ବିସ୍ଥାପନ ଅପେକ୍ଷାରେ ୪ ଗ୍ରାମର ବାସିନ୍ଦା

କଳିଙ୍ଗନଗର,୧୫ା୨(ଡି.ଏନ୍‌.ଏ.): ବିସ୍ଥାପନ ପ୍ରସଙ୍ଗ ବୁଝିବାକୁ ପ୍ରଶାସନସ୍ତରରେ ରହିଥିବା ପରାମର୍ଶଦାତା କମିଟି ଦୀର୍ଘଦିନରୁ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ସୋମବାର ଯାଜପୁର ରୋଡଠାରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିରରେ ଏହି ପ୍ରସଙ୍ଗରେ ପୁଣି ଥରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ା
ଯଖପୁରା ପଞ୍ଚାୟତର କୁଡୁମୀସାହି, ଚାନ୍ଦିଆ ପଞ୍ଚାୟତର କଚେରୀଗାଁ, ଅରାସାହି ଓ ଟାଙ୍ଗରସାହି ଗ୍ରାମବାସୀ ଜିଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ମୁତାବକ ସେମାନଙ୍କୁ ବିସ୍ଥାପନ କରିବା ପାଇଁ ୧୯୯୬ରେ ଚିହ୍ନଟ କରାଯାଇଥିଲା ା ସେତେବେଳେ ମୂଳ ପରିବାରଙ୍କ ପ୍ରସ୍ତୁତ ତାଲିକା ଅନୁଯାୟୀ ବର୍ତ୍ତମାନ କଳିଙ୍ଗନଗର ଶିଳ୍ପାଞ୍ଚଳ ନିମନ୍ତେ ବିସ୍ଥାପିତ ନୀତି-୨୦୦୫ର ପରିବାର ପ୍ରସ୍ତୁତି ନିର୍ଦ୍ଧାରିତ ତାରିଖ ୧ା୧ା୨୦୦୫କୁ ଭିତ୍ତିକରି କରାଯାଉଛି ା ବିସ୍ଥାପିତ ନୀତି-୨୦୦୫କୁ ଦୀର୍ଘ ୧୭ବର୍ଷରୁ ଅଧିକ ଦିନ ବିତିଥିବା ବେଳେ ଜନସଂଖ୍ୟା ବଢ଼ିବା ସହ ପରିବାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମାତ୍ର ତଦନୁଯାୟୀ ବିସ୍ଥାପନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ୧୭ ବର୍ଷ ତଳର ବିସ୍ଥାପନ ନୀତି ଅନୁଯାୟୀ ଏହି ଗାଁଗୁଡିକୁ ବିସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ବିସ୍ଥାପନ ଓ ଥଇଥାନ ନୀତି ମୁତାବକ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ପରେ ସହମତି ଓ ଆବଶ୍ୟକତା ଅନୁଯାୟୀ ନୂତନ ନୀତି ନିର୍ଦ୍ଧାରଣ କରାଯିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ହେବ ଏହି ଗୁରୁତ୍ୱପୂର୍ଣ୍ଣ ପୁନର୍ବାସ ଓ ପାରିପାଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜନ କରାଯାଉ ନାହିଁ ା ଏହି ବୈଠକ ପ୍ରତ୍ୟେକ ୩ ମାସ ମଧ୍ୟରେ ଥରେ ବସିବାର ନିୟମ ରହିଥିଲେ ମଧ୍ୟ ଶେଷଥରେ ତାହା ହୋଇପାରିନାହିଁ ା ଏହି ବୈଠକ ଶେଷ ଥର ପାଇଁ ୧୬ା୯ା୨୦୧୬ ତାରିଖରେ ବସିଥିଲା, ଯାହା ଦୀର୍ଘ ୬ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜନ କରାଯାଉନାହିଁ ା ୨୦୦୫ ପରେ ବୃଦ୍ଧି ଘଟିଥିବା ପରିବାରକୁ ବିସ୍ଥାପିତ ପରିବାର ମାନ୍ୟତାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନ ସାମାନ୍ୟ ପ୍ରୟାସ କରୁନାହିଁ ା ଅନ୍ୟପକ୍ଷେ ଉକ୍ତ ୪ଟି ଗ୍ରାମର ଶତାଧିକ ପରିବାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ହୋଇପଡିଛି ା ଗ୍ରାମବାସୀ ଦୀର୍ଘ ଦିନରୁ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି ା ଅନ୍ୟପକ୍ଷେ ବିସ୍ଥାପିତ ପରିବାରଗୁଡିକ ମଧ୍ୟ ମୌଳିକ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ା ଜିଲା ପ୍ରଶାସନ ଆରପିଡିଏସି ବୈଠକ ଡାକିବାରେ କୌଣସି ବାଧା କି ଅସୁବିଧା ନ ଥିଲେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ପାଇଁ ପ୍ରଶାସନ କାହିଁକି ପଛ ଘୁଞ୍ଚା ଦେଇଛି ବୁଝା ପଡୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା...

ଡାକ୍‌ତରଖାନା ପରିସର ପାଲଟିଛେ ମଶାମାଛିକର ଭୂସରଗ

ଅତାବିରା, ୫।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭାରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରକେ ବାହାରର ଅସ୍‌କୁରା ପାଏନ୍‌ ପଶୁଛେ। ପରିସରରେ ସବୁବେଲେ ପାଏନ୍‌...

ଏମିତି ଘଟିଲା ଦୁର୍ଘଟଣା: ଗାଡ଼ିର ଇଞ୍ଜିନ ପସିଗଲା ଚକା ଭିତରେ, ଗ୍ୟାସ କଟର ସାହାର୍ଯ୍ୟରେ ଉଦ୍ଧାର ହେଲେ ଚାଳକ

କେନ୍ଦୁଝର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସକାଳେ କେନ୍ଦୁଝରରୁ...

ଗୋପାଳପୁର ବେଳାଭୂମି ମହୋତ୍ସବ: ଜାଗା ଚିହ୍ନଟ, ପାର୍କିଂ ବ୍ୟବସ୍ଥା ଚୂଡ଼ାନ୍ତ

ଗୋପାଳପୁର,୧୮ା୧୧-ଡିସେମ୍ବର ୨୪ରୁ ଆରମ୍ଭ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ଗୋପାଳପୁର ବେଳାଭୂମିରେ ଜାଗା ଚିହ୍ନଟ କରାଯିବା ସହ ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ଚୂଡ଼ାନ୍ତ...

ଭେଡେନ ଗଣବଳାତ୍କାର, ହତ୍ୟା ମାମଲା: ତତ୍କାଳୀନ ଆଇଆଇସିଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା

କଟକ ଅଫିସ, ୧୩।୧୦: ବରଗଡ଼ ଜିଲା ଭେଡେନ ଥାନା ଅଞ୍ଚଳରେ ୨୦୧୬ରେ ୩ ମହିଳାଙ୍କୁ ଅପହରଣ ଓ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର...

ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ...

ତ୍ୱରାନ୍ବିତ ହେବ ରଥ ନିର୍ମାଣ କାର୍ଯ୍ୟ: ସମସ୍ତ ମହାରଣା, ସେବାୟତଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା

ପୁରୀ ଅଫିସ,୮।୫: ରଥ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ବିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ରଥ...

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବକ

ପୁରୀ ଅଫିସ,୩୦।୪: କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜୁନ୍‌ ୨୩ରେ ପଡୁଥିବା ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ...

Advertisement
Archives

Model This Week