ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…

ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର କ୍ୱେଟା ସହରକୁ ଯାଇଥିଲେ। ସହରର ସୌନ୍ଦର୍ଯ୍ୟ ଷ୍ଟିମସନଙ୍କୁ ଆକର୍ଷିତ କରିଥିଲା, ଏବଂ ଯେତେବେଳେ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ସେ ଆଣବିକ ଆକ୍ରମଣ ପାଇଁ ମନୋନୀତ ହୋଇଥିବା ତିନୋଟି ସହର ତାଲିକାରୁ କ୍ୱେଟାକୁ ହଟାଇବା ପାଇଁ କଠିନ ପରିଶ୍ରମ କରିଥିଲେ।

ଆମେରିକା ପ୍ରାୟ ୧୭ ଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲା। ଆଣବିକ ଆକ୍ରମଣର ଶିକାର ଜାପାନର ଏସବୁ ସହରଗୁଡିକୁ ତାଲିକାଭୁକ୍ତ କରାଯାଇଥିଲା। ଆମେରିକାର ଟାର୍ଗେଟ ତାଲିକାରେ ଜାପାନର ହିରୋସିମା ସହର ଶୀର୍ଷରେ ଥିଲା, କାରଣ ଆମେରିକାର ଆକ୍ରମଣ ଦ୍ୱାରା ଏହି ସହର କମ କ୍ଷତିଗ୍ରସ୍ତ ହୋଇଥିଲା। ଆମେରିକାର ଲକ୍ଷ୍ୟ ତାଲିକାରେ କ୍ୱେଟା ଦୁଇ ନମ୍ବରରେ ଏବଂ ୟୋକୋହାମା ସହର ତୃତୀୟ ସ୍ଥାନରେ ରହିଥିଲା। ଆମେରିକାର ସାମରିକ ଜେନେରାଲ, ସେନା ଅଧିକାରୀ ଏବଂ ବୈଜ୍ଞାନିକଙ୍କ ଏକ କମିଟି ଏହି ତାଲିକା ପ୍ରସ୍ତୁତ କରିଥିଲେ।

ନାଗାସାକି ସହରର ନାମ କେବେ ବି ତାଲିକାରେ ନ ଥିଲା। ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ସାଇତି ଯୋଗୁ ନାଗାସାକିରେ ରଚା ଯାଇଥିଲା ତାଣ୍ଡବ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଜାରି ରହି ଥିଲା ଏବଂ ଉଭୟ ଜାପାନ ଏବଂ ଆମେରିକା ପରସ୍ପର ଉପରେ ବାରମ୍ବାର ବିମାନ ଆକ୍ରମଣ ଆରମ୍ଭ କରିଥିଲେ। ଗୋଟିଏ ପଟେ ଜାପାନ ନତମସ୍ତକ ହେବାକୁ ପ୍ରସ୍ତୁତ ନଥିଲାବେଳେ ଆମେରିକା ମଧ୍ୟ ପ୍ରଥମ ଆଣବିକ ଅସ୍ତ୍ର ବ୍ୟବହାର କରି ବିଶ୍ୱରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିଲା। ୨୭ ଏପ୍ରିଲ ୧୯୪୫ ରେ, ମ୍ୟାନହଟନ ପ୍ରୋଜେକ୍ଟ ଅଧୀନରେ ଆମେରିକାର ଟାର୍ଗେଟ କମିଟିର ଏକ ବୈଠକ ହୋଇଥିଲା।

ଏଥିରେ, କିଛି ମାନକ ସ୍ଥିର କରାଯାଇଥିଲା ଯାହା ଆଧାରରେ ଲକ୍ଷ୍ୟ ଚୟନ ସ୍ଥିର କରାଯାଇଥିଲା। କେଉଁ ଜାପାନୀ ସହର ଉପରେ ଆକ୍ରମଣ କରାଯିବ ତାହା ଚୟନ ସହରର ଆକାର, ଜନସଂଖ୍ୟା ଏବଂ ବିନାଶ ଉପରେ ଆଧାରିତ ଥିଲା। ଆମେରିକା ସହରର ସାମରିକ ପ୍ରତିଷ୍ଠାନକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ମଧ୍ୟ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଯାହା ଦ୍ୱାରା ଜାପାନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ। ମ୍ୟାନହଟନ ପ୍ରକଳ୍ପର ମୁଖ୍ୟ ଜେନେରାଲ ଲେସଲି ଗ୍ରୋଭସ ଆଣବିକ ଅସ୍ତ୍ରରେ ଆକ୍ରମଣ କରିବାକୁ ଜାପାନର ତିନୋଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲେ। ଯେଉଁଥିରେ ହିରୋସିମା ପ୍ରଥମ ସ୍ଥାନରେ, କ୍ୱେଟା ଦ୍ୱିତୀୟରେ ଏବଂ ୟୋକୋହାମା ତୃତୀୟ ସ୍ଥାନରେ ଥିଲା।

ଆମେରିକା କ୍ୱେଟାକୁ ଟାର୍ଗେଟ କରିଥିଲା କାରଣ ସହରରେ ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଥିଲା। ଅନେକ ବଡ ଶିଳ୍ପ ସଂସ୍ଥା ଏଠାରୁ କାର୍ଯ୍ୟ କରୁଥିଲେ । ଏହା ବ୍ୟତୀତ ୨୦୦୦ ବୌଦ୍ଧ ମନ୍ଦିର ଏବଂ ଅନେକ ଐତିହାସିକ ଐତିହ୍ୟ ଏହି ସହରରେ ଥିଲା। କ୍ୱେଟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପରମାଣୁ ବୋମା ଆକ୍ରମଣର ପ୍ରଥମ ଟାର୍ଗେଟ ଭାବରେ କ୍ୱେଟାକୁ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?