୪୩ ମାଓବାଦୀଙ୍କ ସହ ଏକାଠି ଖାଇଲେ ସୁକୁମା ଏସ୍‌ପି

ମାଲକାନଗିରି, ୨୧ା୧୦ (ଡି.ଏନ.ଏ.): ସୁକ୍‌ମା ପୋଲିସ ନିକଟରେ ୪୩ ଜଣ ମାଓବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି। ତେବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ସହ ତଳେ ବସି ସୁକୁମା ଏସ୍‌ପି ଏକାଠି ଖାଦ୍ୟ ଖାଇଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ମାଓବାଦୀ ପ୍ରବଣ ସୁକୁମା ଜିଲାରେ।
ଖବରରୁ ଜଣାପଡିଛି, ସୁକୁମା ଜିଲାରେ ନୂତନ ଏସ୍‌ପି ଭାବେ ଯୋଗ ଦେଇଥିବା ସୁନୀଲ ଶର୍ମାଙ୍କ ଏପରି ନିଆରା କାମ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଆତ୍ମସମର୍ପଣ କରିଥିବା ୪୩ ମାଓବାଦୀଙ୍କ ମଧ୍ୟରେ ୪୨ ଜଣ ମିଲିସିଆ ସଭ୍ୟ ରହିଥିବା ବେଳେ ପଡିଆମି ଲଖି ନାମକ ଜଣେ ଏରିଆ କମାଣ୍ଡର ରହିଛନ୍ତି। ଲଖିଙ୍କ ନାମରେ ପୂର୍ବରୁ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ଜିଲା ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଛତିଶଗଡ଼ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ। ଏମାନଙ୍କ ଉପରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରାଯିବ ବୋଲି ଏସ୍‌ପି ଶର୍ମା ପ୍ରକାଶ କରିଛନ୍ତି। ଏହି ଅବସରରେ ଏସ୍‌ପି ଶର୍ମା ମାଓବାଦୀଙ୍କ ସହ ମିଶି ତଳେ ବସି ଖାଦ୍ୟ ଖାଇଥିଲେ। ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ ପାଇଁ ସେ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ

ଭଦ୍ରକ ଅଫିସ,୨୭ା୨: ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀଙ୍କ ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଆସି ସ୍ବାମୀ ନିଆଁରେ ପୋଡ଼ି...

ବାଲିଆରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ବରୀ,୨୧ା୧୦(ସ୍ବ.ପ୍ର.): ଯାଜପୁର ଜିଲାବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ରବିବାର ବରୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ...

ବିନା ହେଲମେଟରେ ରାଲି, ଗଣିବେ ଜରିମାନା

ଭୁବନେଶ୍ୱର,୮।୧(ବ୍ୟୁରୋ): କେନ୍ଦ୍ର ଟ୍ରେଡ୍‌ ୟୁନିୟନର ଆହ୍ବାନ କ୍ରମେ ୧୨ ଦଫା ଦାବିlରେ ବୁଧବାର ରାଜ୍ୟରେ ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ...

ବିନା ଅନୁମତିରେ ଘରକୁ ଯାଇଛନ୍ତି ଜୁନାଗଡ଼ର ୬୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ: କାରଣ ଦର୍ଶାଅ ନୋଟିସ ଜାରି

ଜୁନାଗଡ଼,୨୯।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି। ଏପରିକି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିଜ...

 ହୋମ୍‌ କ୍ୱାରାଣ୍ଟାଇନରେ ରହିଲେ କେଭିକେ ଅଧିକାରୀ

ଚିପିଲିମା,୧୫ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ଧନକଉଡା ବ୍ଲକ୍‌ ବସନ୍ତପୁର ପଞ୍ଚାୟତରେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) କାର୍ଯ୍ୟାଳୟ ରହିଛି। ଲକ୍‌ଡାଉନ ସମୟରେ କେଭିକେର ୩ଜଣ ଅଧିକାରୀ ଭୁବନେଶ୍ବରରେ...

ଓସିଏସ୍‌ ପାଇଲେ କିସ୍‌ର ୪ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୧୦(ବ୍ୟୁରୋ):ଚଳିତ ଶିକ୍ଷାବର୍ଷରେ ଆବାସିକ ଜନଜାତି ଅନୁଷ୍ଠାନ କିସ୍‌ର ଛାତ୍ରୀଛାତ୍ର ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ୩୯୨ଜଣଙ୍କ ମଧ୍ୟରୁ...

ସ୍ତ୍ରୀଙ୍କ ଦଶାହରେ ସ୍ବାମୀ ଆଖି ବୁଜିଲେ

ଭଦ୍ରକ ଅଫିସ,୩ା୯: ସ୍ତ୍ରୀଙ୍କ ଦଶାହରେ କ୍ରିୟା କର୍ମ ଚାଲିଥିଲା। ଏହି ସମୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ମଧ୍ୟରେ ଉଭୟ ମା’ ବାପାଙ୍କୁ ହରାଇ...

ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ...

Advertisement
Archives

Model This Week