‘ବିକ୍ରି ପରବର୍ତ୍ତୀ ସେବା, ସୁବିଧାକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ଟାଟା ମୋର୍ଟସ ନିକଟରେ ତା’ର ସ୍ମଲ୍‌ କମର୍ସିଆଲ ଭେଇକିଲ୍ସ (ଏସ୍‌ସିଭି) ବର୍ଗର ନୂତନ ମଡେଲ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଥିଲା। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ଗ୍ଲୋବାଲ ହେଡ୍‌ (କଷ୍ଟମର କେୟାର,କମର୍ସିଆଲ ଭେଇକିଲ ବିଜ୍‌ନେସ ୟୁନିଟ୍‌) ଆର୍‌. ରାମକ୍ରିଷ୍ଣନ କହିଥିଲେ, କମ୍ପାନୀ ଉଭୟ ଗୁଣାତ୍ମକ ଯାନ ନିର୍ମାତା ଏବଂ ଗ୍ରାହକ କେନ୍ଦ୍ରିକତାକୁ ସର୍ବଦା ଅଗ୍ରାଧିକାର ଦେଇ ଆସିଛି। ସେହିଭଳି କମ୍ପାନୀର ସମ୍ପୂର୍ଣ୍ଣ ସେବା ୨.୦ ମାଧ୍ୟମରେ ବାର୍ଷିକ ସମାଧାନ ପ୍ୟାକେଜ ଓ ରୋଡ୍‌ ସାଇଡ୍‌ ଆସିଷ୍ଟାଣ୍ଟ ସର୍ଭିସ୍‌ ମଧ୍ୟ ପ୍ରଦାନ କରିଥାଏ। ସେହିପରି କମ୍ପାନୀର ମୁଖ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଟାଟା ଆଲର୍ଟ, ରୋଡ୍‌ ସାଇଡ୍‌ ଆସିଷ୍ଟାଣ୍ଟ ପାଇଁ ସୂଚନା ମିଳିବାର ୩୦ମିନିଟ୍‌ ମଧ୍ୟରେ ନିଶ୍ଚିତ ପ୍ରତିକ୍ରିୟା ଏବଂ ପ୍ରାୟ ୨ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରୟାସ କରାଯାଇଥାଏ। ଏପରିକି ୱାରେଣ୍ଟି ଅଧୀନରେ ଥିବା ଯାନଗୁଡ଼ିକ ପାଇଁ ୨୪ଘଣ୍ଟା ମଧ୍ୟରେ ନିଶ୍ଚିତ ସେବା ଓ ସମାଧାନ ପ୍ରଦାନ କରାଯାଇଥାଏ। ଅପରପକ୍ଷରେ ଟାଟା ଜିପି ଏକ ନିର୍ଦ୍ଦିଷ୍ଟ ମରାମତି ସମୟ ନିଶ୍ଚିତତା ସହ ପ୍ରାୟ ୪୮ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ସମସ୍ୟାର ସମାଧାନ କରିଥାଏ। ଏପରିକି ଟାଟା ଗୁରୁ ଜରିଆରେ ୫୦,୦୦୦ରୁ ଅଧିକ ତାଲିମପ୍ରାପ୍ତ ଟେକ୍ନିସିଆନ୍‌ ସମଗ୍ର ଦେଶରେ କମ୍ପାନୀର ଯାନ ମରାମତି ଏବଂ ସେବା ପାଇଁ ରାସ୍ତାକଡ଼ ଏବଂ କର୍ମଶାଳା ସହାୟତା ପ୍ରଦାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଏସବୁ ହେଉଛି ଟାଟା ମୋଟର୍ସ ମାଧ୍ୟମରେ ବିତରଣ ୨୮୦୦ରୁ ଅଧିକ ଟଚ୍‌ ପଏଣ୍ଟ ସେବା ନେଟ୍‌ୱର୍କର ବିସ୍ତୃତ ଡିଲରଶିପ୍‌ ପଏଣ୍ଟ ଏବଂ ଦେଶର ପ୍ରତ୍ୟେକ ୬୨ କି.ମି.ରୁ ଅଧିକ ସେବା ସୁବିଧା ସହ ତାଲିମପ୍ରାପ୍ତ ବିଶେଷଜ୍ଞ ଏବଂ ଟାଟା ଜେନୁଇନ୍‌ ପାର୍ଟସ୍‌ ଦ୍ୱାରା ସମର୍ଥିତ ରହିଛି। କମ୍ପାନୀ ତା’ର ଯାନ ବିକ୍ରୟ ପରେ ଆବଶ୍ୟକ ସେବାକୁ ମଧ୍ୟ ଇକୋ-ସିଷ୍ଟମ ବିକଶିତ କରିଛି, ଯେଉଁଠାରେ ଗ୍ରାହକମାନେ ୨୯ ରାଜ୍ୟ ସହ ୨୫୦ରୁ ଅଧିକ ଟାଟା ମୋଟର୍ସ ଇଞ୍ଜିନିୟର, ୧୫୦୦ରୁ ଅଧିକ ଚ୍ୟାନେଲ ସହଭାଗୀ ଏବଂ ଉପକରଣ ସୁବିଧା ଓ ୨୪x୭ ମୋବାଇଲ ଭ୍ୟାନ୍‌ ଟାଟା ମୋଟର୍ସ ବିସ୍ତୃତ ଡିଲରଶିପ୍‌ ସେବା ନେଟ୍‌ୱର୍କ ଜରିଆରେ ଯୋଗାଇ ଦେଉଛି। ସମଗ୍ର ଦେଶରେ ଉପଲବ୍ଧ ଏବଂ ସମ୍ପୂର୍ଣ୍ଣ ସେବା ଯୋଜନା ଅଧୀନରେ ଅନନ୍ୟ ସେବା ପ୍ରଦାନ କରିଥାଏ। ଏପରିକି ସମ୍ପୂର୍ଣ୍ଣ ସେବାର ମୁଖ୍ୟ ଆକର୍ଷଣ ହେଉଛି ଟାଟା ଜିପି ପ୍ରୋଗ୍ରାମ ଯାହା ସମାଧାନ ପାଇଁ ଡିଜାଇନ୍‌ ହୋଇଛି। ୮ ଘଣ୍ଟା ମଧ୍ୟରେ କର୍ମଶାଳାରେ ନିୟମିତ ସେବା ଏବଂ ପ୍ରମୁଖ ଏଗ୍ରିମେଣ୍ଟ ମରାମତି ପାଇଁ ସମସ୍ୟା ୪୮ଘଣ୍ଟା ମଧ୍ୟରେ ଟାଟା ମୋଟର୍ସ ଗ୍ରାହକଙ୍କୁ ୫୦୦୦ ଟଙ୍କା କ୍ଷତିପୂରଣ ଦେଇଥାଏ। ବିଶେଷକରି ସମସ୍ତ ଟ୍ରକ୍‌ ପାଇଁ ପ୍ରତିଦିନ ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ୨୪ ଘଣ୍ଟା ବିଳମ୍ବ ପାଇଁ ପ୍ରିମା ଟିପ୍ପର ଉପରେ ପ୍ରତିଦିନ ୫୦୦୦ ଟଙ୍କାର କ୍ଷତି ପୂରଣ କମ୍ପାନୀ ଗ୍ରାହକଙ୍କୁ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri