Posted inଫୁରସତ

ଗାଈ-ବାଛୁରୀଙ୍କ ଗୁପ୍‌ଚୁପ୍‌ ଖିଆ, ଭିଡିଓ ଦେଖିଲେ…

ଗୁପ୍‌ଚୁପ୍‌ ଏମିତି ଏକ ପାଟି ସୁଆଦିଆ ଜିନିଷ ଯାହାକୁ ଅଧିକାଂଶ ଲୋକ ମଜାର ସହିତ ଖାଇବାକୁ ପସନ୍ଦ କରିଥାନ୍ତି। ମହିଳା ହୁଅନ୍ତି କି ପୁରୁଷ, ସମସ୍ତେ ପ୍ରାୟ ଗୁପ୍‌ଚୁପ୍‌ ଖାଇଥାନ୍ତି। କିନ୍ତୁ ମହିଳାମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ମସଲାଯୁକ୍ତ ଗୁପ୍‌ଚୁପ୍‌। ଗୁପ୍‌ଚୁପ୍‌ ଦେଖିଲେ ସେମାନଙ୍କ ପାଟିରୁ ଲାଳ ଗଡ଼ିଆସେ। କିନ୍ତୁ ଏହା କେବଳ ମଣିଷମାନଙ୍କ କ୍ଷେତ୍ରରେ ନୁହେଁ, ଏପରି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନେ ଗୁପ୍‌ଚୁପ୍‌ ଦେଖିବା ପରେ ନିଜକୁ ଅଟକାଇ ପାରନ୍ତି ନାହିଁ। ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ ଗାଈ ଏବଂ ବାଛୁରୀ ଏକାଠି ଗୁପ୍‌ଚୁପ୍‌ ଖାଉଥିବା ଦେଖିବାକୁ ମିଳିଛି। ଗାଈ-ବାଛୁରୀଙ୍କ ଗୁପ୍‌ଚୁପ୍‌ ଖିଆ ଦେଖି ଡେପୁଟି କଲେକ୍ଟର ସଞ୍ଜୟ କୁମାର ଭିଡିଓଟିକୁ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି।

 

ଗାଈ-ବାଛୁରୀ ଏକ ଗୁପ୍‌ଚୁପ୍‌ ଠେଲା ପାଖରେ ଠିଆ ହୋଇ ଗୋଟିଏ ପରେ ଗୋଟିଏ ଗୁପ୍‌ଚୁପ୍‌ ବେଶ୍‌ ଆନନ୍ଦର ସହ ଖାଉଛନ୍ତି। ଏହା ଦେଖି ଲୋକମାନେ ମଧ୍ୟ ଖୁସି ହୋଇଛନ୍ତି।

ଏହି ଭିଡିଓକୁ ୧.୮୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୮ ହଜାରରୁ ଅଧିକ ଲୋକ ଲାଇକ୍‌ ବି କରିଛନ୍ତି। ଜଣେ ୟୁଜର କହିଛନ୍ତି, କାହା ବାଡ଼ିରେ ପଶି ଖାଇବା ଅପେକ୍ଷା ଗୁପ୍‌ଚୁପ୍‌ ଖାଇବା ଭଲ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଘାସ, କୁଟା ଖାଇ ଖାଇ ବିରକ୍ତ ହୋଇଗଲେଣି। ତେଣୁ ଗୁପ୍‌ଚୁପ୍‌ର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ ଡେ’ରେ ପତ୍ନୀଙ୍କୁ ଜୀବନର ମୂଲ୍ୟବାନ ଉପହାର ଦେଲେ ସ୍ୱାମୀ

ଅହମଦାବାଦ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଛି । ଏହିଦିନ ପ୍ରେମିକାଙ୍କୁ ମୂଲ୍ୟବାନ ଉପହାର...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକିମ୍‌: କେବେ ଓ କେମିତି ବୁଲି ଯିବେ

ସିକିମ୍‌ ଭାରତର ଏକ ଆକର୍ଷଣୀୟ ତଥା ଛୋଟ ରାଜ୍ୟ, ଯାହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ...

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା...

ଯେଉଁଠି ମାଟିତଳେ ରୁହନ୍ତି ଲୋକେ

‘ପାତାଳ ଲୋକ’ କଥା ସମସ୍ତେ କାହାଣୀରେ ଶୁଣିଥିବେ। ହେଲେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟିତଳେ ଘର କରି ରହୁଛନ୍ତି। ଏହାକୁ...

କୁକୁରଙ୍କ ପାଇଁ ରେଷ୍ଟୁରାଣ୍ଟ

ଯେଉଁମାନେ ଘରେ ପେଟ୍‌ ରଖିଥାନ୍ତି, ସେମାନଙ୍କ ପାଇଁ ତାଙ୍କ ପେଟ୍‌ ପରିବାରର ସଦସ୍ୟ ଭଳି ହୋଇଥାନ୍ତି। ସେମାନେ ତାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଦେବାକୁ...

ଏମିତି ସ୍କୁଲ, ଯେଉଁଠି ଇଲେକ୍ଟ୍ରି ଶକ୍‌ ନେବେ ପିଲା

ପିଲାଙ୍କୁ ସ୍କୁଲରେ ଇଲେକ୍ଟ୍ରି ଶକ୍‌ ଦିଆଯିବ। ଏକଥା ଶୁଣିଲେ ମନରେ ଭୟ ଆସେ। ମାତ୍ର ଆମେରିକାର ମାସାଚୁସେଟ୍‌ର ଏକ ସ୍କୁଲରେ ପୁଣି ଛାତ୍ରୀଛାତ୍ରଙ୍କୁ ଇଲେକ୍ଟ୍ରି ଶକ୍‌...

ପ୍ରେମୀଯୁଗଳଙ୍କ ବିଚ୍ଛେଦ ପାଇଁ ଏହି ମନ୍ଦିରରେ ହୁଏ ପୂଜା…

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା...

ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…

ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ...

Advertisement
Archives

Model This Week