ଗଣତନ୍ତ୍ର ପରେ

ଅର୍ଥନୈତିକ ସଙ୍କଟ ଗୋଟେ ଦେଶକୁ କିଭଳି ସ୍ଥିତିକୁ ନେଇଯାଏ ତାହାର ସଦ୍ୟ ଉଦାହରଣ ପାଲଟିଯାଇଛି ଶ୍ରୀଲଙ୍କା। ୨ କୋଟି ୧୯ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରାଷ୍ଟ୍ରରେ ହାହାକାର ପଡ଼ିଯାଇଛି। ଖାଦ୍ୟଶସ୍ୟ, ଔଷଧ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ, ବିଦ୍ୟୁତ୍‌ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଘୋର ଅଭାବ ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଇନ୍ଧନ ଅଭାବରୁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ସବୁ ବନ୍ଦ ହୋଇଯାଇଛି। ମୁଦ୍ରାସ୍ଫୀତି ୫୪.୬ ପ୍ରତିଶତରେ ପହଞ୍ଚତ୍ଥିବାରୁ ତାହାକୁ ଆକଳନ କରିବା ଲାଗି କାହାରି ଆଖି ପାଉନାହିଁ। ଉଲ୍ଲେଖଯୋଗ୍ୟ, ଆମେରିକୀୟ ଡଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରା ‘ରୁପି’ର ବିନିମୟ ମୂଲ୍ୟ ୩୬୦କୁ ଖସିଯାଇଛି। ରାଜପାକ୍ସେ ପରିବାର ଦ୍ୱାରା ଶାସିତ ହୋଇ ଆସିଥିବା ଶ୍ରୀଲଙ୍କା ଋଣଭାରରେ ବୁଡ଼ିଯିବା ପରେ ଗତ ୪ ମାସ ତଳେ ଦେଶରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶରେ ଅଚାନକ ଜୈବିକ କୃଷି ନୀତି ଲାଗୁ କରି ରାସାୟନିକ ପଦ୍ଧତିର ଚାଷକୁ ବନ୍ଦ କରିଦେବାରୁ ପ୍ରଥମେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା। ଏହା ପରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ମାତ୍ରାରେ ବଢ଼ିଯାଇଥିଲା। ଫଳରେ ଦେଶରେ ଶାସକ ବିରୋଧୀ ‘ଘୋ’ ସୃଷ୍ଟି ହୋଇଥିଲା। ଶ୍ରୀଲଙ୍କା କ୍ୟାବିନେଟରୁ ମନ୍ତ୍ରୀମାନେ ଓହରିଯିବା ପରେ ସବୁଆଡ଼ୁ ଚାପ ପଡ଼ିବାରୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ରାନିଲ୍‌ ଓ୍ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏତିକିରେ ଶ୍ରୀଲଙ୍କା ଶାନ୍ତ ପଡ଼ି ନ ଥିଲା। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ଦେଶବାସୀ ଅଡ଼ି ବସିଥିଲେ। ଏହି ଦାବି ପୂରଣ ଯେତେ ବିଳମ୍ବ ହେଉଥିଲା ଲୋକଙ୍କ କ୍ରୋଧ ସେହି ଅନୁସାରେ ବଢ଼ିବଢ଼ି ଚାଲିଥିଲା। ଶେଷରେ ଶୁଣିବାକୁ ମିଳିଥିଲା ଯେ, ଗୋଟାବାୟା ଲୋକଙ୍କ ରୋଷରୁ ରକ୍ଷା ପାଇବା ପାଇଁ ଦେଶ ଛାଡ଼ି ପଳାଇଯାଇଛନ୍ତି। ଏହା ପରେ ସ୍ଥିତି ଅସମ୍ଭାଳ ହୋଇଥିଲା। ଅନେକ ଲକ୍ଷ ଲୋକ ୯ ଜୁଲାଇରେ ରାଷ୍ଟ୍ରପତିଙ୍କ ଭବନ ଅକ୍ତିଆର କରି ତାହା ଭିତରକୁ ଧସେଇ ପଶିଥିଲେ। ଗଣମାଧ୍ୟମରେ ଏହିସବୁ ଦୃଶ୍ୟକୁ ବିଶ୍ୱବାସୀ ଦେଖି ଚକିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ସୁଇମିଂ ପୁଲ୍‌ରେ ଅନେକେ ଗାଧୋଉଥିବା ଦେଖିବାକୁ ମଳିଛି। ରୋଷଶାଳାଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଶୟନକକ୍ଷରେ ଲୋକେ ପଶିଯାଇଛନ୍ତି। ଯେଉଁଭଳି ଚିତ୍ର ପଦାକୁ ଆସିଛି ସେଥିରୁ ଜଣାପଡ଼ୁଛି ଯେପରି ରାଷ୍ଟ୍ରପତି ଭବନ ଏକ ପରିହାସର ସ୍ଥଳୀ ପାଲଟିଛି। ଥଟ୍ଟାରେ କୁହାଯାଉଛି ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଯାଇଛି। ଲୋକେ ରାଷ୍ଟ୍ରପତି ଭବନରୁ ଅନେକ କୋଟି ଟଙ୍କା ନେଇଯାଇଥିବା କୁହାଯାଉଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ ନିଜସ୍ବ ବାସଭବନରେ ନିଆଁ ଲଗାଇଦିଆଯିବା ଦର୍ଶାଉଛି ଶ୍ରୀଲଙ୍କା କେଉଁଭଳି ଅରାଜକତା ଆଡ଼କୁ ଗତି କରିଛି। ସ୍ଥିତି ଭୟଙ୍କର ହେବା ଦେଖି ପ୍ରଧାନମନ୍ତ୍ରୀ ରାନିଲ୍‌ ଓ୍ବିକ୍ରମସିଂଘେ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହିସବୁ ଘଟଣା ଘଟିଚାଲିଥିବା ବେଳେ ଗୋଟାବାୟାଙ୍କ ପତ୍ତା ମିଳୁନାହିଁ।
୧୯୪୮ରେ ସ୍ବାଧୀନତା ପାଇଥିବା କ୍ଷୁଦ୍ର ଦ୍ୱୀପଦେଶ ଶ୍ରୀଲଙ୍କାର ଅର୍ଥନୀତି ସୁଦୃଢ଼ ଥିଲା। ଯେବେଠାରୁ ରାଜପାକ୍ସେ ପରିବାର ସମଗ୍ର ଶାସନତନ୍ତ୍ରକୁ ନିଜର କରିନେଲେ ସେବେଠାରୁ ଦୁର୍ଦ୍ଦିନ ଆସିଥିଲା। ପରିବାର ଓ ସମ୍ପର୍କୀୟଙ୍କୁ ମିଶାଇ ବହୁ ସଦସ୍ୟ କ୍ୟାବିନେଟ୍‌ରେ ସ୍ଥାନ ପାଇବା ପରେ ଜନସାଧାରଣଙ୍କ ସ୍ବାର୍ଥ ସେମାନଙ୍କ ପାଇଁ ଗୌଣ ହୋଇଯାଇଥିଲା। ଦେଶର ନାଗରିକ ରାଜପାକ୍ସେ ଶାସନ ଉପରୁ ଆସ୍ଥା ହରାଇବା ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରି ରାଷ୍ଟ୍ରପତି ଭବନ ଦଖଲରେ ଶେଷ ହୋଇଛି। ଅନ୍ୟାୟ ଓ ଆର୍ଥିକ ଦୁର୍ନୀତି ବିରୋଧରେ ଏହିପରି ବିପ୍ଳବ କରିବା ବ୍ୟତୀତ, ହୁଏତ, ବିଦ୍ରୋହୀ ଅନ୍ୟ କିଛି ପନ୍ଥା ପାଇ ନ ଥିବେ।
ପୂର୍ବରୁ ଅତ୍ୟାଚାରୀ ଶାସକଙ୍କ ବିରୋଧରେ ହୋଇଥିବା ବିଦ୍ରୋହ, ପ୍ରଜା ଆନ୍ଦୋଳନ ଓ ଅରାଜକତା ବିଷୟରେ ଇତିହାସରୁ ପଢ଼ିବାକୁ ମିଳିଥିଲା। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଶ୍ରୀଲଙ୍କା ସମେତ ବିଶ୍ୱ ପ୍ରେକ୍ଷାପଟରେ ଯେଉଁ ପରିବର୍ତ୍ତନମାନ ଦେଖାଦେଉଛି, ତାହାର ମୂଳରେ ରହିଛି ଏକଚ୍ଛତ୍ରବାଦ, ନିରଙ୍କୁଶ ଶାସନ ଭୋଗ କରୁଥିବା ଶାସକଙ୍କ ଅହଙ୍କାର ଓ ଜନସାଧାରଣଙ୍କୁ ଭୟ ଦେଖାଇ ଚାପି ଦେବାର ମାନସିକତା। ଯେଉଁମାନେ କ୍ଷମତା ବଳରେ ନିଜ ସ୍ବାର୍ଥ ସାଧନରେ ଲାଗିପଡ଼ିଛନ୍ତି, ସେମାନଙ୍କୁ ଶାସିତ ବର୍ଗ ଚିହ୍ନିପାରି ବିରୋଧ କରିବା ଦ୍ୱାରା ପରିବର୍ତ୍ତନର ସଙ୍କେତ ମିଳିପାରିଛି ବୋଲି କୁହାଯାଇପାରେ। ଏହା ବାସ୍ତବ ଗଣତନ୍ତ୍ର ପାଇଁ ଶୁଭଙ୍କର। ଏବେ ଶ୍ରୀଲଙ୍କାରେ ଯେଉଁଭଳି ଶାସକ ବିରୋଧୀ ଜନବିଦ୍ରୋହ ହେଲା ତାହାର ପ୍ରଭାବ ଏକଚ୍ଛତ୍ରବାଦ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠାରେ ମନମୁଖି ଶାସନ ଚାଲିଛି, ସେସବୁ ଉପରେ ପଡ଼ିବା ଥୟ। ଇତିହାସ ପ୍ରମାଣ ଦେଇଛି, ଯେଉଁଠାରେ ଯେତେବେଳେ ପରିବର୍ତ୍ତନ ଆସିଛି ତାହା ଏହିଭଳି ପର୍ଯ୍ୟାୟ ଦେଇ ଗତି କରିଛି। ପରିବର୍ତ୍ତନ ସବୁବେଳେ ମଣିଷ ଜାତିକୁ ବିଚଳିତ କରେ। କିନ୍ତୁ ଏହା ହେଉଛି ଚିରନ୍ତନ ସତ୍ୟ। ଏବେ ଯେଉଁସବୁ ନେତା ଜନସାଧାରଣଙ୍କ ହିତକୁ ଅଣଦେଖା କରି ନିଜର ଗାଦିମାଡ଼ି ବସିବା ପାଇଁ ସବୁକିଛି କରିପାରୁଛନ୍ତି, ସେମାନଙ୍କର ମଧ୍ୟ ଦିନ ପୂରିବା ଆରମ୍ଭ ହେବା ଭଳି ଲାଗୁଛି। କିନ୍ତୁ ଏହି ପରିବର୍ତ୍ତନ କେବଳ ନେତାଙ୍କ ପାଖରେ ଅଟକି ଯାଉ ନାହିଁ। ଗଣତନ୍ତ୍ର ଥିଲା ବିଂଶ ଶତାବ୍ଦୀରେ ଶାସନ ପଦ୍ଧତିର ସର୍ବୋଚ୍ଚ ପ୍ରଣାଳୀ। ଏବେ ମଣିଷ ଜାତି ସ୍ବୀକାର କରିବାକୁ ବାଧ୍ୟ ହେଉଛି ଯେ, ଗଣତନ୍ତ୍ର ସମ୍ଭବତଃ ସବୁଠାରୁ ଉତ୍ତମ ବାଟ ହୋଇ ନ ଥାଇପାରେ। ଆଧୁନିକ ଯୁଗରେ ମଣିଷର ଚାହିଦାରେ ପରିବର୍ତ୍ତନ ଘଟୁଛି। ବ୍ୟକ୍ତିଗତ ସ୍ବାଧୀନତାର ସଂଜ୍ଞା ବଦଳିଯାଉଛି। ଗୁଡ଼ାଏ ଲୋକ ଭୋଟ ଦେଇ ଗୋଟିଏ ନେତା ବାଛିଦେଲେ ମଣିଷ ଜାତିର ଉନ୍ନତି ଘଟୁନାହିଁ। ଅଧିକାଂଶ ଲୋକ ପ୍ରଜା ହୋଇ ରାଜା ଖୋଜୁଛନ୍ତି। ଇଂଲିଶ ଭାଷାରେ ଗଣତନ୍ତ୍ରକୁ ‘ଡେମୋକ୍ରାସି’ କୁହାଯାଏ। ଏବେ ତାହା ‘ମୋବୋକ୍ରାସି’ ବା ଉତ୍ତ୍ୟକ୍ତ ଜନତାଙ୍କ ଭିଡ଼ରେ ବଛା ଯାଉଥିବା ନେତୃତ୍ୱ କେବେ ହେଲେ ସକାରାତ୍ମକ ହୋଇପାରିବ ନାହିଁ। ଶ୍ରୀଲଙ୍କା ଏବେ ସେହି ଚିନ୍ତାକୁ ସତ୍ୟ ପ୍ରମାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri