Posted inଜାତୀୟ

ଅଯୋଧ୍ୟା ରାୟ ପରେ ବିଚାରପତିମାନଙ୍କୁ ପାର୍ଟି ଦେଇଥିଲେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ,୧୦।୧୨: ୨୦୧୯ ନଭେମ୍ବର ୯ରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ମାମଲାରେ ଐତିହାସିକ ରାୟ ପ୍ରଦାନ ପରେ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଖଣ୍ଡପୀଠରେ ଥିବା ତାଙ୍କ ସହକର୍ମୀ ବିଚାରପତିମାନଙ୍କୁ ଡିନର ପାଇଁ ହୋଟେଲ ତାଜ୍‌ ମାନସିଂକୁ ନେଇଥିଲେ। ଏବଂ ସବୁଠୁ ଭଲ ମଦ ଅର୍ଡର କରିଥିଲେ ବୋଲି ସେ କହିଛନ୍ତି। ଏବେ ରାଜ୍ୟ ସଭା ସଦସ୍ୟ ଥିବା ଜଷ୍ଟିସ୍‌ ଗୋଗୋଇ ତାଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍‌ ଫର୍‌ ଦି ଜଜ୍‌’ରେ ନିଜ କ୍ୟାରିୟରର ଅନେକ ପ୍ରମୁଖ ଘଟଣାର ଅବତାରଣା କରିଛନ୍ତି। ଏଥିରେ ୨୦୧୮ରେ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ଖବରଦାତା ସମ୍ମିଳନୀ, ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଓ ତାଙ୍କ କାର୍ଯ୍ୟକାଳ ସମୟରେ ସୁପ୍ରିମକୋର୍ଟ କଲେଜିୟମରେ ଏହାର ବିଚାର ଭଳି ପ୍ରସଙ୍ଗ ସ୍ଥାନ ପାଇଛି।

ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ରାୟ ପ୍ରଦାନ କରିଥିଲେ। ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌. ଅବଦୁଲ ନାଜିର ଥିଲେ। ରାୟ ପ୍ରକାଶ ପରେ ସନ୍ଧ୍ୟାରେ ସୁପ୍ରିମକୋର୍ଟ ମହାସଚିବ କୋର୍ଟ ରୁମ୍‌-୧ ବାହାରେ ଥିବା ଜଜ୍‌ ଗ୍ୟାଲେରିରେ ଫଟୋ ସେସନ୍‌ର ଆୟୋଜନ କରିଥିଲେ। ଏହା ପରେ ଗୋଗୋଇ ଖଣ୍ଡପୀଠର ବିଚାରପତିମାନଙ୍କୁ ନେଇ ତାଜ ମାନସିଂ ହୋଟେଲକୁ ଯାଇଥିଲେ। ସେଠାରେ ସେମାନେ ଚାଇନିଜ୍‌ ଖାଦ୍ୟ ଖାଇବା ସହ ଗୋଟିଏ ବୋତଲ ସବୁଠୁ ଭଲ ମଦକୁ ବାଣ୍ଟି ପିଇଥିଲେ। ସେ ବରିଷ୍ଠ ହୋଇଥିବାରୁ ଠିପି ଖୋଲିଥିଲେ ବୋଲି ଜଷ୍ଟିସ୍‌ ଗୋଗୋଇ ଲେଖିଛନ୍ତି। ସେହିପରି କଲେଜିୟମ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ଜଷ୍ଟିସ୍‌ ଅକିଲ କୁରେଶୀଙ୍କ ନାମ ସୁପାରିସ କରିଥିଲେ ହେଁ ସାମ୍ବିଧାନିକ ସଂସ୍ଥା ମଧ୍ୟରେ ମୁହଁାମୁହିଁକୁ ଏଡ଼ାଇବା ପାଇଁ ଏହାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା ବୋଲି ଗୋଗୋଇ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri