ଅକ୍ଟୋବର ପରେ ନାଟମଣ୍ଡପ ମରାମତି

ପୁରୀ, ୨୨ା୮(ଅଜିତ ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସବେର୍ର୍ର୍କ୍ଷଣ (ଏଏସ୍‌ଆଇ) ଅଧିକାରୀ ଏବଂ ସଂରକ୍ଷକ (କନ୍‌ଜରଭେଶନ୍‌) ନିର୍ଦ୍ଦେଶକ ସୋମବାର ଶ୍ରୀମନ୍ଦିରର ସ୍ଥିତି ଯାଞ୍ଚ କରିଛନ୍ତି। ଏହି ମିଳିତ ଦଳ ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ, ପାର୍ଶ୍ୱଦେବଦେବୀ, ଉତ୍ତରଦ୍ୱାର ପାର୍ଶ୍ୱ ଏବଂ ଶ୍ରୀମନ୍ଦିର ପରିସରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ରହିଛି। ତେଣୁ ଆସନ୍ତା ଅକ୍ଟୋବର ପରେ ନାଟମଣ୍ଡପ ମରାମତି କରାଯିବାକୁ ସ୍ଥିର ହୋଇଛି। ସେହିପରି ଶ୍ରୀମନ୍ଦିର ଭିତର ଗୁମୁଟର କ୍ଷତି ଅଂଶ ମରାମତି ହେବ ଓ ଫୁଲଘର ପୁନଃନିର୍ମାଣ କରାଯିବ। ଏଥିସହ ଦିବ୍ୟାଙ୍ଗଙ୍କ ପାଇଁ ର଼୍ୟାମ୍ପ୍‌ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ବି.ଡି. ଗଡନାୟକ କହିଛନ୍ତି, ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପ୍ରଶାସନ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସମେତ ବରିଷ୍ଠ ଅଧିକାରୀ, ଟେକ୍‌ନିକାଲ ଟିମ୍‌, ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପରିସରରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ଯେଉଁସବୁ କାର୍ଯ୍ୟ ବାକି ରହିଛି ସେଗୁଡ଼ିକୁ ତ୍ୱରାନ୍ବିତ କରାଯାଇ କିପରି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପର ସ୍ଥିତି ସମୀକ୍ଷା କରାଯାଇଥିଲା। ତେବେ ଯାହା ସ୍ଥିତି ଅଛି, ସେଥିରେ ଭୟଭୀତ ହେବାର କିଛି ନାହିଁ। ନାଟମଣ୍ଡପର ସ୍ଥିତିକୁ ୫ବର୍ଷ ହେବ ମନିଟରିଂ କରାଯାଉଛି। ପୂର୍ବରୁ ଯେପରି ସ୍ଥିତି ଥିଲା ସେହିଭଳି ରହିଛି। ତେବେ ନାଟମଣ୍ଡପ ମରାମତି କରାଯିବ। ନାଟମଣ୍ଡପ ବିମ୍‌ର ଡାଏଗ୍ରାମ୍‌ ପ୍ରସ୍ତୁତ କରାଯାଇ ତ୍ୱରିତ ମରାମତି କରାଯିବ। କ୍ରାକ୍‌ବିମ୍‌ର କାର୍ଯ୍ୟ ତ୍ୱରାନିତ୍ୱ ହେବ। ଭିତରଜଗମୋହନ କାର୍ଯ୍ୟ ଯେଉଁଭଳି କରାଯାଇଥିଲା ଠିକ୍‌ ସେହିଭଳି ନାଟମଣ୍ଡପ କାର୍ଯ୍ୟ କରାଯିବ। ମନ୍ଦିର ପ୍ରତି ସେପରି ବିପଦ ନାହିଁ। ଯେହେତୁ ବହୁ ପୁରାତନ ମନ୍ଦିର, ତେଣୁ ସମୟେ ସମୟେ ମରାମତିର ଆବଶ୍ୟକତା ପଡ଼ିଥାଏ। ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଉତ୍ତରଦ୍ୱାର ପଟେ ର଼୍ୟାମ୍ପ ରହିଥିଲେ ମଧ୍ୟ ସମସ୍ୟା ଥିବାରୁ କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ଉତ୍ତରଦ୍ୱାର ଦେଇ ମନ୍ଦିର ଭିତରକୁ ସିଧାସଳଖ ପଥରରେ ର଼୍ୟାମ୍ପ ନିର୍ମାଣ କରାଯିବ। ଯେପରି ଭକ୍ତ ଓ ସେବାୟତଙ୍କ ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ବର୍ତ୍ତମାନ ବର୍ଷାଋତୁ ଓ ଶ୍ରୀମନ୍ଦିରରେ ଭିଡ଼ ରହୁଥିବାରୁ କାର୍ତ୍ତିକ ମାସ ଅର୍ଥାତ ଅକ୍ଟୋବର ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଫୁଲଘର ମରାମତି କରାଯିବ। ପାଶର୍‌ବ ଦେବଦେବୀ ମନ୍ଦିରଗୁଡ଼ିକ ବହୁ ପୁରାତନ ହୋଇଥିବାରୁ କେତେକ ମନ୍ଦିରରେ ପାଣି ଗଳୁଛି। ତେଣୁ ସେଗୁଡ଼ିକର ମରାମତି କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ଭିତରବେଢ଼ାରେ ଥିବା ସତ୍ୟନାରାୟଣ ମନ୍ଦିର ଚଟାଣ ନିର୍ମାଣ କରାଯିବ। ଏହି ମନ୍ଦିରଠାରୁ ଇନ୍ଦ୍ରାଣୀ ମନ୍ଦିର, ବଟବୃକ୍ଷ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରାଯାଉଛି। ବାକି ଥିବା କାର୍ଯ୍ୟ ଖୁବ୍‌ଶୀଘ୍ର ସରିବ। ଅରୁଣ ସ୍ତମ୍ଭ ଚାରିପାଖରେ ପଡ଼ିିଥିବା ପଥରଗୁଡ଼ିିକ ପରିବର୍ତ୍ତନ କରାଯାଇ ମରାମତି କରାଯିବ। ଭିତରଜଗମୋହନ କାର୍ଯ୍ୟ ସରିଥିବା ବେଳେ ବାହାର ଜଗମୋହନର ସ୍ଥିତି କାର୍ତ୍ତିକ ମାସ ପରେ ଅନୁଧ୍ୟାନ କରାଯିବ ବୋଲି ଗଡ଼ନାୟକ କହିଛନ୍ତି। ସେହିପରି ରତ୍ନଭଣ୍ଡାର ସମ୍ପର୍କରେ ୨୦୧୮ ଅନୁଧ୍ୟାନ ଅନୁଯାୟୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। କୋର୍ଟ ଯାହା ଆଦେଶ ଦେବେ ତାହାକୁ ଅନୁପାଳନ କରାଯିବ ବୋଲି ଗଡ଼ନାୟକ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ଥିବା ନେଇ ଆମିକସ୍‌ କ୍ୟୁରି ଏନ୍‌.କେ.ମହାନ୍ତି କିଛିଦିନ ତଳେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ପରେ ବିଭିନ୍ନ ମହଲରେ ଏଏସ୍‌ଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଏବେ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିରର ନାଟମଣ୍ଡପ ସହ ବିଭିନ୍ନ ସ୍ଥାନ ଯାଞ୍ଚ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?