୩ ବର୍ଷ ପରେ ୨ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ମାଳମାଳ ଯୋଜନା ଘୋଷଣା ହେଉଛି। ତେବେ ସେଥିରୁ ଲୋକେ କେତେ ଉପକୃତ ହେଉଛନ୍ତି ତାହାର ଉତ୍ତର ଖୋଜିବା ଲାଗି ସରକାରୀ ସ୍ତରରେ ସେତେଟା ତତ୍ପରତା ପ୍ରକାଶ ପାଉନାହିଁ। ଯୋଜନାର ପରିକଳ୍ପନା ଓ ବାସ୍ତବତା ମଧ୍ୟରେ ଏକ ଦୀର୍ଘ ଅନ୍ତର ସୃଷ୍ଟି ହେଉଛି। ଏଥିଯୋଗୁ ପ୍ରକଳ୍ପ ଖର୍ଚ୍ଚ ବଢ଼ି ଯାଉଥିବା ବେଳେ ଜନସାଧାରଣଙ୍କ ଆବଶ୍ୟକତା ମେଣ୍ଟାଯାଇ ପାରୁନାହିଁ। ଏଭଳି ଏକ ବିକଳ ଚିତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସାଗରମାଳା ଯୋଜନାରେ ଦେଖିବାକୁ ମିଳିଛି। ରାଜ୍ୟ ସରକାର ପ୍ରକଳ୍ପର ରିପୋର୍ଟ ପ୍ରସ୍ତୁତ କରି ପଠାଇଦେଇ ବସି ଯାଉଥିବାବେଳେ କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିବାକୁ ବର୍ଷ ବର୍ଷ ଧରି ପକାଇ ରଖୁଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାଗରମାଳା ଯୋଜନାରେ ଓଡ଼ିଶାର ୬୯୮.୯୨ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ସାମିଲ କରିବାକୁ ରାଜ୍ୟ ସରକାର ୨୦୧୮ରେ ପ୍ରସ୍ତାବ ଦେଇଥିଲେ। ୩ ବର୍ଷ ପରେ ୨ଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୭୭.୧୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରେ ଭଦ୍ରକ ଜିଲାର କାଣିନାଳି, କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ପୁରୀ ଜିଲାର କୃଷ୍ଣପ୍ରସାଦଗଡ଼ା ଏବଂ ଖୋର୍ଦ୍ଧା ଜିଲାର ବାଲୁଗାଁରେ ଜେଟି ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଅର୍ଥର ବିନିଯୋଗ ପ୍ରମାଣପତ୍ର(ୟୁସି) ପ୍ରଦାନ କଲେ ଅନ୍ୟ ପ୍ରକଳ୍ପ ଉପରେ ବିଚାର କରାଯିବ ବୋଲି କେନ୍ଦ୍ର ସରକାର ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ନିକଟରେ ଏ ନେଇ ଭିଡିଓ କନ୍‌ଫରେନ୍ସରେ ହୋଇଥିବା ବୈଠକରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜେଟି ନିର୍ମାଣ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ବିକାଶ, ବନ୍ଦରକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ସହ ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ ଶିଳ୍ପାଞ୍ଚଳର ବିକାଶ କରିବାକୁ କେନ୍ଦ୍ର ସରକାର ସାଗରମାଳା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ୨୦୧୫ ମାର୍ଚ୍ଚ ୨୫ ତାରିଖରେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ୨୦୧୬ରେ ନ୍ୟାଶନାଲ ପ୍ରସ୍‌ପେକ୍ଟିଭ ପ୍ଲାନ୍‌(ଏନ୍‌ପିପି) ଜରିଆରେ ଉପକୂଳ ଏବଂ ସାମୁଦ୍ରିକ ସମନ୍ବିତ ବିକାଶ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶର ୩୦୦ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥାନ ଚିହ୍ନଟ କରାଯାଇଛି। ରାଜ୍ୟ ସରକାର ସେହି ଯୋଜନାରେ ଓଡ଼ିଶା ଉପକୂଳର ୧୧ଟି ପ୍ରକଳ୍ପକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହି ପ୍ରକଳ୍ପଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବଳରାମଗଦି ନିକଟସ୍ଥ ଚାନ୍ଦିପୁର ମାଛଧରା ବନ୍ଦରକୁ ବିଦ୍ୟୁତ୍‌ ଯୋଗାଣ, ଜେଟି ନିର୍ମାଣ, ପାଚେରି ନିର୍ମାଣ ପାଇଁ ୧୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଥିବା ବେଳେ ସେହି ଜାଗାକୁ ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୪.୭୨ କୋଟି, ସେହି ମାଛଧରା ବନ୍ଦରର ଭିତ୍ତିଭୂମି ବିକାଶ ସକାଶେ ୯.୯୫ କୋଟି, ମାଛ ପ୍ରକ୍ରିୟାକରଣ ପାଇଁ ୫ କୋଟି, ପୁରୀ ଜିଲାର ଚନ୍ଦ୍ରଭାଗା ନିକଟରେ ମାଛଧରା ଜେଟି ନିର୍ମାଣ ପାଇଁ ୫ କୋଟି, ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ଯାତ୍ରୀମାନଙ୍କ ଯାତାୟାତ ସୁବିଧା ପାଇଁ ନୂଆ ଫେରି କ୍ରୟ କରିବା ସକାଶେ ୧୩.୯୬ କୋଟି, ଜାମୁଝରି, ବାସୁଦେବପୁର, ଧାମରାକୁ ସଂଯୋଗ କରୁଥିବା ୬୦ କି.ମି. ରାସ୍ତାରୁ ଦୋହରୀକରଣ ଲାଗି ୨୭୦.୩ କୋଟି, ହଳଦୀପଦର ଗୋପାଳପୁର ଭାୟା ରଙ୍ଗିପୁର ଦେଇ ଯାଇଥିବା ୧୭.୮ କି.ମି. ରାସ୍ତାକୁ ୪ ଲେନ୍‌ କରିବାକୁ ୧୬୧.୩୯ କୋଟି, ଭଦ୍ରକ ଜିଲାର କାଣିନାଳି ଓ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରେ ଜେଟି ନିର୍ମାଣ କରିବା ପାଇଁ ୧୧୩ .୫୦ କୋଟି, ପୁରୀ ଜିଲାର କୃଷ୍ଣପ୍ରସାଦଗଡ଼ା ଏବଂ ଖୋର୍ଦ୍ଧା ଜିଲାର ବାଲୁଗାଁରେ ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ୬୩.୬୦ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ନିକଟରେ ଦାବି କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସାଗରମାଳା ଉନ୍ନୟନ କମ୍ପାନୀ ଲିମିଟେଡ(ଏସ୍‌ଡିସିଏଲ୍‌) ଗଠନ କରିଛନ୍ତି। ଏହି କମ୍ପାନୀ ରାଜ୍ୟସ୍ତରରେ ଗଠନ କରାଯାଇଥିବା ସ୍ପେଶାଲ ପର୍ପସ ଭେହିକିଲ(ଏସ୍‌ପିଭି)ଗୁଡ଼ିକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହାୟତା କରିବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ସକାଶେ ପ୍ରାଥମିକ ସ୍ତରରେ ଏସ୍‌ଡିସିଏଲ ଅର୍ଥ ଯୋଗାଇବ। ଜାହାଜ ଚଳାଚଳ ମନ୍ତ୍ରଣାଳୟର ବଜେଟରୁ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଜ୍ୟସ୍ତରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଏବଂ ରାଜ୍ୟ ସାଗରମାଳା କମିଟି ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା ବେଳେ ପ୍ରକଳ୍ପ ଅନୁମୋଦନ ହେଉ ନ ଥିବାରୁ ସାଗରମାଳା କାର୍ଯ୍ୟକ୍ରମ ଝୁଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri