Posted inଜାତୀୟ

କର୍ନାଟକରେ ୩ ଦିନ ପାଇଁ ସ୍କୁଲ, କଲେଜ ବନ୍ଦ

ଉଡୁପି(କର୍ନାଟକ),୮।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକର ଉଡୁପି ଜିଲାରେ ମଙ୍ଗଳବାର ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ନିର୍ଦ୍ଦଶନାମା ସମ୍ପର୍କରେ ଟୁଇଟ୍‌ କରି ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ।

ହାଇକୋର୍ଟରେ ଚାଲିଥିବା ଶୁଣାଣି ବୁଧବାର ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଛାତ୍ରୀଛାତ୍ର ଓ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସକାଳୁ ଉଡୁପି ଜିଲାର ମହାତ୍ମା ଗାନ୍ଧୀ ମେମୋରିଆଲ (ଏମ୍‌ଜିଏମ୍‌) କଲେଜରେ ଛାତ୍ରୀଛାତ୍ରଙ୍କ ଦୁଇ ଗୋଷ୍ଠି ମୁହଁାମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ୨୦୨୪କୁ ନେଇ ଚର୍ଚ୍ଚା

ମୁମ୍ବାଇ, ୧୨।୬: ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ବିଜୟୀ କରାଇଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଏନ୍‌ସିପି ମୁଖ୍ୟଙ୍କ ଘରେ ପ୍ରଶାନ୍ତ...

ସିଆରପିଏଫ୍‌ ଚେକ୍‌ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୮।୪: ପୁଲୱାମା ଜିଲାର କାକାପୋରା ଅଞ୍ଚଳରେ ଥିବା ଏକ ରେଲଓ୍ବେ ଚେକ୍‌ପୋଷ୍ଟ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୋଲିସ ଶହୀଦ...

‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’

ହାଇଦ୍ରାବାଦ୍‌,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ...

ଇସ୍ତଫା ଦେବେନି ସୋନିଆ-ରାହୁଲ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ରାଞ୍ଚି,୮।୧୧: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଯାଇଛି। ତାଙ୍କୁ ସୁଗାର ସ୍ତର ବଢିଯାଇଛି। ଏଥି ସହିତ, ସେରମ...

କଂଗ୍ରେସକୁ ଲାଗିବ ବଡ ଝଟ୍‌କା

ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି ।...

ତେଲଙ୍ଗାନାରେ ୨ ଜଣଙ୍କୁ କରୋନା ପୁନଃ ସଂକ୍ରମଣ

ହାଇଦ୍ରାବାଦ, ୨୭।୮(ଆଇଏଏନ୍‌ଏସ୍‌): ତେଲଙ୍ଗାନାରେ କରୋନାରୁ ସୁସ୍ଥ ହୋଇଥିବା ୨ ଜଣ ପୁଣି ଥରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏତାଲା ରାଜେନ୍ଦର...

‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ ଘୋଷଣା କଲେ ଛତିଶଗଡ଼ ସରକାର

ରାୟପୁର,୨୧।୫:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ୫,୭୦୦କୋଟି ଟଙ୍କାର ‘ରାଜୀବ ଗାନ୍ଧୀ...

Advertisement
Archives

Model This Week