Posted inଜାତୀୟ

ମଲ୍ଲିକାର୍ଜୁନଙ୍କ ପରେ କିଏ ରାଜ୍ୟ ସଭା ବିରୋଧୀ ଦଳ ନେତା? ଦୌଡ଼ରେ ଚିଦାମ୍ବରମ-ଦିଗବିଜୟ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଶନିବାର ରାଜ୍ୟ ସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଏବେ ରାଜ୍ୟସଭାରେ କିଏ କଂଗ୍ରେସର ନେତୃତ୍ୱ ନେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦୌଡ଼ରେ ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ଦିଗବିଜୟ ସିଂ ଆଗରେ ରହିଛନ୍ତି।

ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ ଫର୍ମୁଲା ଅନ୍ତର୍ଗତ ମଲ୍ଲିକାର୍ଜୁନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଜଣେ ବ୍ୟକ୍ତିଙ୍କ ଅଧୀନରେ ଗୋଟିଏ ପୋଷ୍ଟ ଫର୍ମୁଲା ଅନୁସାରେ ଅଶୋକ ଗେହଲୋଟଙ୍କୁ ଦଳର ଅଧ୍ୟକ୍ଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ମାତ୍ର ଏହା ସମ୍ଭବ ହୋଇ ପାରି ନଥିଲା। କର୍ନାଟକର ଭେଟେରାନ ନେତା ମଲ୍ଲିକାର୍ଜୁନ ଖାର୍ଗେ ଦଳର ନୂତନ ଅଧ୍ୟକ୍ଷ ହେବାର ଆଶା ଅଧିକ ରହିଛି।

ତେବେ ସେ ଏମ୍‌ପି ଶଶି ଥରୁରଙ୍କ ସହ ମୁହାଁମୁହିଁ ହେବେ। ଜି -୨୩ର ନେତାମାନେ ମଧ୍ୟ ଖାର୍ଗେଙ୍କୁ ସମର୍ଥନ କରିଛନ୍ତି।
କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବର୍ତ୍ତମାନ ଏକ ଆନୁଷ୍ଠାନିକ ରୂପ ନେଇଛି। ତେବେ ଅକ୍ଟୋବର ୧୯ରେ ନୂତନ ଅଧ୍ୟକ୍ଷଙ୍କ ନାମ ବିଧିବଧ ଭାବେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ

ନୂଆଦିଲ୍ଲୀ,୨୯ ।୧୧: ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ସୋମବାର ରାଜ୍ୟ ସଭାର...

ପ୍ରେମିକ ସହ ମିଶି ଝିଅ ସହ ଏମିତି କଲେ ମା’

ବରେଲି,୨୧।୮: ଉତ୍ତର ପ୍ରଦେଶର ବରେଲି ଏକ ଅମାନବୀୟ ଘଟଣା ଘଟିଛି। ମା ପ୍ରେମିକଙ୍କ ସହ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ଏହି ମାମଲା କରେଲିର...

୨୧ ବର୍ଷରେ ରାଜ୍ୟରେ ୧୦ ମୁଖ୍ୟମନ୍ତ୍ରୀଙ୍କ ଶାସନ …

ଡେରାଡୁନ୍‌,୩।୭: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା କୌଣସି ରାଜନେତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ୧୧୪ ଦିନ ଶାସନ ଡୋର ଧରିବା ପରେ ତିରଥ ସିଂ ରାଓ୍ବତ...

ନାଗା ପିପୁଲ୍‌ସ ଫ୍ରଣ୍ଟକୁ ଝଟକା, ଦଳ ଛାଡିଲେ ୨୧ ବିଧାୟକ, ଏନ୍‌ଡିପିପିରେ ହେଲେ ସାମିଲ

କୋହିମା,୩୦ ।୪: ନାଗାଲାଣ୍ଡରେ ଏକ ରୋଚକ ରାଜନୈତିକ ଘଟଣାକ୍ରମରେ ନାଗା ପିପୁଲ୍ସ ଫ୍ରଣ୍ଟ(ଏନପିଏଫ)ର ୨୧ ବିଧାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ...

ଦେଶର ସବୁଠାରୁ ପ୍ରଦୂଷିତ ସହର ମୁମ୍ବାଇ: ବିଶ୍ୱର ଶୀର୍ଷ ୧୦ ସହର ତାଲିକାରୁ ଦିଲ୍ଲୀ ହଟିିଲା…

ମୁମ୍ବାଇ,୧୪।୨ : ରାଜଧାନୀ ଦିଲ୍ଲୀକୁ ପଛରେ ପକାଇ ମୁମ୍ବାଇ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ବାୟୁ ଗୁଣବତ୍ତା ମନିଟର (ଏକ୍ୟୁଆଇ) ସ୍ବିଜରଲାଣ୍ଡର ଏୟାର...

ଚାଇନା, ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ସହ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଭୟ ଚାଇନା ଏବଂ ପାକିସ୍ତାନ ଚେତାବନୀ ଦେଇଛନ୍ତି।...

ଫିଙ୍ଗର ଅଞ୍ଚଳରୁ ଆଂଶିକ ସେନା ହଟାଇଛି ଚାଇନା

ନୂଆଦିଲ୍ଲୀ,୧୨ା୭: ଲଦାଖର ପଙ୍ଗଓଙ୍ଗ ହ୍ରଦ ନିକଟରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ଚାଇନା ଆଂଶିକ ସୈନ୍ୟ ପ୍ରତ୍ୟାହାର କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି।...

ମେଳାରେ ମୁସଲିମ ଭେଣ୍ଡରଙ୍କୁ ମନା

ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି...

Advertisement
Archives

Model This Week