ଜୋର୍‌ଦାର ହେବ ଲଢ଼େଇ: ୨୯ ବର୍ଷ ପରେ ମହିଳାଙ୍କ ହାତକୁ ଯିବ ପଦବୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ସହର ରାଜନୀତି ସରଗରମ ହେଲାଣି। ପ୍ରାର୍ଥତ୍ପତ୍ର ଦାଖଲ ପ୍ରକି୍ରିୟା ଆରମ୍ଭ ହୋଇଥିବାରୁ ଭୁବନେଶ୍ୱର ୩ ବିଧାୟକଙ୍କ ବାସଭବନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅନେକ ଆଶାୟୀ ବିଜେଡିରେ ମଧ୍ୟ ଯୋଗ ଦେଉଛନ୍ତି। ତେବେ କେଉଁମାନଙ୍କୁ ବିଜେଡି କର୍ପୋରେଟର ପ୍ରାର୍ଥୀ କରିବ ସେ ନେଇ ବିଧାୟକମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବିଜୟ ସମ୍ଭାବନା ଥିବା ଆଶାୟୀଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ପଞ୍ଚାୟତ ନିର୍ବାଚନ ପ୍ରଭାବ ପୌର ନିର୍ବାଚନରେ ପଡ଼ିବା ଆଶାରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବାଧାଡ଼ି ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ମେୟର ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ମେୟର ମତଦାତାଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେବେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୩ ଜଣ ବିଜେଡି ବିଧାୟକ ଥିବା ବେଳେ ସଂସଦୀୟ କ୍ଷେତ୍ରରେ ଭାଜପାର ଏକମାତ୍ର ଏମ୍‌ପି ରହିଛନ୍ତି। ତେବେ ଉଭୟ ଦଳ ପାଇଁ ମେୟର ଏକ ସମ୍ମାନର ପଦବୀ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱିିତା ଜୋରଦାର ହେବ ବୋଲି ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ପ୍ରାର୍ଥୀ ଘୋଷଣା କରିବ। ଶୁକ୍ରବାର ବିଜେଡି ମେୟର ପାଇଁ ନାମ ଘୋଷଣା କରିବା ସମ୍ଭାବନା ରହିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୩ ମସିହାରେ କିରଣବାଳା ମଙ୍ଗରାଜ ଭୁବନେଶ୍ୱର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୯ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଜଣେ ମହିଳାଙ୍କୁ ଦାୟିତ୍ୱ ମିଳିବ। ଏହି ପଦବୀକୁ ହାତେଇବା ଲାଗି ବିଜେଡି ଓ ଭାଜପା ମଧ୍ୟମରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀ ବିଜେଡି ହାତେଇଥିବା ବେଳେ ପୂର୍ବତନ ବିଏମ୍‌ସି କମିଶନର ତଥା ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ଅପରାଜିତାଙ୍କ ବଳରେ ଭାଜପା ଭୁବନେଶ୍ୱର ମେୟର ପଦବୀ ହାସଲ କରିବା ଲକ୍ଷ୍ୟରେ ରହିଛି। ଯଦି ବିଜେଡି କର୍ପୋରେଟରଙ୍କୁ ବିଜୟୀ କରିବାରେ ସକ୍ଷମ ହେବ ଏବଂ ମେୟର ପଦବୀ ଭାଜପା ହାତେଇବ ତେବେ ପରିସ୍ଥିତି ଭିନ୍ନ ମୋଡ଼ ନେବ। ଏଭଳି ପରିସ୍ଥିତିରେ ବିଜେଡି ମଧ୍ୟ ମେୟର ପଦବୀକୁ ହାତେଇବାକୁ ସମସ୍ତ କଳବଳ କୌଶଳ ଖଟାଇବ। ଚଳିତ ନିର୍ବାଚନରେ ଭୁବନେଶ୍ୱର ମେୟର ପଦବୀକୁ ନେଇ ରୋମାଞ୍ଚକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ପ୍ରାର୍ଥୀ ଚୟନ ମଧ୍ୟ ଉଭୟ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେଇଛି। ନିର୍ବାଚନରେ ବିଜୟୀ ହେବାକୁ ହେଲେ ପ୍ରାର୍ଥୀଙ୍କ ଭାବମୂର୍ତ୍ତି ସାଙ୍ଗକୁ ଦଳୀୟ ସମର୍ଥନ ଏକ ବଡ଼ ମାପଦଣ୍ଡ ହେବ। ବିଜେଡିର ମେୟର ପ୍ରାର୍ଥୀ ଭାବେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତି ସାମନ୍ତ, ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ମୁଖପାତ୍ର ସୁଲତା ଦେଓ, ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନାମ ଚର୍ଚ୍ଚା ହେଉଛି। ତେବେ କିଏ ମେୟର ପ୍ରାର୍ଥୀ ହେବେ ତାହା କେବଳ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ।
ସେହିପରି ଭାଜପାର ମେୟର ପ୍ରାର୍ଥୀ ଭାବେ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅଭିନେତ୍ରୀ ଅନୁ ଚୌଧୁରୀ, ପୂର୍ବତନ କର୍ପୋରେଟର ଊର୍ମିଳା ମହାପାତ୍ରଙ୍କ ନାମ ଚର୍ଚ୍ଚାକୁ ଆସିଛି। ମେୟର ପ୍ରାର୍ଥୀ ଚୟନ ଦାୟିତ୍ୱ ଅପରାଜିତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଶୁଣାଯାଉଛି। ସେହିପରି କଂଗ୍ରେସ ମଧ୍ୟ ମେୟର ଦୌଡ଼ରେ ପଛରେ ନାହିଁ। ଏହି ପଦବୀରେ ଜଣେ ପ୍ରତିଭାଶାଳୀ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯୋଜନା କରିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିବା ନେଇ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri