ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ ରାଜ୍ୟପାଳ,ରାସ୍ତାରେ ଲୋକଙ୍କ ଅଭିଯୋଗ ଶୁଣିଲେ , ରୋଗାକ୍ରାନ୍ତ ନାବାଳକଙ୍କ ଚିକିସାଲାଗି ଦେଲେ ପ୍ରତିଶ୍ରୁତି

ପୁରୁଷୋତ୍ତମପୁର,୧୧/୧( ସିମାଞ୍ଚଳ ମିଶ୍ର) ରାଜ୍ୟପାଳ ରଘୁବର ଦାଶ ଗୁରୁବାର ସକାଳେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରୀଣୀଙ୍କ ଦର୍ଶନ କରି ଆଶିଷ ନେବା ସହ ଓଡିଶାବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହା ସହ ମନ୍ଦିର ଚତୁପାର୍ଶରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। ପାହାଡ ଊପରେ ରହି ସୌନ୍ଦର୍ଯପୂର୍ଣ୍ଣ ଜଙ୍ଗଲ ପୂର୍ଣ୍ଣ ପରିବେଶ ଓ ପାହାଡ ପାଦଦେଶରେ ବହିଯାଇଥିବା ପବିତ୍ର ଋଷିକୁଲ୍ୟା ନଦୀର ସୁନ୍ଦର ମନୋରମ ଦୃଶ୍ୟକୁ ଦେଖି ଖୁସି ପ୍ରକଟ କରିଥିଲୋ ମନ୍ଦିରରୁ ଫେରିବା ବାଟରେ ପାହାଡ ପାଦଦେଶରେ ବହୁ ମହିଳା ଧାଡିବାନ୍ଧି ଠିଆ ହୋଇ ଥିବାର ଦେଖି ଅଟକି ଯାଇ ସେମାନଙ୍କ ସମସ୍ୟା ବୁଝିଥିଲେ। ଏହି ମହିଳାମାନେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ଜଣାଇ ସ୍ମାରକ ପତ୍ର ପ୍ରଦାନ କରିଥିଲୋ ଏହାକୁ ନେଇ ସରକାରଙ୍କୁ ଜଣାଇ ପଦକ୍ଷେପ ନେବାକୁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ତାରାତାରିଣୀଠାରୁ ହୁମ୍ମା ଯିବା ବେଳେ ପୁରୁଷୋତ୍ତମପୁର ସହର ହାଡିସାହି ଛକଠାରେ ଥାଲେସେମିଆ ରୋଗରେ ଦୀର୍ଘ ୧୧ ବର୍ଷହେଲା ପୀଡିତ ନାବାଳକ ତନ୍ମୟ ବେହେରା ରାଜ୍ୟପାଳ ଆସୁଥିବାର ଜାଣି ଚିକିସା ନିମନ୍ତେ ଗୁହାରି କରିବା ଲାଗି ରାସ୍ତା ପାଶର୍‌ବରେ ଠିଆହୋଇଥିଲେ। ଛୋଟ ପିଲାଟିକୁ ଦେଖି ରାଜ୍ୟପାଳ ଅଟକି ରହି ପିଲା ସହ ତାଙ୍କ ବାପା ସୁଦର୍ଶନ ବେହେରାଙ୍କ ସହ କଥାହୋଇ ସମସ୍ୟା ବୁଝି ସମସ୍ତ ମେଡିକାଲ ରିପୋର୍ଟକୁ ଦେଖିବା ସହ ସହାୟତା ଲାଗି ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କହିବା ସହ ସମସ୍ତ ପ୍ରକାର ଚିକିସା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri