Posted inଜାତୀୟ

ଅଯୋଧ୍ୟା ରାୟ ପରେ ବିଚାରପତିମାନଙ୍କୁ ପାର୍ଟି ଦେଇଥିଲେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ,୧୦।୧୨: ୨୦୧୯ ନଭେମ୍ବର ୯ରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ମାମଲାରେ ଐତିହାସିକ ରାୟ ପ୍ରଦାନ ପରେ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଖଣ୍ଡପୀଠରେ ଥିବା ତାଙ୍କ ସହକର୍ମୀ ବିଚାରପତିମାନଙ୍କୁ ଡିନର ପାଇଁ ହୋଟେଲ ତାଜ୍‌ ମାନସିଂକୁ ନେଇଥିଲେ। ଏବଂ ସବୁଠୁ ଭଲ ମଦ ଅର୍ଡର କରିଥିଲେ ବୋଲି ସେ କହିଛନ୍ତି। ଏବେ ରାଜ୍ୟ ସଭା ସଦସ୍ୟ ଥିବା ଜଷ୍ଟିସ୍‌ ଗୋଗୋଇ ତାଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍‌ ଫର୍‌ ଦି ଜଜ୍‌’ରେ ନିଜ କ୍ୟାରିୟରର ଅନେକ ପ୍ରମୁଖ ଘଟଣାର ଅବତାରଣା କରିଛନ୍ତି। ଏଥିରେ ୨୦୧୮ରେ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ଖବରଦାତା ସମ୍ମିଳନୀ, ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଓ ତାଙ୍କ କାର୍ଯ୍ୟକାଳ ସମୟରେ ସୁପ୍ରିମକୋର୍ଟ କଲେଜିୟମରେ ଏହାର ବିଚାର ଭଳି ପ୍ରସଙ୍ଗ ସ୍ଥାନ ପାଇଛି।

ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ରାୟ ପ୍ରଦାନ କରିଥିଲେ। ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌. ଅବଦୁଲ ନାଜିର ଥିଲେ। ରାୟ ପ୍ରକାଶ ପରେ ସନ୍ଧ୍ୟାରେ ସୁପ୍ରିମକୋର୍ଟ ମହାସଚିବ କୋର୍ଟ ରୁମ୍‌-୧ ବାହାରେ ଥିବା ଜଜ୍‌ ଗ୍ୟାଲେରିରେ ଫଟୋ ସେସନ୍‌ର ଆୟୋଜନ କରିଥିଲେ। ଏହା ପରେ ଗୋଗୋଇ ଖଣ୍ଡପୀଠର ବିଚାରପତିମାନଙ୍କୁ ନେଇ ତାଜ ମାନସିଂ ହୋଟେଲକୁ ଯାଇଥିଲେ। ସେଠାରେ ସେମାନେ ଚାଇନିଜ୍‌ ଖାଦ୍ୟ ଖାଇବା ସହ ଗୋଟିଏ ବୋତଲ ସବୁଠୁ ଭଲ ମଦକୁ ବାଣ୍ଟି ପିଇଥିଲେ। ସେ ବରିଷ୍ଠ ହୋଇଥିବାରୁ ଠିପି ଖୋଲିଥିଲେ ବୋଲି ଜଷ୍ଟିସ୍‌ ଗୋଗୋଇ ଲେଖିଛନ୍ତି। ସେହିପରି କଲେଜିୟମ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ଜଷ୍ଟିସ୍‌ ଅକିଲ କୁରେଶୀଙ୍କ ନାମ ସୁପାରିସ କରିଥିଲେ ହେଁ ସାମ୍ବିଧାନିକ ସଂସ୍ଥା ମଧ୍ୟରେ ମୁହଁାମୁହିଁକୁ ଏଡ଼ାଇବା ପାଇଁ ଏହାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା ବୋଲି ଗୋଗୋଇ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri