Posted inଜାତୀୟ

ଅଜାନ୍‌ ପରେ ମୂର୍ତ୍ତି, ଆମ୍ବ

ବେଙ୍ଗାଲୁରୁ,୮ା୪:ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକ ଗୋଟିଏ ପରେ ଗୋଟିଏ ଧ୍ରୁବୀକରଣର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି। ସେମାନେ ହିଜାବ, ହଲାଲ ସହ ମନ୍ଦିର ମେଳାରେ ମୁସଲମାନଙ୍କ ଯୋଗଦାନକୁ ନେଇ କଟକଣା ପାଇଁ ଅଭିଯାନ ଚଳାଇବା ପରେ ଏବେ ମୁସଲମାନ ଆମ୍ବ ବ୍ୟବସାୟୀଙ୍କୁ ବିକ୍ରି ଏବଂ ସ୍ଥପତିଙ୍କୁ ଦେବଦେବୀ ମୂର୍ତ୍ତି ଗଢ଼ିବାକୁ ବାରଣ କରିଛନ୍ତି। ଏହି ସାମ୍ପ୍ରଦାୟିକ ବିଭେଦ ସୃଷ୍ଟିକାରୀ ପ୍ରସଙ୍ଗକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟରେ ବଡ଼ ବିବାଦ ସୃଷ୍ଟି କରିଛି। ଆଗକୁ ନିର୍ବାଚନ ଥିବାରୁ ଭାଜପା ଭୋଟ ବ୍ୟାଙ୍କ ପାଇଁ ଏପରି କରାଉଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।
କର୍ନାଟକର ହିନ୍ଦୁତ୍ୱ ଗୋଷ୍ଠୀ ସ୍କୁଲଗୁଡ଼ିକରେ ମୁସଲିମ୍‌ ଛାତ୍ରୀଙ୍କ ହିଜାବ ପରିଧାନ ଅଧିକାରକୁ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ଭାଜପା ନେତାମାନେ ହଲାଲ ମାଂସ ବର୍ଜନ ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ମସ୍‌ଜିଦଗୁଡ଼ିକରେ ଅଜାନ୍‌ (ପ୍ରାର୍ଥନା) ପାଇଁ ବ୍ୟବହୃତ ଲାଉଡ୍‌ସ୍ପିକର ଉପରେ କଟକଣା ପାଇଁ ନୋଟିସ କରିଛନ୍ତି। ଇତିମଧ୍ୟରେ ମୁସଲମାନ ବ୍ୟବସାୟୀଙ୍କ ଆମ୍ବ ବିକ୍ରି ଉପରେ କଟକଣା ଅଭିଯାନ ରାଜ୍ୟରେ ଜୋର୍‌ ଧରିଛି। ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ଅନ୍‌ଲାଇନ୍‌ରେ
ଏହି ଅଭିଯାନକୁ ଆହୁରି ତୀବ୍ର କରିଛନ୍ତି। ସେମାନେ ହଲାଲ ସାର୍ଟିଫିକେଶନକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସଙ୍ଗଠନଗୁଡ଼ିକ ହଲାଲ ସାର୍ଟିଫିକେଶନ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ ଏକ ଆଇନଗତ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ହଲାଲ ଉତ୍ପାଦଗୁଡ଼ିକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଉଛି। ହଲାଲ ସାର୍ଟିଫିକେଶନକୁ ବେଆଇନ ଦର୍ଶାଇ ଖାଦ୍ୟକୁ ପ୍ରମାଣୀକୃତ କରିବା ଲାଗି ଭାରତରେ ଖାଦ୍ୟ ବ୍ୟବସାୟ ପରିଚାଳନା ଓ ନିରୀକ୍ଷଣକାରୀ ସଂସ୍ଥା ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ହିଁ ଏକମାତ୍ର କର୍ତ୍ତୃପକ୍ଷ ଭାବେ ଗ୍ରହଣ କରାଯିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଥିବା ସୂତ୍ରରୁ ଜଣାପଡ଼ିଛି। ହିନ୍ଦୁ ଜନଜାଗୃତି ସମିତି ଓ ଶ୍ରୀରାମ ସେନା ମୁସଲିମ ଫଳ ବିକ୍ରେତାଙ୍କୁ ବର୍ଜନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ହିନ୍ଦୁ ବ୍ୟବସାୟୀମାନେ ଯେପରି ଏହି ବଜାର ଉପରେ ଆଧିପତ୍ୟ ବିସ୍ତାର କରିପାରିବେ ସେଥିପାଇଁ ଏପରି ପଦକ୍ଷେପ ନେଇଥିବା ଦୁଇ କଠୋରପନ୍ଥୀ ହିନ୍ଦୁବାଦୀ ସଙ୍ଗଠନ କହିଛନ୍ତି। କୌଣସି ମନ୍ଦିର କର୍ତ୍ତୃପକ୍ଷ ମୁସଲମାନ ସ୍ଥପତିଙ୍କ ଦ୍ୱାରା ନିର୍ମିତ ଦେବଦେବୀଙ୍କ ମୂର୍ତ୍ତିକୁ ଗ୍ରହଣ ନ କରନ୍ତୁ ବୋଲି ଶ୍ରୀରାମ ସେନା ଅଧ୍ୟକ୍ଷ ସିଦ୍ଦାଲିଙ୍ଗା ସ୍ବାମୀ ଆହ୍ବାନ ଦେଇଛନ୍ତି। ଆମ୍ବ ବଜାର ମୁସଲମାନ ସମୁଦାୟର ଲୋକଙ୍କ ନିୟନ୍ତ୍ରଣରେ ରହିଛି। ଗରିବ ହିନ୍ଦୁ ଚାଷୀ ଓ ବିକ୍ରେତାମାନେ ବଜାରକୁ ନିଜ ଦଖଲକୁ ନେବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ଏହି ଅଭିଯାନ ସଫଳ ହେଲେ ହିନ୍ଦୁ ଆମ୍ବଚାଷୀମାନେ ସମୃଦ୍ଧ ହେବେ ବୋଲି ସେ କହିଛନ୍ତି। ହିନ୍ଦୁ ଜନଜାଗୃତି ସମିତି ସଂଯୋଜକ ଚନ୍ଦ୍ର ମୋଗେର ମୁସଲମାନ ବିକ୍ରେତାଙ୍କଠାରୁ ଫଳ ନ କିଣିବା ପାଇଁ ହିନ୍ଦୁ ସମୁଦାୟକୁ ପରାମର୍ଶ ଦେଇଛନ୍ତି। ମେଲୁକୋଟ୍‌ ଚେଲୁଭନାରାୟ ସ୍ବାମୀ ମନ୍ଦିର ସ୍ଥାନିକ ଶ୍ରୀନିବାସନ୍‌ କହିଛନ୍ତି ଯେ, ମୁସଲମାନ ସ୍ଥପତିମାନଙ୍କ ହିନ୍ଦୁ ଦେବଦେବୀ ମୂର୍ତ୍ତି ଗଢ଼ା ଉପରେ କଟକଣା ଜାରି ଲାଗି ସେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚଳାଇବେ। ମୁସଲମାନ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ମନ୍ଦିରରେ ସ୍ଥାପନ କରାଯାଇପାରିବ ନାହିଁ। ଏହା ପରମ୍ପରା ବିରୋଧୀ ବୋଲି ଶ୍ରୀନିବାସନ୍‌ ମତ ଦେଇଛନ୍ତି। ତେବେ ଆମ୍ବ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କୋଲାର ଡିଷ୍ଟ୍ରିକ୍ଟ ମ୍ୟାଙ୍ଗୋ ଗ୍ରୋଅର୍ସ ଆସୋସିଏଶନ୍‌ ସଭାପତି ନିଲାଥୁର ଚିନ୍ନାପ୍ପା ରେଡ୍ଡୀ କହିଛନ୍ତି, ଏଭଳି ଅଭିଯାନ ଚଳାଇବା ପରିବର୍ତ୍ତେ ଆମ୍ବ ଚାଷୀମାନେ ଯେପରି ଲାଭବାନ ହେବେ ସେଦିଗରେ ପ୍ରୟାସ ହେବା ଆବଶ୍ୟକ। ମୁସଲମାନ ବ୍ୟବସାୟୀମାନେ ଦଶନ୍ଧି ଧରି ଚାଷୀଙ୍କୁ ବଜାର ସୁବିଧା ଦେଇଆସୁଛନ୍ତି। କୋଲାର ଜିଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ବାଇଆଲାହାଲ୍ଲି ଗୋବିନ୍ଦ ଗୌଡ଼ା ଏହି ଅଭିଯାନକୁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟିକାରୀ ବୋଲି ଅଭିହିତ କରିଛନ୍ତି। ଶ୍ରୀନିବାସପୁରର ଆମ୍ବ ବ୍ୟବସାୟୀ ଅନିସ୍‌ ଅହମ୍ମଦ କହିଛନ୍ତି, ଉଭୟ ହିନ୍ଦୁ ଓ ମୁସଲମାନ ବ୍ୟବସାୟୀମାନେ ପିଢ଼ି ପିଢ଼ି ଧରି ମିଳିମିଶି ବ୍ୟବସାୟ କରିଆସୁଥିବାରୁ ଏହି ଅଭିଯାନ ସଫଳ ହେବ ନାହିଁ।
ବିରୋଧୀ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏହି ଘଟଣାକ୍ରମକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁସଲମାନ ଫଳ ବିକ୍ରେତାଙ୍କଠାରୁ ନ କିଣିବା ପାଇଁ ଲୋକଙ୍କୁ ମତାଇବା ଦେଶବିରୋଧୀ କାର୍ଯ୍ୟ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସମାଲୋଚନା କରିଛନ୍ତି। ଏଭଳି ପ୍ରସଙ୍ଗ କେବଳ ନିର୍ବାଚନ ପୂର୍ବରୁ କାହିଁକି ଉଠୁଛି? କେବଳ ଭୋଟ ହାତେଇବା ପାଇଁ ବୋଲି କୁମାରସ୍ବାମୀ ପ୍ରଶ୍ନ କରିଛନ୍ତି। ଭାଜପା ରାଜନୈତିକ ଫାଇଦା ପାଇଁ ମୁସଲମାନମାନଙ୍କୁ ଟାର୍ଗେଟ କରୁଥିବା କର୍ନାଟକ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସମାଲୋଚନା କରିଛନ୍ତି। କର୍ନାଟକ ସରକାର ମୁସଲମାନମାନଙ୍କୁ ଅସ୍ପୃଶ୍ୟ କରିଦେଇଥିବା ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ମୁସଲମାନ ବ୍ୟବସାୟୀଙ୍କ ଆମ୍ବ ବର୍ଜନ ବିବାଦରୁ ଶାସକ ଭାଜପା ନିଜକୁ ଦୂରେଇ ରଖିଥିବାବେଳେ ଅନ୍ୟ ଧ୍ରୁବୀକରଣ ପ୍ରସଙ୍ଗଗୁଡ଼ିକ ଉପରେ ନୀରବ ରହିଛି। କର୍ନାଟକ ଉଦ୍ୟାନ ମନ୍ତ୍ରୀ କେ. ଗୋପାଲୈଆହ କହିଛନ୍ତି, ଏଥିରେ ସରକାରଙ୍କ କୌଣସି ଭୂମିକା ନାହିଁ। ଲୋକେ କାହାଠୁ ଫଳ କିଣିବେ ତାହା ସେମାନେ ସ୍ଥିର କରିବେ। ତେବେ ମୁସଲମାନ ବ୍ୟବସାୟୀମାନେ ଏକଚାଟିଆ ବେପାର କରୁଥିବା କେତେଜଣ ଲୋକ ମତ ଦେଉଛନ୍ତି। ଏହା ଉପରେ ଆମର ମୁଣ୍ଡ ଖେଳାଇବାର ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ସି.ଏନ୍‌. ଅଶ୍ୱଥ ନାରାୟନ ଏହାକୁ ନାପସନ୍ଦ କରିଛନ୍ତି। କିଛି ମତଭେଦ ଥିଲେ ଆଲୋଚନା କରି ସମାଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri