ଗଣତନ୍ତ୍ର ପରେ

ଅର୍ଥନୈତିକ ସଙ୍କଟ ଗୋଟେ ଦେଶକୁ କିଭଳି ସ୍ଥିତିକୁ ନେଇଯାଏ ତାହାର ସଦ୍ୟ ଉଦାହରଣ ପାଲଟିଯାଇଛି ଶ୍ରୀଲଙ୍କା। ୨ କୋଟି ୧୯ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରାଷ୍ଟ୍ରରେ ହାହାକାର ପଡ଼ିଯାଇଛି। ଖାଦ୍ୟଶସ୍ୟ, ଔଷଧ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ, ବିଦ୍ୟୁତ୍‌ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଘୋର ଅଭାବ ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଇନ୍ଧନ ଅଭାବରୁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ସବୁ ବନ୍ଦ ହୋଇଯାଇଛି। ମୁଦ୍ରାସ୍ଫୀତି ୫୪.୬ ପ୍ରତିଶତରେ ପହଞ୍ଚତ୍ଥିବାରୁ ତାହାକୁ ଆକଳନ କରିବା ଲାଗି କାହାରି ଆଖି ପାଉନାହିଁ। ଉଲ୍ଲେଖଯୋଗ୍ୟ, ଆମେରିକୀୟ ଡଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରା ‘ରୁପି’ର ବିନିମୟ ମୂଲ୍ୟ ୩୬୦କୁ ଖସିଯାଇଛି। ରାଜପାକ୍ସେ ପରିବାର ଦ୍ୱାରା ଶାସିତ ହୋଇ ଆସିଥିବା ଶ୍ରୀଲଙ୍କା ଋଣଭାରରେ ବୁଡ଼ିଯିବା ପରେ ଗତ ୪ ମାସ ତଳେ ଦେଶରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶରେ ଅଚାନକ ଜୈବିକ କୃଷି ନୀତି ଲାଗୁ କରି ରାସାୟନିକ ପଦ୍ଧତିର ଚାଷକୁ ବନ୍ଦ କରିଦେବାରୁ ପ୍ରଥମେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା। ଏହା ପରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ମାତ୍ରାରେ ବଢ଼ିଯାଇଥିଲା। ଫଳରେ ଦେଶରେ ଶାସକ ବିରୋଧୀ ‘ଘୋ’ ସୃଷ୍ଟି ହୋଇଥିଲା। ଶ୍ରୀଲଙ୍କା କ୍ୟାବିନେଟରୁ ମନ୍ତ୍ରୀମାନେ ଓହରିଯିବା ପରେ ସବୁଆଡ଼ୁ ଚାପ ପଡ଼ିବାରୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ରାନିଲ୍‌ ଓ୍ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏତିକିରେ ଶ୍ରୀଲଙ୍କା ଶାନ୍ତ ପଡ଼ି ନ ଥିଲା। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ଦେଶବାସୀ ଅଡ଼ି ବସିଥିଲେ। ଏହି ଦାବି ପୂରଣ ଯେତେ ବିଳମ୍ବ ହେଉଥିଲା ଲୋକଙ୍କ କ୍ରୋଧ ସେହି ଅନୁସାରେ ବଢ଼ିବଢ଼ି ଚାଲିଥିଲା। ଶେଷରେ ଶୁଣିବାକୁ ମିଳିଥିଲା ଯେ, ଗୋଟାବାୟା ଲୋକଙ୍କ ରୋଷରୁ ରକ୍ଷା ପାଇବା ପାଇଁ ଦେଶ ଛାଡ଼ି ପଳାଇଯାଇଛନ୍ତି। ଏହା ପରେ ସ୍ଥିତି ଅସମ୍ଭାଳ ହୋଇଥିଲା। ଅନେକ ଲକ୍ଷ ଲୋକ ୯ ଜୁଲାଇରେ ରାଷ୍ଟ୍ରପତିଙ୍କ ଭବନ ଅକ୍ତିଆର କରି ତାହା ଭିତରକୁ ଧସେଇ ପଶିଥିଲେ। ଗଣମାଧ୍ୟମରେ ଏହିସବୁ ଦୃଶ୍ୟକୁ ବିଶ୍ୱବାସୀ ଦେଖି ଚକିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ସୁଇମିଂ ପୁଲ୍‌ରେ ଅନେକେ ଗାଧୋଉଥିବା ଦେଖିବାକୁ ମଳିଛି। ରୋଷଶାଳାଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଶୟନକକ୍ଷରେ ଲୋକେ ପଶିଯାଇଛନ୍ତି। ଯେଉଁଭଳି ଚିତ୍ର ପଦାକୁ ଆସିଛି ସେଥିରୁ ଜଣାପଡ଼ୁଛି ଯେପରି ରାଷ୍ଟ୍ରପତି ଭବନ ଏକ ପରିହାସର ସ୍ଥଳୀ ପାଲଟିଛି। ଥଟ୍ଟାରେ କୁହାଯାଉଛି ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଯାଇଛି। ଲୋକେ ରାଷ୍ଟ୍ରପତି ଭବନରୁ ଅନେକ କୋଟି ଟଙ୍କା ନେଇଯାଇଥିବା କୁହାଯାଉଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ ନିଜସ୍ବ ବାସଭବନରେ ନିଆଁ ଲଗାଇଦିଆଯିବା ଦର୍ଶାଉଛି ଶ୍ରୀଲଙ୍କା କେଉଁଭଳି ଅରାଜକତା ଆଡ଼କୁ ଗତି କରିଛି। ସ୍ଥିତି ଭୟଙ୍କର ହେବା ଦେଖି ପ୍ରଧାନମନ୍ତ୍ରୀ ରାନିଲ୍‌ ଓ୍ବିକ୍ରମସିଂଘେ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହିସବୁ ଘଟଣା ଘଟିଚାଲିଥିବା ବେଳେ ଗୋଟାବାୟାଙ୍କ ପତ୍ତା ମିଳୁନାହିଁ।
୧୯୪୮ରେ ସ୍ବାଧୀନତା ପାଇଥିବା କ୍ଷୁଦ୍ର ଦ୍ୱୀପଦେଶ ଶ୍ରୀଲଙ୍କାର ଅର୍ଥନୀତି ସୁଦୃଢ଼ ଥିଲା। ଯେବେଠାରୁ ରାଜପାକ୍ସେ ପରିବାର ସମଗ୍ର ଶାସନତନ୍ତ୍ରକୁ ନିଜର କରିନେଲେ ସେବେଠାରୁ ଦୁର୍ଦ୍ଦିନ ଆସିଥିଲା। ପରିବାର ଓ ସମ୍ପର୍କୀୟଙ୍କୁ ମିଶାଇ ବହୁ ସଦସ୍ୟ କ୍ୟାବିନେଟ୍‌ରେ ସ୍ଥାନ ପାଇବା ପରେ ଜନସାଧାରଣଙ୍କ ସ୍ବାର୍ଥ ସେମାନଙ୍କ ପାଇଁ ଗୌଣ ହୋଇଯାଇଥିଲା। ଦେଶର ନାଗରିକ ରାଜପାକ୍ସେ ଶାସନ ଉପରୁ ଆସ୍ଥା ହରାଇବା ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରି ରାଷ୍ଟ୍ରପତି ଭବନ ଦଖଲରେ ଶେଷ ହୋଇଛି। ଅନ୍ୟାୟ ଓ ଆର୍ଥିକ ଦୁର୍ନୀତି ବିରୋଧରେ ଏହିପରି ବିପ୍ଳବ କରିବା ବ୍ୟତୀତ, ହୁଏତ, ବିଦ୍ରୋହୀ ଅନ୍ୟ କିଛି ପନ୍ଥା ପାଇ ନ ଥିବେ।
ପୂର୍ବରୁ ଅତ୍ୟାଚାରୀ ଶାସକଙ୍କ ବିରୋଧରେ ହୋଇଥିବା ବିଦ୍ରୋହ, ପ୍ରଜା ଆନ୍ଦୋଳନ ଓ ଅରାଜକତା ବିଷୟରେ ଇତିହାସରୁ ପଢ଼ିବାକୁ ମିଳିଥିଲା। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଶ୍ରୀଲଙ୍କା ସମେତ ବିଶ୍ୱ ପ୍ରେକ୍ଷାପଟରେ ଯେଉଁ ପରିବର୍ତ୍ତନମାନ ଦେଖାଦେଉଛି, ତାହାର ମୂଳରେ ରହିଛି ଏକଚ୍ଛତ୍ରବାଦ, ନିରଙ୍କୁଶ ଶାସନ ଭୋଗ କରୁଥିବା ଶାସକଙ୍କ ଅହଙ୍କାର ଓ ଜନସାଧାରଣଙ୍କୁ ଭୟ ଦେଖାଇ ଚାପି ଦେବାର ମାନସିକତା। ଯେଉଁମାନେ କ୍ଷମତା ବଳରେ ନିଜ ସ୍ବାର୍ଥ ସାଧନରେ ଲାଗିପଡ଼ିଛନ୍ତି, ସେମାନଙ୍କୁ ଶାସିତ ବର୍ଗ ଚିହ୍ନିପାରି ବିରୋଧ କରିବା ଦ୍ୱାରା ପରିବର୍ତ୍ତନର ସଙ୍କେତ ମିଳିପାରିଛି ବୋଲି କୁହାଯାଇପାରେ। ଏହା ବାସ୍ତବ ଗଣତନ୍ତ୍ର ପାଇଁ ଶୁଭଙ୍କର। ଏବେ ଶ୍ରୀଲଙ୍କାରେ ଯେଉଁଭଳି ଶାସକ ବିରୋଧୀ ଜନବିଦ୍ରୋହ ହେଲା ତାହାର ପ୍ରଭାବ ଏକଚ୍ଛତ୍ରବାଦ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠାରେ ମନମୁଖି ଶାସନ ଚାଲିଛି, ସେସବୁ ଉପରେ ପଡ଼ିବା ଥୟ। ଇତିହାସ ପ୍ରମାଣ ଦେଇଛି, ଯେଉଁଠାରେ ଯେତେବେଳେ ପରିବର୍ତ୍ତନ ଆସିଛି ତାହା ଏହିଭଳି ପର୍ଯ୍ୟାୟ ଦେଇ ଗତି କରିଛି। ପରିବର୍ତ୍ତନ ସବୁବେଳେ ମଣିଷ ଜାତିକୁ ବିଚଳିତ କରେ। କିନ୍ତୁ ଏହା ହେଉଛି ଚିରନ୍ତନ ସତ୍ୟ। ଏବେ ଯେଉଁସବୁ ନେତା ଜନସାଧାରଣଙ୍କ ହିତକୁ ଅଣଦେଖା କରି ନିଜର ଗାଦିମାଡ଼ି ବସିବା ପାଇଁ ସବୁକିଛି କରିପାରୁଛନ୍ତି, ସେମାନଙ୍କର ମଧ୍ୟ ଦିନ ପୂରିବା ଆରମ୍ଭ ହେବା ଭଳି ଲାଗୁଛି। କିନ୍ତୁ ଏହି ପରିବର୍ତ୍ତନ କେବଳ ନେତାଙ୍କ ପାଖରେ ଅଟକି ଯାଉ ନାହିଁ। ଗଣତନ୍ତ୍ର ଥିଲା ବିଂଶ ଶତାବ୍ଦୀରେ ଶାସନ ପଦ୍ଧତିର ସର୍ବୋଚ୍ଚ ପ୍ରଣାଳୀ। ଏବେ ମଣିଷ ଜାତି ସ୍ବୀକାର କରିବାକୁ ବାଧ୍ୟ ହେଉଛି ଯେ, ଗଣତନ୍ତ୍ର ସମ୍ଭବତଃ ସବୁଠାରୁ ଉତ୍ତମ ବାଟ ହୋଇ ନ ଥାଇପାରେ। ଆଧୁନିକ ଯୁଗରେ ମଣିଷର ଚାହିଦାରେ ପରିବର୍ତ୍ତନ ଘଟୁଛି। ବ୍ୟକ୍ତିଗତ ସ୍ବାଧୀନତାର ସଂଜ୍ଞା ବଦଳିଯାଉଛି। ଗୁଡ଼ାଏ ଲୋକ ଭୋଟ ଦେଇ ଗୋଟିଏ ନେତା ବାଛିଦେଲେ ମଣିଷ ଜାତିର ଉନ୍ନତି ଘଟୁନାହିଁ। ଅଧିକାଂଶ ଲୋକ ପ୍ରଜା ହୋଇ ରାଜା ଖୋଜୁଛନ୍ତି। ଇଂଲିଶ ଭାଷାରେ ଗଣତନ୍ତ୍ରକୁ ‘ଡେମୋକ୍ରାସି’ କୁହାଯାଏ। ଏବେ ତାହା ‘ମୋବୋକ୍ରାସି’ ବା ଉତ୍ତ୍ୟକ୍ତ ଜନତାଙ୍କ ଭିଡ଼ରେ ବଛା ଯାଉଥିବା ନେତୃତ୍ୱ କେବେ ହେଲେ ସକାରାତ୍ମକ ହୋଇପାରିବ ନାହିଁ। ଶ୍ରୀଲଙ୍କା ଏବେ ସେହି ଚିନ୍ତାକୁ ସତ୍ୟ ପ୍ରମାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri