Posted inଜାତୀୟ

Video: ଟାର୍ଗେଟ ପୂରଣରେ ବିଫଳ ହେବାରୁ କର୍ମଚାରୀଙ୍କୁ କୁକୁର ସଜାଇଲେ, ତଦନ୍ତ ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

କୋଚି, ୬।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଖରାପ ପ୍ରଦର୍ଶନ କରିଥିବା ଜଣେ କର୍ମଚାରୀଙ୍କୁ ଅମାନବୀୟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଛି।

ଟାର୍ଗେଟ ପୂରଣ କରିପାରି ନ ଥିବାରୁ ତାଙ୍କୁ କୁକୁର ସଜାଇ ଆଣ୍ଠୁରେ ଚାଲିବାକୁ ବାଧ୍ୟ କରାଯାଉଛି। ଭାଇରାଲ ଭିଡିଓରେ ଉକ୍ତ ବ୍ୟକ୍ତିଙ୍କ ବେକରେ ଡଗ୍‌ କଲାର ଚେନ୍‌ ବନ୍ଧା ହୋଇଥିବା ବେଳେ ସେ ତାଙ୍କ ଆଣ୍ଠୁ ବଳରେ କୁକୁର ପରି ଚାଲୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ କେରଳ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ପୋଲିସ ଭାଇରାଲ ଭିଡିଓରେ ଥିବା କର୍ମଚାରୀଙ୍କ ବୟାନକୁ ମଧ୍ୟ ରେକର୍ଡ କରିଛି। ପୋଲିସ ସୂଚନା ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓକୁ କମ୍ପାନୀର ଜଣେ ପୂର୍ବତନ ମ୍ୟାନେଜର ନିଜ ଫୋନ୍‌ରେ ଶୁଟ୍‌ କରିଛନ୍ତି। କମ୍ପାନୀ ମାଲିକଙ୍କ ସହ ତାଙ୍କର ପୁରୁଣା ତିକ୍ତତା ରହିଛି। ସେ କମ୍ପାନୀର କିଛି ନୂଆ ଟ୍ରେନିଂ କର୍ମଚାରୀଙ୍କ ସହ ଏହି ଭିଡିଓକୁ ଶୁଟ୍‌ କରିଥିବା ପୋଲିସ କହଛି।

ଅନ୍ୟପକ୍ଷରେ, କମ୍ପାନୀର କେତେଜଣ କର୍ମଚାରୀ ରବିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି, ଯେଉଁ କର୍ମଚାରୀମାନେ ଟାର୍ଗେଟ ପୂରଣରେ ବିଫଳ ହୁଅନ୍ତି, ସେମାନଙ୍କୁ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ପ୍ରକାରର ବିଭିନ୍ନ ଅମାନବୀୟ ଦଣ୍ଡ ଦିଆଯାଏ। ତେବେ ରବିବାର ଘଟଣାକୁ ନେଇ ଏକ ନୂଆ ମୋଡ଼ ମଧ୍ୟ ସାମ୍‌ନାକୁ ଆସିଛି।

ଭାଇରାଲ ଭିଡିଓରେ ନିର୍ଯାତିତ ହେଉଥିବା ବ୍ୟକ୍ତି ଜଣକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ କମ୍ପାନୀ ପକ୍ଷରୁ କୌଣସି ନିର୍ଯାତନା ଦିଆଯାଇ ନାହିଁ। ସେ ଏବେ ମଧ୍ୟ ଉକ୍ତ କମ୍ପାନୀରେ କାମ କରୁଛନ୍ତି। ଭାଇରାଲ ଭିଡିଓଟି ୪ ମାସ ତଳର। ଏହି ଭିଡିଓକୁ କମ୍ପାନୀର ତତ୍କାଳୀନ ମ୍ୟାନେଜର ଜବରଦସ୍ତ ପ୍ରସ୍ତୁତ କରିଥିଲେ। ପରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ବାହାର କରି ଦିଆଯାଇଥିଲା, ଫଳରେ ଏବେ ସେ କମ୍ପାନୀ ମାଲିକଙ୍କୁ ବଦ୍‌ନାମ କରିବା ପାଇଁ ଉକ୍ତ ଭିଡିଓକୁ ଶେୟାର କରିଛନ୍ତି। ସେ ପୋଲିସ ଏବଂ ଶ୍ରମ ବିଭାଗର ଅଧିକାରୀଙ୍କୁ ଦେଇଥିବା ବୟାନରେ ମଧ୍ୟ ସମାନ କଥା କହିଛନ୍ତି।

ଘଟଣାକୁ ନେଇ କେରଳର ଶ୍ରମମନ୍ତ୍ରୀ ଭି. ଶିଭନକୁଟ୍ଟି କହିଛନ୍ତି, ଭାଇରାଲ ଭିଡିଓଟି ଆଶ୍ଚର୍ଯ୍ୟକର ଏବଂ ହୃଦୟ ବିଦାରକ ମଧ୍ୟ। ଏପରି ଅମାନବୀୟ କାର୍ଯ୍ୟକୁ କେରଳ ପ୍ରଶ୍ରୟ ଦେବ ନାହିଁ। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେରଳ ହାଇକୋର୍ଟର ଆଇନଜୀବୀ କୁଲଥୁର ଜୟସିଂଙ୍କ ଅଭିଯୋଗ ଆଧାରରେ ରାଜ୍ୟ ମାନବାଧିକାର ଆୟୋଗ ଘଟଣାକୁ କେନ୍ଦ୍ର କରି ଏକ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?