ଅକ୍ଟୋବର ପରେ ନାଟମଣ୍ଡପ ମରାମତି

ପୁରୀ, ୨୨ା୮(ଅଜିତ ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସବେର୍ର୍ର୍କ୍ଷଣ (ଏଏସ୍‌ଆଇ) ଅଧିକାରୀ ଏବଂ ସଂରକ୍ଷକ (କନ୍‌ଜରଭେଶନ୍‌) ନିର୍ଦ୍ଦେଶକ ସୋମବାର ଶ୍ରୀମନ୍ଦିରର ସ୍ଥିତି ଯାଞ୍ଚ କରିଛନ୍ତି। ଏହି ମିଳିତ ଦଳ ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ, ପାର୍ଶ୍ୱଦେବଦେବୀ, ଉତ୍ତରଦ୍ୱାର ପାର୍ଶ୍ୱ ଏବଂ ଶ୍ରୀମନ୍ଦିର ପରିସରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ରହିଛି। ତେଣୁ ଆସନ୍ତା ଅକ୍ଟୋବର ପରେ ନାଟମଣ୍ଡପ ମରାମତି କରାଯିବାକୁ ସ୍ଥିର ହୋଇଛି। ସେହିପରି ଶ୍ରୀମନ୍ଦିର ଭିତର ଗୁମୁଟର କ୍ଷତି ଅଂଶ ମରାମତି ହେବ ଓ ଫୁଲଘର ପୁନଃନିର୍ମାଣ କରାଯିବ। ଏଥିସହ ଦିବ୍ୟାଙ୍ଗଙ୍କ ପାଇଁ ର଼୍ୟାମ୍ପ୍‌ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ବି.ଡି. ଗଡନାୟକ କହିଛନ୍ତି, ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପ୍ରଶାସନ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସମେତ ବରିଷ୍ଠ ଅଧିକାରୀ, ଟେକ୍‌ନିକାଲ ଟିମ୍‌, ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପରିସରରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ଯେଉଁସବୁ କାର୍ଯ୍ୟ ବାକି ରହିଛି ସେଗୁଡ଼ିକୁ ତ୍ୱରାନ୍ବିତ କରାଯାଇ କିପରି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପର ସ୍ଥିତି ସମୀକ୍ଷା କରାଯାଇଥିଲା। ତେବେ ଯାହା ସ୍ଥିତି ଅଛି, ସେଥିରେ ଭୟଭୀତ ହେବାର କିଛି ନାହିଁ। ନାଟମଣ୍ଡପର ସ୍ଥିତିକୁ ୫ବର୍ଷ ହେବ ମନିଟରିଂ କରାଯାଉଛି। ପୂର୍ବରୁ ଯେପରି ସ୍ଥିତି ଥିଲା ସେହିଭଳି ରହିଛି। ତେବେ ନାଟମଣ୍ଡପ ମରାମତି କରାଯିବ। ନାଟମଣ୍ଡପ ବିମ୍‌ର ଡାଏଗ୍ରାମ୍‌ ପ୍ରସ୍ତୁତ କରାଯାଇ ତ୍ୱରିତ ମରାମତି କରାଯିବ। କ୍ରାକ୍‌ବିମ୍‌ର କାର୍ଯ୍ୟ ତ୍ୱରାନିତ୍ୱ ହେବ। ଭିତରଜଗମୋହନ କାର୍ଯ୍ୟ ଯେଉଁଭଳି କରାଯାଇଥିଲା ଠିକ୍‌ ସେହିଭଳି ନାଟମଣ୍ଡପ କାର୍ଯ୍ୟ କରାଯିବ। ମନ୍ଦିର ପ୍ରତି ସେପରି ବିପଦ ନାହିଁ। ଯେହେତୁ ବହୁ ପୁରାତନ ମନ୍ଦିର, ତେଣୁ ସମୟେ ସମୟେ ମରାମତିର ଆବଶ୍ୟକତା ପଡ଼ିଥାଏ। ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଉତ୍ତରଦ୍ୱାର ପଟେ ର଼୍ୟାମ୍ପ ରହିଥିଲେ ମଧ୍ୟ ସମସ୍ୟା ଥିବାରୁ କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ଉତ୍ତରଦ୍ୱାର ଦେଇ ମନ୍ଦିର ଭିତରକୁ ସିଧାସଳଖ ପଥରରେ ର଼୍ୟାମ୍ପ ନିର୍ମାଣ କରାଯିବ। ଯେପରି ଭକ୍ତ ଓ ସେବାୟତଙ୍କ ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ବର୍ତ୍ତମାନ ବର୍ଷାଋତୁ ଓ ଶ୍ରୀମନ୍ଦିରରେ ଭିଡ଼ ରହୁଥିବାରୁ କାର୍ତ୍ତିକ ମାସ ଅର୍ଥାତ ଅକ୍ଟୋବର ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଫୁଲଘର ମରାମତି କରାଯିବ। ପାଶର୍‌ବ ଦେବଦେବୀ ମନ୍ଦିରଗୁଡ଼ିକ ବହୁ ପୁରାତନ ହୋଇଥିବାରୁ କେତେକ ମନ୍ଦିରରେ ପାଣି ଗଳୁଛି। ତେଣୁ ସେଗୁଡ଼ିକର ମରାମତି କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ଭିତରବେଢ଼ାରେ ଥିବା ସତ୍ୟନାରାୟଣ ମନ୍ଦିର ଚଟାଣ ନିର୍ମାଣ କରାଯିବ। ଏହି ମନ୍ଦିରଠାରୁ ଇନ୍ଦ୍ରାଣୀ ମନ୍ଦିର, ବଟବୃକ୍ଷ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରାଯାଉଛି। ବାକି ଥିବା କାର୍ଯ୍ୟ ଖୁବ୍‌ଶୀଘ୍ର ସରିବ। ଅରୁଣ ସ୍ତମ୍ଭ ଚାରିପାଖରେ ପଡ଼ିିଥିବା ପଥରଗୁଡ଼ିିକ ପରିବର୍ତ୍ତନ କରାଯାଇ ମରାମତି କରାଯିବ। ଭିତରଜଗମୋହନ କାର୍ଯ୍ୟ ସରିଥିବା ବେଳେ ବାହାର ଜଗମୋହନର ସ୍ଥିତି କାର୍ତ୍ତିକ ମାସ ପରେ ଅନୁଧ୍ୟାନ କରାଯିବ ବୋଲି ଗଡ଼ନାୟକ କହିଛନ୍ତି। ସେହିପରି ରତ୍ନଭଣ୍ଡାର ସମ୍ପର୍କରେ ୨୦୧୮ ଅନୁଧ୍ୟାନ ଅନୁଯାୟୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। କୋର୍ଟ ଯାହା ଆଦେଶ ଦେବେ ତାହାକୁ ଅନୁପାଳନ କରାଯିବ ବୋଲି ଗଡ଼ନାୟକ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ଥିବା ନେଇ ଆମିକସ୍‌ କ୍ୟୁରି ଏନ୍‌.କେ.ମହାନ୍ତି କିଛିଦିନ ତଳେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ପରେ ବିଭିନ୍ନ ମହଲରେ ଏଏସ୍‌ଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଏବେ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିରର ନାଟମଣ୍ଡପ ସହ ବିଭିନ୍ନ ସ୍ଥାନ ଯାଞ୍ଚ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri