ବିବାଦରୁ ରାସ୍ତାରେ ବାଉଁଶ ବାଡ଼

ଗୋପ,୧୧।୭(ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତର ୬ ନମ୍ବର ଓ୍ବାର୍ଡରେ ଦୀର୍ଘଦିନ ଧରି ଯାଆଆସ କରୁଥିବା ଭୁରୁଭୁରା ଦଳିତ ସାହି ଗ୍ରାମରେ ୪ ଜଣ ଜମି ମାଲିକ ବାଉଁଶ ବାଡ଼ ପକାଇଥିବା ଅଭିଯୋଗ ହୋଇଆସୁଛି। ଗ୍ରାମରେ ରହୁଥିବା ୨୫ରୁ ଊଦ୍ଧର୍‌ବ ଦଳିତ ପରିବାର ଏବେ ବନ୍ଦୀ ଜୀବନ ବିତାଉଥିବାବେଳେ ୧୭ଜଣ ଛାତ୍ରୀଛାତ୍ର ଦୀର୍ଘ ୨୧ ଦିନ ଧରି ପାଠପଢାରୁ ବଞ୍ଚିତ ରହିଛନ୍ତି।
ସୂଚନା ମୁତାବକ, ଗ୍ରାମରେ ବସବାସ କରୁଥିବା ଏହି ଦଳିତ ପରିବାରର ସଦସ୍ୟ ଦୀର୍ଘବର୍ଷ ଧରି ଘର ସମ୍ମୁଖ ରାସ୍ତାରେ ଯିବାଆସିବା କରୁଥିଲେ। ତେବେ ଜୁନ୍‌ ୧୯ରେ ଉକ୍ତ ଗ୍ରାମର ୪ ଜଣ ସେହି ରାସ୍ତାକୁ ନିଜ ଜମି କହି ସେଠାରେ ବାଉଁଶ ବାଡ଼ ପକାଇ ଦେଇଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏପରି ଅଭିଯୋଗ ସମ୍ପର୍କରେ ଜାଣିବା ପରେ ଗୋପ ତହସିଲଦାର ଏସ୍‌କେ ସାର୍ଗି, ଅତିରିକ୍ତ ତହସିଲଦାର ଶରତ ପରିଡ଼ା ଜୁନ ୨୩ରେ ଘଟଣା ସ୍ଥଳରେ ପହଞ୍ଚି ନୟାହାଟ ଫାଣ୍ତି ଅଧିକାରୀ ବାବୁନି ପ୍ରଧାନଙ୍କୁ ତୁରନ୍ତ ବାଡ଼ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମ୍ପୃକ୍ତ ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ବାଉଁଶ ବାଡ଼ ନ ଉଠିବାରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜୁନ ୨୬ରେ ଗୋପ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଅତିରିକ୍ତ ତହସିଲଦାର ତୁରନ୍ତ ବାଡ଼ ଉଠାଯିବା ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ମାତ୍ର ଏ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଦଳିତ ପରିବାର ଏବେ ବନ୍ଦୀ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ ଗ୍ରାମରେ ବାଉଁଶ ବାଡ଼ ପଡିଥିବାରୁ ୧୭ ଜଣ ଛାତ୍ରୀଛାତ୍ର ଏବେ ଦୀର୍ଘ ୨୧ ଦିନ ଧରି ପାଠପଢାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସ୍କୁଲ ସମୟରେ ଛାତ୍ରୀଛାତ୍ର ବାଡ଼ ସେପଟେ ସ୍କୁଲ ପୋଷାକ ପିନ୍ଧି ଠିଆ ହେଉଥିବା ଫଟୋ ଏବେ ଦେଖିବାକୁ ମିଳିଛି। ସମସ୍ତ ୧୭ ଜଣ ଛାତ୍ରୀଛାତ୍ର ଅଙ୍ଗନୱାଡ଼ିରେ ଅଧ୍ୟୟନ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଗୋପ ତହସିଲଦାର ଏସ୍‌କେ ସାର୍ଗିଙ୍କୁ ପଚାରିବାରେ, ବାଡ଼ ପଡିଥିବା ଜମିଟି ବ୍ୟକ୍ତିଗତ ଜମି ଅଟେ। ଖୁବ୍‌ଶୀଘ୍ର ସେମାନଙ୍କ ସହିତ ଆପୋସ ସମାଧାନ କରାଯିବ। ସେତେବେଳ ପର୍ଯ୍ୟନ୍ତ ଦଳିତ ପରିବାରକୁ ଯିବା ପାଇଁ ଏକ ସରୁ ରାସ୍ତା ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?