ବିସ୍ଥାପନ ଅପେକ୍ଷାରେ ୪ ଗ୍ରାମର ବାସିନ୍ଦା

କଳିଙ୍ଗନଗର,୧୫ା୨(ଡି.ଏନ୍‌.ଏ.): ବିସ୍ଥାପନ ପ୍ରସଙ୍ଗ ବୁଝିବାକୁ ପ୍ରଶାସନସ୍ତରରେ ରହିଥିବା ପରାମର୍ଶଦାତା କମିଟି ଦୀର୍ଘଦିନରୁ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ସୋମବାର ଯାଜପୁର ରୋଡଠାରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିରରେ ଏହି ପ୍ରସଙ୍ଗରେ ପୁଣି ଥରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ା
ଯଖପୁରା ପଞ୍ଚାୟତର କୁଡୁମୀସାହି, ଚାନ୍ଦିଆ ପଞ୍ଚାୟତର କଚେରୀଗାଁ, ଅରାସାହି ଓ ଟାଙ୍ଗରସାହି ଗ୍ରାମବାସୀ ଜିଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ମୁତାବକ ସେମାନଙ୍କୁ ବିସ୍ଥାପନ କରିବା ପାଇଁ ୧୯୯୬ରେ ଚିହ୍ନଟ କରାଯାଇଥିଲା ା ସେତେବେଳେ ମୂଳ ପରିବାରଙ୍କ ପ୍ରସ୍ତୁତ ତାଲିକା ଅନୁଯାୟୀ ବର୍ତ୍ତମାନ କଳିଙ୍ଗନଗର ଶିଳ୍ପାଞ୍ଚଳ ନିମନ୍ତେ ବିସ୍ଥାପିତ ନୀତି-୨୦୦୫ର ପରିବାର ପ୍ରସ୍ତୁତି ନିର୍ଦ୍ଧାରିତ ତାରିଖ ୧ା୧ା୨୦୦୫କୁ ଭିତ୍ତିକରି କରାଯାଉଛି ା ବିସ୍ଥାପିତ ନୀତି-୨୦୦୫କୁ ଦୀର୍ଘ ୧୭ବର୍ଷରୁ ଅଧିକ ଦିନ ବିତିଥିବା ବେଳେ ଜନସଂଖ୍ୟା ବଢ଼ିବା ସହ ପରିବାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମାତ୍ର ତଦନୁଯାୟୀ ବିସ୍ଥାପନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ୧୭ ବର୍ଷ ତଳର ବିସ୍ଥାପନ ନୀତି ଅନୁଯାୟୀ ଏହି ଗାଁଗୁଡିକୁ ବିସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ବିସ୍ଥାପନ ଓ ଥଇଥାନ ନୀତି ମୁତାବକ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ପରେ ସହମତି ଓ ଆବଶ୍ୟକତା ଅନୁଯାୟୀ ନୂତନ ନୀତି ନିର୍ଦ୍ଧାରଣ କରାଯିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ହେବ ଏହି ଗୁରୁତ୍ୱପୂର୍ଣ୍ଣ ପୁନର୍ବାସ ଓ ପାରିପାଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜନ କରାଯାଉ ନାହିଁ ା ଏହି ବୈଠକ ପ୍ରତ୍ୟେକ ୩ ମାସ ମଧ୍ୟରେ ଥରେ ବସିବାର ନିୟମ ରହିଥିଲେ ମଧ୍ୟ ଶେଷଥରେ ତାହା ହୋଇପାରିନାହିଁ ା ଏହି ବୈଠକ ଶେଷ ଥର ପାଇଁ ୧୬ା୯ା୨୦୧୬ ତାରିଖରେ ବସିଥିଲା, ଯାହା ଦୀର୍ଘ ୬ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜନ କରାଯାଉନାହିଁ ା ୨୦୦୫ ପରେ ବୃଦ୍ଧି ଘଟିଥିବା ପରିବାରକୁ ବିସ୍ଥାପିତ ପରିବାର ମାନ୍ୟତାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନ ସାମାନ୍ୟ ପ୍ରୟାସ କରୁନାହିଁ ା ଅନ୍ୟପକ୍ଷେ ଉକ୍ତ ୪ଟି ଗ୍ରାମର ଶତାଧିକ ପରିବାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ହୋଇପଡିଛି ା ଗ୍ରାମବାସୀ ଦୀର୍ଘ ଦିନରୁ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି ା ଅନ୍ୟପକ୍ଷେ ବିସ୍ଥାପିତ ପରିବାରଗୁଡିକ ମଧ୍ୟ ମୌଳିକ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ା ଜିଲା ପ୍ରଶାସନ ଆରପିଡିଏସି ବୈଠକ ଡାକିବାରେ କୌଣସି ବାଧା କି ଅସୁବିଧା ନ ଥିଲେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ପାଇଁ ପ୍ରଶାସନ କାହିଁକି ପଛ ଘୁଞ୍ଚା ଦେଇଛି ବୁଝା ପଡୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?