ବିବାଦରୁ ରାସ୍ତାରେ ବାଉଁଶ ବାଡ଼

ଗୋପ,୧୧।୭(ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତର ୬ ନମ୍ବର ଓ୍ବାର୍ଡରେ ଦୀର୍ଘଦିନ ଧରି ଯାଆଆସ କରୁଥିବା ଭୁରୁଭୁରା ଦଳିତ ସାହି ଗ୍ରାମରେ ୪ ଜଣ ଜମି ମାଲିକ ବାଉଁଶ ବାଡ଼ ପକାଇଥିବା ଅଭିଯୋଗ ହୋଇଆସୁଛି। ଗ୍ରାମରେ ରହୁଥିବା ୨୫ରୁ ଊଦ୍ଧର୍‌ବ ଦଳିତ ପରିବାର ଏବେ ବନ୍ଦୀ ଜୀବନ ବିତାଉଥିବାବେଳେ ୧୭ଜଣ ଛାତ୍ରୀଛାତ୍ର ଦୀର୍ଘ ୨୧ ଦିନ ଧରି ପାଠପଢାରୁ ବଞ୍ଚିତ ରହିଛନ୍ତି।
ସୂଚନା ମୁତାବକ, ଗ୍ରାମରେ ବସବାସ କରୁଥିବା ଏହି ଦଳିତ ପରିବାରର ସଦସ୍ୟ ଦୀର୍ଘବର୍ଷ ଧରି ଘର ସମ୍ମୁଖ ରାସ୍ତାରେ ଯିବାଆସିବା କରୁଥିଲେ। ତେବେ ଜୁନ୍‌ ୧୯ରେ ଉକ୍ତ ଗ୍ରାମର ୪ ଜଣ ସେହି ରାସ୍ତାକୁ ନିଜ ଜମି କହି ସେଠାରେ ବାଉଁଶ ବାଡ଼ ପକାଇ ଦେଇଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏପରି ଅଭିଯୋଗ ସମ୍ପର୍କରେ ଜାଣିବା ପରେ ଗୋପ ତହସିଲଦାର ଏସ୍‌କେ ସାର୍ଗି, ଅତିରିକ୍ତ ତହସିଲଦାର ଶରତ ପରିଡ଼ା ଜୁନ ୨୩ରେ ଘଟଣା ସ୍ଥଳରେ ପହଞ୍ଚି ନୟାହାଟ ଫାଣ୍ତି ଅଧିକାରୀ ବାବୁନି ପ୍ରଧାନଙ୍କୁ ତୁରନ୍ତ ବାଡ଼ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମ୍ପୃକ୍ତ ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ବାଉଁଶ ବାଡ଼ ନ ଉଠିବାରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜୁନ ୨୬ରେ ଗୋପ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଅତିରିକ୍ତ ତହସିଲଦାର ତୁରନ୍ତ ବାଡ଼ ଉଠାଯିବା ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ମାତ୍ର ଏ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଦଳିତ ପରିବାର ଏବେ ବନ୍ଦୀ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ ଗ୍ରାମରେ ବାଉଁଶ ବାଡ଼ ପଡିଥିବାରୁ ୧୭ ଜଣ ଛାତ୍ରୀଛାତ୍ର ଏବେ ଦୀର୍ଘ ୨୧ ଦିନ ଧରି ପାଠପଢାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସ୍କୁଲ ସମୟରେ ଛାତ୍ରୀଛାତ୍ର ବାଡ଼ ସେପଟେ ସ୍କୁଲ ପୋଷାକ ପିନ୍ଧି ଠିଆ ହେଉଥିବା ଫଟୋ ଏବେ ଦେଖିବାକୁ ମିଳିଛି। ସମସ୍ତ ୧୭ ଜଣ ଛାତ୍ରୀଛାତ୍ର ଅଙ୍ଗନୱାଡ଼ିରେ ଅଧ୍ୟୟନ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଗୋପ ତହସିଲଦାର ଏସ୍‌କେ ସାର୍ଗିଙ୍କୁ ପଚାରିବାରେ, ବାଡ଼ ପଡିଥିବା ଜମିଟି ବ୍ୟକ୍ତିଗତ ଜମି ଅଟେ। ଖୁବ୍‌ଶୀଘ୍ର ସେମାନଙ୍କ ସହିତ ଆପୋସ ସମାଧାନ କରାଯିବ। ସେତେବେଳ ପର୍ଯ୍ୟନ୍ତ ଦଳିତ ପରିବାରକୁ ଯିବା ପାଇଁ ଏକ ସରୁ ରାସ୍ତା ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri