୨୦ ବର୍ଷ ବୈଠକ ପରେ ୨୦୦ ଦେଶ ପ୍ରଣୟନ କଲେ ନୂଆ ସମୁଦ୍ର ଆଇନ: ୨୦୩୦ ସୁଦ୍ଧା ୩୦ ପ୍ରତିଶତ ମହାସାଗର ହେବ ସଂରକ୍ଷିତ…

ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ ପରେ ଏହି ଚୁକ୍ତିନାମା ହୋଇଛି। ଏହା କୁହାଯାଉଛି ଯେ ଏହା ସାମୁଦ୍ରିକ ପ୍ରାଣୀଙ୍କ ସଂରକ୍ଷଣରେ ଯଥେଷ୍ଟ ସହାୟକ ହେବ। ଲକ୍ଷ ଲକ୍ଷ ପ୍ରଜାତି ସମୁଦ୍ରରେ ବାସ କରୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ମାନବର କାର୍ଯ୍ୟକଳାପ ଯୋଗୁ ସମୁଦ୍ର ଏବଂ ଏହାର ଜୈବ ବିବିଧତା ବହୁ କ୍ଷତି ସହିଛି। ବିଗତ ଅନେକ ବର୍ଷ ଧରି ସମୁଦ୍ର ପରିବହନ, ଅତ୍ୟଧିକ ଶିକାର ଏବଂ ଖଣି ଖନନ ସମୁଦ୍ରର ଇକୋ ସିଷ୍ଟମକୁ ବିନାଶର ସମ୍ମୁଖୀନ କରିଛି ।

ବର୍ତ୍ତମାନ ଆଶା କରାଯାଉଛି ଯେ ସମୁଦ୍ର ଏବଂ ସମୁଦ୍ର ପ୍ରାଣୀମାନେ ‘ହାଇ ସି ଟ୍ରିଟି’ ଦ୍ୱାରା ସୁରକ୍ଷା ପାଇବେ। କିନ୍ତୁ ପ୍ରଶ୍ନ ଉଠିଛି ଯେ ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାକୁ କାହିଁକି ଏତେ ସମୟ ଲାଗିଲା, ସମଗ୍ର ବିଶ୍ୱର ଦେଶମାନେ ଏହି ଚୁକ୍ତିରେ କାହିଁକି ଅଂଶଗ୍ରହଣ କଲେ, ପୃଥିବୀ ଉପରେ ବିସ୍ତାରିତ ଦେଶଗୁଡିକର ସମୁଦ୍ରର ମଧ୍ୟ ସୀମା ଅଛି କି, ସାମଗ୍ରିକ ଭାବରେ ଏହା ହେବ , କେଉଁ ନିୟମ ସମୁଦ୍ରରେ କାମ କରେ, ଏବଂ ଏହି ଚୁକ୍ତି ପରେ କ’ଣ ପରିବର୍ତ୍ତନ ହେବ। ଏହି ପ୍ରଶ୍ନଗୁଡ଼ିକ ବୁଦ୍ଧିଜୀବୀଙ୍କ ମନରେ ଉଙ୍କି ମାରୁଛି।

ବର୍ଷ ବର୍ଷ ଧରି ସମୁଦ୍ର ଓ ମହାସାଗର ବିପଦରେ ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ମିଳିତ ଜାତିସଂଘ ସଦସ୍ୟ ଦେଶଗୁଡ଼ିକୁ ଏକାଠି କରିବା ଏବଂ ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରହିଥିଲା। ‘ହାଇ ସି ଟ୍ରିଟି’ ପରେ ମିଳିତ ଜାତିସଂଘର ଏହି ପ୍ରୟାସ ସଫଳତା ହାସଲ କରିଛି ବୋଲି କୁହାଯାଉଛି।

ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ୩୮ ଘଣ୍ଟା ଆଲୋଚନା ପରେ ଏହି ଦେଶଗୁଡିକ ‘ହାଇ ସି ଟ୍ରିଟି’ରେ ରାଜି ହୋଇଥିଲେ।

ଏହି ଚୁକ୍ତିନାମା ଅନୁଯାୟୀ, ୨୦୩୦ ବର୍ଷ ସୁଦ୍ଧା ବିଶ୍ୱ ସମୁଦ୍ରର ୩୦ ପ୍ରତିଶତ ସଂରକ୍ଷଣ କରାଯିବ। ଏହା ସହିତ ଚୁକ୍ତିନାମା ଅନୁଯାୟୀ ମହାସାଗରରେ ଅବସ୍ଥିତ ସାମୁଦ୍ରିକ ଜୀବଜନ୍ତୁ, ଉଦ୍ଭିଦ ଏବଂ ଖଣିଜ ପଦାର୍ଥକୁ ସୁରକ୍ଷା ତଥା ନୂତନ ଜୀବନ ଦେବା ପାଇଁ ମଧ୍ୟ ଉଦ୍ୟମ କରାଯିବ। ଏଥିପାଇଁ ଏହି ଚୁକ୍ତିରେ ଜଡିତ ସମସ୍ତ ଦେଶ ପରସ୍ପରକୁ ସେମାନଙ୍କର ଜାତୀୟ ସୀମା ବାହାରେ ସାହାଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri