୪୩ ମାଓବାଦୀଙ୍କ ସହ ଏକାଠି ଖାଇଲେ ସୁକୁମା ଏସ୍‌ପି

ମାଲକାନଗିରି, ୨୧ା୧୦ (ଡି.ଏନ.ଏ.): ସୁକ୍‌ମା ପୋଲିସ ନିକଟରେ ୪୩ ଜଣ ମାଓବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି। ତେବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ସହ ତଳେ ବସି ସୁକୁମା ଏସ୍‌ପି ଏକାଠି ଖାଦ୍ୟ ଖାଇଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ମାଓବାଦୀ ପ୍ରବଣ ସୁକୁମା ଜିଲାରେ।
ଖବରରୁ ଜଣାପଡିଛି, ସୁକୁମା ଜିଲାରେ ନୂତନ ଏସ୍‌ପି ଭାବେ ଯୋଗ ଦେଇଥିବା ସୁନୀଲ ଶର୍ମାଙ୍କ ଏପରି ନିଆରା କାମ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଆତ୍ମସମର୍ପଣ କରିଥିବା ୪୩ ମାଓବାଦୀଙ୍କ ମଧ୍ୟରେ ୪୨ ଜଣ ମିଲିସିଆ ସଭ୍ୟ ରହିଥିବା ବେଳେ ପଡିଆମି ଲଖି ନାମକ ଜଣେ ଏରିଆ କମାଣ୍ଡର ରହିଛନ୍ତି। ଲଖିଙ୍କ ନାମରେ ପୂର୍ବରୁ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ଜିଲା ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଛତିଶଗଡ଼ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ। ଏମାନଙ୍କ ଉପରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରାଯିବ ବୋଲି ଏସ୍‌ପି ଶର୍ମା ପ୍ରକାଶ କରିଛନ୍ତି। ଏହି ଅବସରରେ ଏସ୍‌ପି ଶର୍ମା ମାଓବାଦୀଙ୍କ ସହ ମିଶି ତଳେ ବସି ଖାଦ୍ୟ ଖାଇଥିଲେ। ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ ପାଇଁ ସେ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri