ପୋଲ ଭାଙ୍ଗି ଦେଇ ବିଭାଗ ବର୍ଷେ ହେଲା ଚୁପ୍‌

କୁଜଙ୍ଗ,୧୫ା୨(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତର ବଡ଼ଙ୍ଗ ଓ ପାରିଅଙ୍ଗ ଗଁାକୁ ଲୁଣା ନଦୀ ଉପରେ ସଂଯୋଗ କରିଥିବା ପୋଲକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ଷେ ତଳୁ ଭାଙ୍ଗି ଦେଇଥିଲା। ନୂଆ ପୋଲ ନିର୍ମାଣ କରିବା ନଁାରେ ବିଭାଗ ଚୁପ ହୋଇ ବସିଛି। ଫଳରେ ନଦୀ ଉପରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ପାଦ ଚଲା ରାସ୍ତାରେ ୨ ଗ୍ରାମର ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିବା ସହ ହନ୍ତସନ୍ତ ହେଉଛନ୍ତି।
ଲୁଣା ନଦୀ ଉପରେ ନିର୍ମିତ ପୋଲକୁ ୨୦୨୨ ଏପ୍ରିଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାଙ୍ଗି ନୂତନ ପୋଲ ନିର୍ମାଣ ପାଇଁ ଯୋଜନା କରିଥିଲା। ଏଥି ନିମନ୍ତେ ପାଖାପାଖି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ କାମ ଆରମ୍ଭ ପୂର୍ବରୁ ମୃତ୍ତିକା ପରୀକ୍ଷାରେ ଦେଖାଗଲା ଯେ, ସେ ସ୍ଥାନରେ ଅଧିକ ପଙ୍କ ଅଛି। ଯଦି ଏହି ବ୍ୟୟ ଅଟକଳ ଓ ଡ୍ରଇଂ ଅନୁସାରେ ପୋଲ କରାଯାଏ ତାହା ହେଲେ ପୋଲର ସ୍ଥାୟିତ୍ୱ ରହିବ ନାହିଁ। ତେଣୁ ବିଭାଗ ପୁନର୍ବାର ଏକ ପୋଲର ନକ୍ସା କରି ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ମଞ୍ଜୁରୀ ନିମନ୍ତେ ପଠାଇ ଥିଲା। ନକ୍ସା ମଞ୍ଜୁରୀ ପରେ ପ୍ରାୟ ୪ ମାସ ତଳୁ ୨ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଏକ ପ୍ରସ୍ତାବ ମୁଖ୍ୟଯନ୍ତ୍ରୀଙ୍କ ମଞ୍ଜୁରୀ ନିମନ୍ତେ ପଠାଯାଇଥିଲେ ବି ତାହା ଆଜିଯାଏ ମଞ୍ଜୁର ମିଳିନାହିଁ। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଜୟନ୍ତ କୁମାର ପୃଷ୍ଟିଙ୍କୁ ପଚାରିବାରେ ମାତ୍ର ୧୫ ଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି। ବଡ଼ଙ୍ଗ ପୋଲ ସଂକ୍ରାନ୍ତରେ ଖବର ପାଇଲା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଜାଣିବାକୁ ପାଇଲି ଏଷ୍ଟିମେଟ୍‌ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଯାଇଛି। ହେଲେ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ଆଗାମୀ ସପ୍ତାହକ ମଧ୍ୟରେ ଏଷ୍ଟିମେଟ୍‌ର ମଞ୍ଜୁରୀ ମିଳିବା ଲାଗି ବୋଲି ସେ ପଦକ୍ଷେପ ନେବେ। ପରେ ଟେଣ୍ଡର କରାଯାଇ କାମ ହେବ। ସୂଚନାଯୋଗ୍ୟ, ୨୦୨୨ ବର୍ଷା ଋତୁରେ ଜନସାଧାରଣ ପୋଲ ନ ଥିବାରୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛୋଟ ପିଲାଙ୍କୁ ସେହି ବିପଦ ସଙ୍କୁଳ ରାସ୍ତାରେ ସ୍କୁଲ୍‌କୁ ଛାଡିବାକୁ ଅଭିଭାବକ ରାଜି ହୋଇ ନ ଥିଲେ। ଗ୍ରାମରେ କୌଣସି ରୋଗୀଙ୍କୁ ନେବାକୁ ହେଲେ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଆଗକୁ ବର୍ଷାଦିନ ଆସୁଛି। ଭରା ନଦୀରେ ଅସ୍ଥାୟୀ ରାସ୍ତା ରହିବ ନାହିଁ। ତେଣୁ ଯଥାଶୀଘ୍ର ପୋଲ ନିର୍ମାଣ କରିବାକୁ ନାଏବ ସରପଞ୍ଚ ସମରେନ୍ଦ୍ର ପ୍ରଧାନ, ପବିତ୍ର ନାୟକ, ସୁଦର୍ଶନ ବାରିକ ଓ ପ୍ରକାଶ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ବିଭାଗ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନ ନିଏ ତେବେ ଗ୍ରାମବାସୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri