ ଧରିଥିବାର ଦେଖାଯାଏ ଏବଂ ସେଥିରୁ ସବୁଠୁ ସାନ ଥିଲେ ରିଷି। ଦୃଶ୍ୟରେ ଦେଖାଯାଇଥିବା ଅନ୍ୟ ପିଲାମାନେ ତାଙ୍କ ଭଉଣୀ ଭାଇ ।

ଏହି ସିନ୍‌ ପାଇଁ ନର୍ଗିସ ତାଙ୍କୁ ଚକୋଲେଟ୍‌ ଦେଇଥିଲେ ପରେ ସେ ବର୍ଷାରେ ଭିଜୁଥିବା ଏହି ଦୃଶ୍ୟ କରିବାକୁ ପ୍ରସ୍ତୁତ ହେଲେ। ଏକଦା ସେ ଦୃଶ୍ୟର ଶୁଟିଂ ପଛରେ ମଜାଳିଆ କାହାଣୀ କହିଥିଲେ।

ରିଷି କହିଥିଲେ, ଏହି ଦୃଶ୍ୟ ଦେଖିବା ସହଜ ଥିଲା କିନ୍ତୁ ଶୁଟିଂ କଷ୍ଟକର । ଏହି ଦୃଶ୍ୟ ବର୍ଷାରେ ଶୁଟ ହୋଇଥିଲା, ଯେତେବେଳେ ମୁଁ ଚାଲିବା ଆରମ୍ଭ କଲି, ମୋ ମୁହଁରେ ପାଣି ପଡ଼ିଲା। ସେତେବେଳେ ମୁଁ କାନ୍ଦିବାକୁ ଲାଗିଲି ଏବଂ ଆଖି ବନ୍ଦ କରିଦେଲି। ତା’ପରେ ପୁରା ଶୁଟିଂ ବନ୍ଦ ହୋଇଗଲା ଏବଂ ନର୍ଗିସ ଜି ମୋ ପାଖକୁ ଆସିଲେ। ସେ କହିଥିଲେ ମୁଁ ତୁମକୁ ଚକୋଲେଟ୍‌ ଦେବି। ସେହି ସମୟରେ, ଚକୋଲେଟ୍‌ ବଦଳରେ ମୁଁ ମୋ ଜୀବନର ପ୍ରଥମ ଶଟ୍‌ ଦେଇ ବର୍ଷାରେ ଶୁଟିଂ କଲି। ଏହି ସିନ୍‌ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା କାରଣ ପାପାଙ୍କ ଫିଲ୍ମରେ ଏହା ମୋର ପ୍ରଥମ ସିନ୍‌ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ଼ ଘୋଷଣା କଲା CJP: ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସୋମବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମ୍ମୁଖରେ ନିଜର ଦାବିଗୁଡ଼ିକ ରଖିଛନ୍ତି। ବିଳମ୍ବିତ ସନ୍ଧ୍ୟା…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

ଏହି ଦଳରୁ ନିର୍ବାଚନ ଲଢିବେ CJP ମୁଖ୍ୟ ଅଭିଜିତ ଦୀପକେ? ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୧।୭: ଭାଜପା ନେତା ନିଶିକାନ୍ତ ଦୁବେ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଦୁବେ ଉତ୍ତର ପ୍ରଦେଶ…

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ କିଏ? କରାଟେରେ ପାଇଛନ୍ତି ବ୍ଲାକ ବେଲ୍ଟ, ଓଡ଼ିଶା ସହ ରହିଛି…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସମ୍ପ୍ରତି ତାଙ୍କ ଆନ୍ଦୋଳନ ଏବଂ ଅନଶନ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ, ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri