Posted inଖେଳ

୭ ବର୍ଷ ପରେ ପଡିଆକୁ ଓହ୍ଲାଇବେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୨୨।୧୧:ପୂର୍ବତନ ଦଳର ଭାରତ ଦ୍ରୁତ ବୋଲର ଏସ ଶ୍ରୀସନ୍ତ ୭ ବର୍ଷର ନିଷେଧାଦେଶ ଶେଷ ହେବା ପରେ ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ କେରଳ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟ ଟି -୨୦ ଲିଗ୍‌ରେ ଭାଗ ନେବେ ବୋଲି ଜଣାପଡିଛି। ସ୍ପଟ ଫିକ୍ସିଂ ଅଭିଯୋଗରେ ୨୦୧୩ରୁ ଶ୍ରୀସନ୍ତଙ୍କୁ କ୍ରିକେଟ ଖେଳିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ୭ ବର୍ଷର ପ୍ରତିବନ୍ଧକ ଶେଷ ହେବା ପରେ ସେ ବର୍ତ୍ତମାନ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଆସନ୍ତା ମାସରୁ କେରଳ କ୍ରିକେଟ ଆସୋସିଏସନ ଆଲାପୁଜାଠାରେ ପ୍ରେସିଡେଣ୍ଟ ଟି -୨୦ ଲିଗ ଆୟୋଜନ ହେବ। ଏଥିରେ ଶ୍ରୀସନ୍ତ ମଧ୍ୟ ସାମିଲ ହେବେ। ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ପରେ କେରଳ ଏବେ ଟି-୨୦ ଲିଗ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଯଦିଓ ଏହା ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି, ତଥାପି ଶ୍ରୀସନ୍ତଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ନିଆଯାଉଛି। କେରଳ କ୍ରିକେଟ ଆସୋସିଏସନର ସଭାପତି ନିଜେ ନିଶ୍ଚିତ କରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀସନ୍ତ ଟିମ ଇଣ୍ଡିଆର ଅଗ୍ରଣୀ ବୋଲରମାନଙ୍କ ମଧ୍ୟରୁ ଜଣେ ଥିଲେ। ୨୦୦୭ରେ ଧୋନୀଙ୍କ ଅଧୀନରେ ଟି -୨୦ ବିଶ୍ୱକପରେ ସେ ଅଂଶଗ୍ରହଣ କରିଥିଲେ। ଏହାର ୪ ବର୍ଷ ପରେ ସେ ମଧ୍ୟ ଏକଦିବସୀୟ ବିଶ୍ୱକପ ବିଜେତା ଦଳର ଅଂଶ ହୋଇଥିଲେ। ଶ୍ରୀସନ୍ତ ଏପର୍ଯ୍ୟନ୍ତ ୬୦ଟି ଟି -୨୦ ମ୍ୟାଚ ଖେଳି ୫୦ଟି ଉଇକେଟ ନେଇଛନ୍ତି। ସେ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଦଳର ଅଂଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ ପଦାର୍ପଣ କରିବେ ରୟ

ଲଣ୍ଡନ, ୧୮।୭ (ଏଏଫ୍‌ପି)- ଇଂଲଣ୍ଡକୁ ବିଶ୍ୱକପ୍‌ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର୍‌ ଖେଳାଳି ଜାସନ ରୟ ଟେଷ୍ଟ ପଦାର୍ପଣ କରିବାକୁ ଯାଉଛନ୍ତି।...

୧୦୦ତମ ଟେଷ୍ଟ ପାଇଁ ଈଶାନ୍ତ ସମ୍ବର୍ଦ୍ଧିତ

ଅହମଦାବାଦ, ୨୫।୨(ପି.ଟି.)- ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ...

ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୩- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଭାରତୀୟ ବଂଶଦ୍ଭୋବ ମହିଳା ବାନ୍ଧବୀ ବିନି ରମଣଙ୍କ ସହ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛନ୍ତି। ଦୁହିଙ୍କ ନିର୍ବନ୍ଧ ବେଳର...

ବେଙ୍ଗାଲୁରୁରେ ଆରସିବି-ଡିସି ଲଢ଼େଇ…

ବେଙ୍ଗାଲୁରୁ,୧୫।୪ : ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଦଳ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଆଇପିଏଲ -୧୬ରେ ପ୍ରଥମ...

ଅଷ୍ଟ୍ରେଲିଆନ ଓପନ୍‌: ମେର୍ଟେନ୍ସ- ସାବାଲେଙ୍କା ମହିଳା ଡବଲ୍ସ ଚାମ୍ପିୟନ

ମେଲବୋର୍ନ,୨୦।୨(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ଦ୍ୱିତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଯୋଡି ଏଲିସ ମେର୍ଟେନ୍ସ ଓ ଅରିନା ସାବାଲେଙ୍କା ମହିଳା ଡବଲ୍ସ ଟାଇଟଲ...

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍‌! ଶେଷରେ ୫ ଇନିଂସ ପରେ…

ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍‌। କେପ୍‌ଟାଉନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା...

‘ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ’

ସେଣ୍ଟ ଲୁଇସ୍‌, ମିସୋରି (ଆମେରିକା) ୨୭ା୯: ଚଳିତ ମାସ ପ୍ରଥମ ଭାଗରେ ଅନୁଷ୍ଠିତ ‘ସିନ୍‌କ୍ୱିଫିଲ୍ଡ କପ୍‌’ରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନ ଓ ଆମେରିକାର ୧୯ବର୍ଷୀୟ...

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ...

Advertisement
Archives

Model This Week