ଗଞ୍ଜାମ,୪।୬(ବିଦ୍ୟାଧର ସାହୁ ): ପରିବେଶ ପଦୂଷଣ ନେଇ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଗଡ଼ ହୁମାଠାରେ ଥିବା ଅଜିତ ପାତ୍ରଙ୍କ କାଜୁ ଫ୍ୟାକ୍ଟ୍ରି ୨୦୨୪ରେ ଜିଲା ପ୍ରଶାସନ ସିଲ୍ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କାଜୁ ଫ୍ୟାକ୍ଟ୍ରି ମାଲିକ ପାତ୍ରଙ୍କୁ ନ୍ୟାୟ ଦେବା ଲାଗି ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ (ଅଜୁ )ଆଗେଇ ଆସିଥିଲେ । ତଦନ୍ତ ପରେ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିବା ପରେ ଜିଲାପାଳଙ୍କୁ ସିଲ୍ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ରମ୍ଭା ଥାନା ଆଇଆଇସି କୁମାର ମୁଦୁଲୁ, ହୁମା ଫାଣ୍ଡି ଅଧିକାରୀ, ରାଜସ୍ବ ନିରୀକ୍ଷିକ ସୀତାରାମ ସାହୁ ପ୍ରମୁଖ ଉପସ୍ଥିତରେ ସିଲ ଖୋଲା ଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ପାତ୍ରଙ୍କ ସପକ୍ଷରେ ରାୟ ଆସିବା ପରେ ଧର୍ମର ଜୟ ହୋଇଛି ବୋଲି ପାତ୍ର ପରିବାର ପକ୍ଷରୁ କୁହାଯାଇଛି ।

