Posted inଜାତୀୟ

୧୨୪ ଦିନ ପରେ ପ୍ରଶାନ୍ତ ମହାସାଗରରେ ଖସିଲା ଚନ୍ଦ୍ରୟାନ-୩ ଭଗ୍ନାବଶେଷ…

ହାଇଦ୍ରାବାଦ,୧୬।୧୧ : ଇସ୍ରୋର ଐତିହାସିକ ପ୍ରକଳ୍ପ ଚନ୍ଦ୍ରୟାନ-୩ ବିଷୟରେ ଏକ ନୂତନ ଅପଡେଟ ପ୍ରକାଶ ପାଇଛି। ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି। ୧୪ ଜୁଲାଇ ୨୦୨୩ ରେ ଚନ୍ଦ୍ରୟାନ-୩କୁ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂରକୁ ପଠାଯାଇଥିଲା। ଏହାର ଲଞ୍ଚର୍‌ ବର୍ତ୍ତମାନ ଖସିପଡିଛି। ଗୁରୁବାର ଭୋର ପ୍ରାୟ ୨ଟା ୩୦ସମୟରେ ଲଞ୍ଚରର ଏକ ଅଂଶ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଆମେରିକା ନିକଟ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସି ପଡିଛି।

ଏହା ଏଲଭିଏମ-୩ ଏମ-୪ ରକେଟର କ୍ରାୟୋଜେନିକ ଅଂଶ। ନାସାର ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି। ଏହା ପ୍ରଶାନ୍ତ ମହାସାଗରର କେଉଁ ଅଞ୍ଚଳରେ ପଡିଛି ତାହା ମଧ୍ୟ ଚିହ୍ନଟ କରାଯାଇଛି।

ଲଞ୍ଚ ହେବା ପରେ ଚନ୍ଦ୍ରୟାନଠାରୁ ଅଲଗା ହେବା ମାତ୍ରେ ଲଞ୍ଚର୍‌ ପୃଥିବୀ ଚାରିପଟେ ଘୂରି ବୁଲୁଥିଲା। ସେ ଧୀରେ ଧୀରେ ପୃଥିବୀର ନିକଟତର ହେବାକୁ ଲାଗିଥିଲା।

୧୫-୧୬ ନଭେମ୍ବର ୨୦୨୩ ଭୋରରେ, ଏହି ଅଂଶ ଆମେରିକାର ଉପକୂଳବର୍ତ୍ତୀ ଉତ୍ତର ପ୍ରଶାନ୍ତ ମହାସାଗରରେ ପଡିଛି। ଉତ୍ତର ଆମେରିକୀୟ ଏରୋସ୍ପେସ ଡିଫେନ୍ସ କମାଣ୍ଡ ଏହାକୁ ଟ୍ରାକିଂ କରିଥିଲା। ଟ୍ରାକିଂ କରିବା ପରେ, ଇସ୍ରୋ ସହିତ କଥା ହୋଇଥିଲେ ଏବଂ ମହାକାଶରୁ ପୃଥିବୀ ଆଡକୁ ଆସୁଥିବା ଲଞ୍ଚରକୁ ଚିହ୍ନଟ କରିଥିଲେ ଏବଂ ଏହା ସମୁଦ୍ରରେ ପଡ଼ିବା ପରେ ଇସ୍ରୋ ମଧ୍ୟ ଏହା ନିଶ୍ଚିତ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର! ଏବେ ମିଳିବ ମୁଣ୍ଡପିଛା ମିଳିବ…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ମିଳୁଥିବା ପରିବାର ପିଛା ମାସିକ ୩୫ କିଲୋଗ୍ରାମର ଖାଦ୍ୟଶସ୍ୟ ଅଧିକାରକୁ ବଦଳାଇ, ଏହାକୁ ପ୍ରତି ବ୍ୟକ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡ଼େ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ଡେବ୍ୟୁ କରିବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସ ବଦଳାଇଦେବେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିବେ ୫ ମହାରେକର୍ଡ

ନୂଆଦିଲ୍ଲୀ,୨୬।୬:ଭାରତୀୟ କ୍ରିକେଟ ଦଳର ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଆୟରଲାଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜ ପାଇଁ ବରିଷ୍ଠ ଭାରତୀୟ…

Ketan Murder Case: ଏବେ ପୋଲିସକୁ ନୂଆ କାହାଣୀ ଶୁଣାଇଲେ ଅଭିଯୁକ୍ତ ସିୟା, ପୋଲିସ ଚକିତ

ନୂଆଦିଲ୍ଲୀ,୨୬।୬: ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡର ଅଭିଯୁକ୍ତ ବାନ୍ଧବୀ ସିୟା ଗୋୟଲ ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସିୟାକୁ ଏହି ମାମଲାକୁ ନେଇ ପଚରାଉଚରା ଜାରି…

ଭେନେଜୁଏଲା ଭୂମିକମ୍ପର ଭାରତ ଉପରେ କି ପ୍ରଭାବ ପଡ଼ିବ? ଅଶୋଧିତ ତୈଳ ଯୋଗାଣ ପାଇଁ ଦେଖାଦେଲାଣି ସଙ୍କଟ

କାରାକାସ,୨୬।୬: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ କେବଳ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇନାହିଁ ବରଂ ଭାରତର ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri