୨୦ ମିନିଟ୍‌ ଦୃଶ୍ୟମାନ ହେଲା ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୬ା୧୦(ବ୍ୟୁରୋ): ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ମଙ୍ଗଳବାର ଦୃଶ୍ୟମାନ ହୋଇଛି। ଏହା ଏସିଆ ଓ ୟୁରୋପରେ ଦୃଶ୍ୟମାନ ହୋଇଥିଲା। ୟୁରୋପ ମହାଦେଶରେ ଏହା ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥିବାବେଳେ ଏସିଆରେ ଆଂଶିକ ଭାବେ ଦେଖାଯାଇଛି। ଓଡ଼ିଶାରେ ମଧ୍ୟ ଆଂଶିକ ସୂର୍ଯ୍ୟୋପରାଗ
ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି। ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଥିବାବେଳେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ସୂର୍ଯ୍ୟୋପରାଗ ଦେଖାଯାଇଛି। ୟୁରୋପ ମହାଦେଶରେ ପ୍ରଥମେ ଅପରାହ୍ନ ୨ଟା ୨୮ ମିନିଟ୍‌ରେ ପରାଗ ଆରମ୍ଭ ହୋଇଥିଲା। ଭାରତରେ ଅପରାହ୍ନ ୪ଟା ୨୯ ମିନିଟ୍‌ରୁ ପରାଗ ଆରମ୍ଭ ହୋଇଥିଲା ଏବଂ ସର୍ବାଧିକ ସମୟ ଧରି ଦୃଶ୍ୟମାନ ହୋଇଥିଲା। ଲେହରେ ୫୫ ପ୍ରତିଶତ ସୂର୍ଯ୍ୟ ଘୋଡ଼େଇ ହୋଇଥିବାବେଳେ ଦିଲ୍ଲୀ, ନୋଏଡା, ଅମୃତସର, କୋଲକାତା ଭଳି ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯାଇଛି। ଭୁବନେଶ୍ୱରରେ ଅପରାହ୍ନ ୪ଟା ୫୬ରୁ ୫ଟା ୧୬ ପର୍ଯ୍ୟନ୍ତ ପ୍ରାୟ ୨୦ ମିନିଟ୍‌ ପାଇଁ ସୂର୍ଯ୍ୟୋପରାଗ ଦେଖାଯାଇଥିଲା। ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ଘୋଡ଼େଇ ହୋଇଥିଲା। ସେହିପରି ପୁରୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ଓଡ଼ିଶାରେ ସନ୍ଧ୍ୟା ୬ଟା ୨୬ ମିନିଟ୍‌ରେ ପରାଗ ଶେଷ ହୋଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ପରାଗ ଛାଡ଼ିଥିଲେ ମଧ୍ୟ ଘରେ ରୋଷେଇକୁ ବାରଣ କରାଯାଇଥିଲା। ବୁଧବାର ସକାଳେ ଲୋକେ ସୂର୍ଯ୍ୟ ଦର୍ଶନ କରିବା ପରେ ଘର ଧୁଆଧୋଇ ସହ ସ୍ନାନ ସାରି ଠାକୁର ପୂଜା କରିବେ ବୋଲି ଜଣାପଡ଼ିଛି।
ସେପଟେ ପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଲୋକେ ପାକତ୍ୟାଗ ଓ ଦେବ ନୀତି ନିଷେଧ କରିଥିଲେ। ଅର୍ଥାତ୍‌ ମଙ୍ଗଳବାର ଭୋର ୪ଟା ୫୬ରୁ ପାକତ୍ୟାଗ ହୋଇଥିଲା। ଲୋକେ ଏହାକୁ ବିଶ୍ୱାସର ସହ ପାଳିଥିଲେ। ଦେବଦେବୀ ପୂଜା ନିଷେଧ ହୋଇଥିବାରୁ ରାତିରୁ ଉଠି ଲୋକେ ଠାକୁର ପୂଜା ମଧ୍ୟ ସାରିଥିଲେ। ପବିତ୍ର କାର୍ତ୍ତିକ ମାସ ଚାଲୁଥିବାରୁ ହବିଷିଆଳିମାନେ ରାତି ୨ଟାରୁ ଗାଧୋଇ ଠାକୁର ପୂଜା ଶେଷ କରି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଅପରପକ୍ଷେ ଘରେ ରୋଷେଇ ବନ୍ଦ ରହିଥିବାରୁ ଅନେକ ଲୋକ ବାହାରେ ଶୁଖିଲା ଖାଦ୍ୟ କିଣି ଖାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri