ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ପରେ ଏବେ ବ୍ରହ୍ମପୁରରେ ଆସି ଖୋଳତାଡ଼ କରୁଛି। ଗୁରୁବାର ମାମଲାର ଅଭିଯୁକ୍ତ ପୂର୍ବତନ ପୋଲିସ ଏସ୍‌ଆଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଶୁକ୍ରବାର ଗୋପାଳଙ୍କ ଜଣେ ପୋଲିସ ବନ୍ଧୁ ଓ ଜଣେ ବସ୍‌ କଣ୍ଡକ୍ଟରଙ୍କୁ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଏହି ୨ ଦିନର ଜେରାରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

ମାମଲାରେ ଯେଉଁଠି ଯାହାକୁ ସନ୍ଦେହ କରାଯାଉଛି, ସେଠି ସେମାନଙ୍କୁ ଥାନାକୁ ଡାକି ପଚରାଉଚରା ଚାଲିଛି। ଆହୁରି ତଦନ୍ତ ବାକି ରହିଥିବା ବେଳେ ଆଉ କେତେଜଣଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ଅତିରିକ୍ତ ଏସ୍‌ପି ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଗତ ବୁଧବାରଠାରୁ ବ୍ରହ୍ମପୁର ଆସି ତଦନ୍ତ କରୁଛନ୍ତି। ଘଟଣାର ୬ମାସ ପୂର୍ବରୁ ଅଭିଯୁକ୍ତ ଗୋପାଳଙ୍କୁ କେଉଁମାନେ ଫୋନ କରିଥିଲେ ଓ ସେ କ’ଣ ସବୁ କଥାବାର୍ତ୍ତା କରିଥିଲେ ତାହାର ତଥ୍ୟ ସଂଗ୍ରହ କରାଯାଇ ତଦନ୍ତ ଚାଲିଛି। ଏହି ଅବଧି ଭିତରେ ଗୋପାଳଙ୍କ ସହିତ କଥା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେଜଣଙ୍କ ଫୋନ୍‌ ନମ୍ବର ସନ୍ଦେହଘେରକୁ ଆସିଛି।

ଗୋପାଳଙ୍କ ଭାଇ ସତ୍ୟନାରାୟଣ ଝାରସୁଗୁଡାରେ ହୋଟେଲ କରିଥିଲେ। କିନ୍ତୁ ନବ ଦାସ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରି ବ୍ରହ୍ମପୁର ଆସିଯାଇଥିଲେ। ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ପୂର୍ବରୁ ନିଶ୍ଚୟ କୌଣସି ସୂତ୍ରରୁ ସୁରାକ୍‌ ପାଇଥିଲେ ବୋଲି ସନ୍ଦେହ କରାଯାଉଛି।

ସେ ନେଇ ତାଙ୍କୁ ବାରମ୍ବାର ଜେରା କରାଯାଉଛି। ଗୁରୁବାର କ୍ରାଇମବ୍ରାଞ୍ଚ ଟିମ୍‌ ସତ୍ୟନାରାୟଣଙ୍କ ସମେତ ଗୋପାଳଙ୍କ ପୁଅ ମନୋଜ ଦାସ ଓ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରିଥିଲା। ସେହିପରି ଟିମ୍‌ ଶୁକ୍ରବାର ବୈଦ୍ୟନାଥପୁର ଥାନାରେ ପହଞ୍ଚି ଗୋପାଳଙ୍କ ଜଣେ ଏଏସ୍‌ଆଇ ବନ୍ଧୁ ଓ ଜଣେ ଓଏସ୍‌ଆର୍‌ଟିସି ବସ୍‌ କଣ୍ଡକ୍ଟରଙ୍କୁ ପଚରାଉଚରା କରିଛି।

ସେମାନଙ୍କର ବୟାନ ରେକର୍ଡ଼ କରାଯାଇଛି। ହତ୍ୟାକାଣ୍ଡ ପଛରେ ଛପି ରହିଥିବା ଷଡ଼ଯନ୍ତ୍ର ସମ୍ପର୍କିତ ଅନେକ ପ୍ରଶ୍ନକୁ ସେତେବେଳ ଅଣଦେଖା କରାଯାଇଥିବା ଜଣାପଡ଼ୁଛି। ତେଣୁ ତଦନ୍ତକାରୀ ଟିମ ଏବେ ସେ ସବୁ ଦିଗକୁ ନେଇ ପୁଣିଥରେ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri